ଏକାଧିକ ବ୍ୟକ୍ତିଙ୍କୁ ଚୁମ୍ବନ ଦ୍ୱାରା ସୃଷ୍ଟି ହୋଇଥାଏ ଏଚ୍‌ପିଭି, ଏହି ଭାଇରସ୍‌ ଏଚ୍‌ଆଇଭି /ଏଡ୍‌ସଠାରୁ ବି ବେଶି ସଂଘାତିକ

କେନିଅାର କିସି ବିଶ୍ୱବିଦ୍ୟାଳୟର ଛାତ୍ରମାନେ କରିଥିବା ଏକ ଗବେଷଣାରୁ ଜାଣିବାକୁ ମିଳିିଛି ଯେ ଏକାଧିକ ଲୋକଙ୍କୁ ଚୁମ୍ବନ ଦେବା ଦ୍ୱାରା ହୁମ୍ୟାନ୍‌ ପାପିଲୋମା ଭାଇରସ୍‌(ଏଚ୍‌ପିଭି) ନାମକ ଏକ ଭାଇରସ୍‌ ବ୍ୟାପିଥାଏ, ଯାହା ଏଚ୍‌ଆଇଭି /ଏଡ୍‌ସଠାରୁ ମଧ୍ୟ ସଂଘାତିକ। ସେଠାକାର ୫ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ଅନେକ ରୋଗୀଙ୍କ ମଧ୍ୟରେ ଏଚ୍‌ପିଭି ଭାଇରସ୍‌ ଦେଖିବାକୁ ମିଳିବା ପରେ ଏହା ସ୍ପଷ୍ଟ ହୋଇଛି।

ଏଚ୍‌ପିଭି ହେଉଛି ଏପରି ଏକ ଭାଇରସ୍‌ ଯାହା ମୁଖ କର୍କଟର କାରଣ ହୋଇଥାଏ। ସେଥିପାଇଁ ଯାହାକୁ ନାହିଁ ତାହାକୁ ଓଠ ଲଗାଇ ଚୁମ୍ବନ ଦେବା ପାଇଁ ବାରଣ କରାଯାଇଛି। ତଣ୍ଟି ଦରଜ, ବାନ୍ତି, ଜ୍ୱର, ମୁଣ୍ଡ ବିନ୍ଧା ଆଦି ହେବା ଦ୍ୱାରା ଏହି ଭାଇରସ୍‌ ବ୍ୟାପିଛି ବୋଲି ଆପଣ ଧାରଣା ଲଗାଇ ପାରିବେ।

‘କେନିଅା ପବ୍ଲିକ୍‌ ହେଲ୍‌ଥ ଅଫିସର୍‌ମାନଙ୍କୁ ଏ ସଂପର୍କରେ ପରୀକ୍ଷା କରିବା ପାଇଁ କୁହାଯାଇଥିଲା। ସେମାନେ କାହିଁକି ଏହି ଭାଇରସ ବ୍ୟାପୁଛି ବୋଲି ଜାଣିବାକୁ ଚେଷ୍ଟା କରିଥିଲେ। ଏପରିକି ଚୁମ୍ବନ ନ କରିବା ପାଇଁ ହ୍ଵାଟ୍‌ସଆପ୍‌ ଗ୍ରୁପ୍‌ରେ ପରାମର୍ଶ ମଧ୍ୟ ଦିଆଯାଇଥିଲା।’, ଏପରି କହିଛନ୍ତି କିସି ବିଶ୍ୱବିଦ୍ୟାଳୟର ଜଣେ ତୃତୀୟ ବର୍ଷ ପବ୍ଲିକ୍‌ ହେଲ୍‌ଥ ଛାତ୍ର।

ଏହି ଏଚ୍‌ପିଭି ଭାଇରସ୍‌ ମୁଖଃତ କେନିଅାରେ ଚିହ୍ନଟ ହୋଇଛି। ଏହା ଧୀରେ ଧୀରେ ପୂରା ଦକ୍ଷିଣ ଆଫ୍ରିକାକୁ ପ୍ରଭାବିତ କରିବ। ଏହା ଆଫ୍ରିକା ଲୋକଙ୍କ ପାଇଁ କାଳସର୍ପ ପାଲଟିବ ବୋଲି ଗବେଷଣାରୁ ଜାଣିବାକୁ ମିଳିଛି।

ଆଫ୍ରିକାର ଲୋକମାନେ ଟିକେ ଭ୍ରମଣ ପ୍ରେମୀ। ସେମାନେ ସାରା ବିଶ୍ୱରେ ବୁଲିବାକୁ ପସନ୍ଦ କରିଥାନ୍ତି। ଯଦି ଏ ନେଇ ଆବଶ୍ୟକୀୟ ସତର୍କତା ଅବଲମ୍ବନ ନ କରାଯାଏ ତେବେ ବଭିଷ୍ୟତରେ ଏହା ପୂରା ବିଶ୍ୱକୁ ଗ୍ରାସ କରିବ ବୋଲି ଭୟ ରହିଛି।

ତେଣୁ, ସମସ୍ତଙ୍କୁ ସୂଚୀତ କରାଯାଉଛି ଯେ ଏଚ୍‌ପିଭି ନାମ୍ନୀ ଏହି ଭାଇରସ୍‌ ଏଚ୍‌ଆଇଭି ଭାଇରସ୍‌ଠାରୁ ମଧ୍ୟ ଶୀଘ୍ର ଜୀବନ ନେଇପାରେ।

ସମ୍ବନ୍ଧିତ ଖବର