ମୁଖ୍ୟତଃ କେଉଁ କାରଣରୁ ଉଚ୍ଚ ରକ୍ତଚାପ ହୋଇଥାଏ?
ସାଧାରଣତଃ ବୟସ ବୃଦ୍ଧି ଜନିତ କାରଣରୁ ଉଚ୍ଚ ରକ୍ତଚାପ ସମସ୍ୟା ଦେଖାଯାଇଥାଏ। କାରଣ ବୟସର ବୃଦ୍ଧି ହେତୁ ଶରୀରର ରକ୍ତନଳୀ ସବୁ ଧୀରେ ଧୀରେ କଠିନ ହୋଇଥାଏ। ମେଦ ବହୁଳତା କାରଣରୁ ମଧ୍ୟ ଉଚ୍ଚ ରକ୍ତଚାପ ହୋଇଥାଏ। ମାନସିକ ଚିନ୍ତାରେ ମଧ୍ୟ ଉଚ୍ଚ ରକ୍ତଚାପ ଦେଖାଦିଏ । ସେହିପରି ଥାଇରଏଡ୍, କିଡ୍ନି, ଡାଇବେଟିସ୍ ଏବଂ ଏଣ୍ଡୋକ୍ରାଇନୋଲୋଜି ସଂପର୍କିତ ସମସ୍ୟାରେ ଆକ୍ରାନ୍ତ ହେବାପରେ ଉଚ୍ଚ ରକ୍ତଚାପ ଦେଖାଦିଏ।
ଉଚ୍ଚ ରକ୍ତଚାପର ଲକ୍ଷଣଗୁଡ଼ିକ କ’ଣ?
ଉଚ୍ଚ ରକ୍ତଚାପର ପ୍ରାଥମିକ ଲକ୍ଷଣ ହେଉଛି କ୍ରମାଗତ ମୁଣ୍ଡବିନ୍ଧା, ଧଇଁସଇଁ ଲାଗିବା, ମୁଣ୍ଡ ବୁଲାଇବା ଏବଂ ସାମାନ୍ୟ ଚଲାବୁଲା କରିଦେଲେ ହାଲିଆ ଲାଗିବା।
ଉଚ୍ଚ ରକ୍ତଚାପ ଯୋଗୁଁ ହୃଦ୍ଘାତ ଆଶଙ୍କା ବଢ଼େ କି?
ହଁ, ଉଚ୍ଚ ରକ୍ତଚାପ ପ୍ରଭାବରେ ହୃଦ୍ଘାତ ଆଶଙ୍କା ବଢ଼ିଥାଏ। ଏହା ସହିତ କିଡ୍ନି, ମସ୍ତିଷ୍କଘାତ, ଦୃଷ୍ଟିଶକ୍ତି ଲୋପ ଭଳି ଆହୁରି ଅନେକ ସମସ୍ୟା ମଧ୍ୟ ଦେଖାଦିଏ। ଉଚ୍ଚ ରକ୍ତଚାପ କାରଣରୁ ଶରୀରର ରକ୍ତନଳୀର ଭିତର କାନ୍ଥରେ ଏକପ୍ରକାର ଘର୍ଷଣ ସୃଷ୍ଟି ହେବା କାରଣରୁ ଏହାଦ୍ୱାରା ରକ୍ତନଳୀ କ୍ଷତିଗ୍ରସ୍ତ ହୁଏ। ରକ୍ତନଳୀର ସେହିସବୁ ସ୍ଥାନରେ କ୍ୟାଲସିୟମ୍ ଓ କୋଲେଷ୍ଟ୍ରଲ ଜମାଟ ବାନ୍ଧିଥାଏ। ଫଳରେ ରକ୍ତ ପ୍ରବାହ ବାଧାପ୍ରାପ୍ତ ହେବା କାରଣରୁ ହୃଦ୍ଘାତର ଆଶଙ୍କା ସୃଷ୍ଟିହୁଏ। ଚିକିତ୍ସାରେ ଅବହେଳା କରିଲେ ରୋଗୀର ଜୀବନ ଉପରେ ବିପଦ ଉପୁଜିଥାଏ।
ପୁଣି କିଡ୍ନି ଜନିତ ରୋଗ ମଧ୍ୟ ଉଚ୍ଚ ରକ୍ତଚାପ କାରଣରୁ ହୋଇଥାଏ...
ହଁ, ଉଚ୍ଚ ରକ୍ତଚାପ ହେତୁ କେବଳ କିଡ୍ନି ଜନିତ ସମସ୍ୟା ସୃଷ୍ଟି ହୁଏନାହିଁ ବରଂ କିଡ୍ନି ଫେଲ୍ ହେବାର ମଧ୍ୟ ଆଶଙ୍କା ଥାଏ । ଉଚ୍ଚ ରକ୍ତଚାପ ହେବାପରେ କିଡ୍ନିର କାର୍ଯ୍ୟଦକ୍ଷତା ହ୍ରାସ ପାଇଯାଏ।
ଉଚ୍ଚ ରକ୍ତଚାପ ନିରୂପଣ ପରେ ପ୍ରଥମ ପଦକ୍ଷେପ କ’ଣ?
ଏହି ରୋଗ ହୋଇଥିବା ଜଣାପଡ଼ିଲେ ଅଣଦେଖା କିମ୍ବା ଅବହେଳା ନକରି ଯଥାଶୀଘ୍ର ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ ଆରମ୍ଭ କରିବା ଆବଶ୍ୟକ। ଏହା ଏକ ଜୀବନଶୈଳୀ ରୋଗ ହୋଇଥିବାରୁ ଉଚିତ ସମୟରେ ଚିକିତ୍ସା ସହ ବ୍ୟାୟାମ, ସନ୍ତୁଳିତ ଆହାର, ପର୍ଯ୍ୟାପ୍ତ ନିଦ୍ରା ଓ ନିଶାସେବନରୁ ବିରତ ରହିବା ଜରୁରି।
ଉଚ୍ଚ ରକ୍ତଚାପକୁ ଅବହେଳା ବା ଅଣଦେଖା କରନ୍ତୁ ନାହିଁ
ସାଧାରଣତଃ ବୟସ ବୃଦ୍ଧି ଜନିତ କାରଣରୁ ଉଚ୍ଚ ରକ୍ତଚାପ ସମସ୍ୟା ଦେଖାଯାଇଥାଏ। କାରଣ ବୟସର ବୃଦ୍ଧି ହେତୁ ଶରୀରର ରକ୍ତନଳୀ ସବୁ ଧୀରେ ଧୀରେ କଠିନ ହୋଇଥାଏ। ମେଦ ବହୁଳତା କାରଣରୁ ମଧ୍ୟ ଉଚ୍ଚ ରକ୍ତଚାପ ହୋଇଥାଏ।
/sambad/media/media_files/2025/04/30/ycVW0kJfmY86sRJK08hV.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)