ନୂଆଦିଲ୍ଲୀ: ଯଦି ମୋବାଇଲ୍ ସିମ୍ କାର୍ଡର ବ୍ୟବହାର ବନ୍ଦ କରୁଛନ୍ତି କିଂବା ପୁରୁଣା ବଦଳରେ ନୂଆ ନେଉଛନ୍ତି ତେବେ ଆପଣଙ୍କୁ ଏଣିକି ଏସବୁ ଉପରେ ଧ୍ୟାନ ଦେବାକୁ ପଡିବ । ହୁଏତ ଆପଣଙ୍କ ଗୋଟିଏ ଛୋଟ ଭୁଲ ପାଇଁ ଆପଣ ବଡ଼ ଧରଣର ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ସିମ୍ କାର୍ଡ ବ୍ୟବହାର କରିବାବେଳେ କେତେକ ଜିନିଷ ଉପରେ ଧ୍ୟାନ ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯଦି ଆପଣ ମଧ୍ୟ ଏହି ଭୁଲ୍ କରନ୍ତି କିମ୍ବା ଏହାକୁ ଅଣଦେଖା କରନ୍ତି, ତେବେ ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ସେଥିପାଇଁ ଏସବୁ ପ୍ରତି ଧ୍ୟାନ ଦେବା ଜରୁରୀ । ସିମ୍ କାର୍ଡକୁ ଫିଙ୍ଗିବା ପୂର୍ବରୁ ଏହାକୁ ଆଧିକାରୀକ ଭାବେ ବନ୍ଦ କରିବା ଆବଶ୍ୟକ । କୌଣସି ସିମ୍ କାର୍ଡକୁ ବନ୍ଦ ନକରି ସକ୍ରିୟ ଅବସ୍ଥାରେ ଫିଙ୍ଗିଦେବା ଉଚିତ୍ ନୁହେଁ । ହୋଇପାରେ କେହି ଏହାକୁ ପାଇ ବ୍ୟବହାର କରିପାରେ । ଯଦି ଏହା କୌଣସି ମନ୍ଦ ଉଦେଶ୍ୟରେ ବ୍ୟବହୃତ ହୁଏ, ତେବେ କେବଳ ସିମ୍ ମାଲିକ ଏଥିଲାଗି ଦାୟୀ ରହିବ ।

Advertisment

ସେଥିଲାଗି ଆପଣଙ୍କୁ ସିମ୍ କାର୍ଡ ବିଷୟରେ ସତର୍କ ରହିବାକୁ ପଡିବ । ଭୁଲରେ ସିମ୍ କାର୍ଡ କାହାକୁ ବି ଦିଅନ୍ତୁ ନାହିଁ । ସାଧାରଣତଃ ଦେଖାଯାଏ ଯେ ସିମ୍ କାର୍ଡ ସାହାଯ୍ୟରେ ଅତି ସହଜରେ ଠକେଇ ହୁଏ । ସିମ୍ କାର୍ଡକୁ ନେଇ ଭାରତରେ କଡା ନିୟମ ରହିଛି । ସେଥିପାଇଁ ସିମ୍ କାର୍ଡ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିବ । ସିମ୍ କାର୍ଡ ବଦଳାଇଲେ ବି ଆପଣ ମଧ୍ୟ କ୍ଷତିଗ୍ରସ୍ତ ହୋଇପାରନ୍ତି । ସାଇବର ଠକମାନଙ୍କ ଆଜିକାଲି ଏହା ଏକ ନୂଆ ତରିକା ପାଲଟିଛି ଯାହା ଆପଣଙ୍କ ଅଜଣାତରେ ଘଟିଥାଏ । ଏହି ଠକମାନେ ସକ୍ରିୟ ସିମକାର୍ଡର ସମାନ ନମ୍ବରରେ ଅନ୍ୟ ଏକ ନୂଆ ସିମ୍ କାର୍ଡ ବାହାର କରନ୍ତି, ଏବଂ ବ୍ୟାଙ୍କ ଆକାଉଣ୍ଟର ଓଟିପି ପାଇ ସବୁ ଟଙ୍କା ଲୁଟ୍ କରିଥାନ୍ତି। ତେଣୁ ଏ ଦିଗ ପ୍ରତି ଯତ୍ନବାନ ହେବାକୁ ସାଇବର ବିଶେଷଜ୍ଞମାନେ ସାବଧାନ କରାଇଛନ୍ତି।