/sambad/media/post_attachments/wp-content/uploads/2018/10/Duplicate-Mobile-Charger_Infographics_2.jpg)
ନକଲି ଚାର୍ଜର୍ କେବଳ ଆପଣଙ୍କ ମୋବାଇଲ୍ ଫୋନ୍ ବ୍ୟାଟେରିକୁ ଖରାପ କରି ନ ଥାଏ ବରଂ ଫୋନ୍କୁ ମଧ୍ୟ ବହୁତ୍ ମାତ୍ରାରେ ନଷ୍ଟ କରିଥାଏ।
/sambad/media/post_attachments/wp-content/uploads/2018/10/Duplicate-Mobile-Charger_Infographics_3.jpg)
ନକଲି ଚାର୍ଜର ବିଷୟରେ ଏସବୁ ଜାଣନ୍ତି ତ?
- ପ୍ରତି ବର୍ଷ ପ୍ରାୟ ୨୦ ଲକ୍ଷ ନକଲି ଚାର୍ଜର୍ ଅନ୍ଲାଇନ୍ରେ ବିକ୍ରି ହୋଇଥାଏ।
- ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଅନ୍ଲାଇନ୍ରୁ କିଣା ଯାଉଥିବା ୫୦ ପ୍ରତିଶତ ଚାର୍ଜର୍ ଖରାପ୍ ଯନ୍ତ୍ରାଂଶ (କମ୍ପନେଣ୍ଟ୍ସ)ରୁ ପ୍ରସ୍ତୁତ ହୋଇଥାଏ। ଯାହା ୟୁକେ ସେଫ୍ଟି ଷ୍ଟାଣ୍ଡାର୍ଡ୍କୁ ସହ ମ୍ୟାଚ କରେ ନାହିଁ।
- ଭଲ କମ୍ପାନିର ଚାର୍ଜରରେ ଯେତିକି ଯନ୍ତ୍ରାଂଶ ଲାଗିଥାଏ ନକଲି ଚାର୍ଜର୍ରେ ଏହାର ଅଧାରୁ ବି କମ୍ ଯନ୍ତ୍ରାଂଶ ଥାଏ।
ନକଲି ଚାର୍ଜର୍ କେତେ ଖରାପ୍ ଓ ଭୟଙ୍କର
/sambad/media/post_attachments/wp-content/uploads/2018/10/Duplicate-Mobile-Charger_Infographics_4.jpg)
/sambad/media/post_attachments/wp-content/uploads/2018/10/Duplicate-Mobile-Charger_Infographics_5.jpg)
ଚାର୍ଜ କମ୍ ଦେଇଥାଏ
ନକଲି ଚାର୍ଜର୍ ବ୍ରାଣ୍ଡେଡ୍ ଚାର୍ଜର୍ ତୁଳନାରେ କମ୍ ଚାର୍ଜ ଦେଇଥାଏ, ଯାହା ଆପଣଙ୍କ ମୋବାଇଲ୍ ଚାର୍ଜ୍ ହେବା ପାଇଁ ଦୁଇଗୁଣ ସମୟ ନେବା ସହ ମୋବାଇଲ ବ୍ୟାଟେରିକୁ ମଧ୍ୟ ଖରାପ କରିଥାଏ।
/sambad/media/post_attachments/wp-content/uploads/2018/10/Duplicate-Mobile-Charger_Infographics_6.jpg)
ବିସ୍ଫୋରଣର କାରଣ ବି ହୋଇପାରେ
ଫେକ୍ ବା ନକଲି ଚାର୍ଜର୍ ଡିଭାଇସ୍କୁ ଅତି ବେଶି ଗରମ କରିଦିଏ, ଯାହା ଦ୍ୱାରା ମୋବାଇଲ ବିସ୍ଫୋରଣ ହେବାର ଆଶଙ୍କା ବଢ଼ିଯାଏ। ଏହା ବ୍ୟବହାରକାରୀକୁ ଗୁରୁତର ଆହତ କରିପାରେ।
/sambad/media/post_attachments/wp-content/uploads/2018/10/Duplicate-Mobile-Charger_Infographics_7.jpg)
ଫୋନ୍ ପୋଡ଼ି ଯାଇଥାଏ
ଖରାପ୍ କ୍ୱାଲିଟିର ଯନ୍ତ୍ରାଂଶରୁ ତିଆରି ହୋଇଥିବା ନକଲି ଚାର୍ଜର୍ ବ୍ୟବହାର କରିବା ଦ୍ୱାରା ଫୋନର ଭିତର ଯନ୍ତ୍ରାଂଶ ଖରାପ ହେବା ସହ ଭିତର ପାର୍ଶ୍ୱରେ ବିଜୁଳୀ ଆଘାତ ହୋଇ ଫୋନ୍ ପୋଡ଼ି ଯିବାର ଆଶଙ୍କା ରହିଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/Duplicate-Mobile-Charger_Infographics_1.jpg)