ଦୂଗାପୂଜା ଆସିଲେ ଆଖିକୁ ଆସେ ସେଇ ଗୋଟାଏ ଛବି। ମାଆ ଦୂର୍ଗା ହାତରେ ତ୍ରିଶୁଳ ଧରି ମହିଷାସୁରକୁ ବଦ୍ଧ କରିବାର ଛବି। ତେବେ ଆପଣ ଜାଣନ୍ତି କି, ମହିଷାସୁରକୁ ବଦ୍ଧ କରିବା ପାଇଁ ଜଣେ ଦେବୀଙ୍କର କାହିଁକି ଆବଶ୍ୟକତା ପଡ଼ିଲା?

Advertisment

କାହାଣୀଟି ଏପରି, ମହିଷାସୁର ହେଉଛି ଜଣେ ରାକ୍ଷାସର ନାମ। ସେ ରାକ୍ଷାସ ହେଲେ ବି ତା’ର ନୀତି ଥିଲା ସେ କେବେ ବି ନାରୀମାନଙ୍କ ଉପରେ ଅସ୍ତ୍ର ପ୍ରୟୋଗ କରୁନଥିଲା। ତା’ ଉପରେ ଅଭିଶାପ ଥିଲା କି ସେ କେବଳ ଜଣେ ନାରୀ ଦ୍ବାରା ହିଁ ମୃତ୍ୟୁ ବରଣ କରିବ। କୌଣସି ମଣିଷ କିମ୍ବା ପଶୁ ତାଙ୍କୁ ମାରିପାରିବେ ନାହିଁ ସେ ଭଗବାନ ବ୍ରହ୍ମାଙ୍କଠାରୁ ଏପରି ବର ପାଇବା ପରେ ନିଜକୁ ସର୍ବଶକ୍ତିମାନ ବୋଲି ଭାବିବାକୁ ଲାଗିଲା। 

ଦେବତାମାନଙ୍କ ବିରୋଧରେ ଯୁଦ୍ଧ କରିଥିଲା ଏବଂ ତ୍ରିଲୋକ ଜୟ କରିଲା। ତାକୁ ପରାସ୍ତ କରିବା ପାଇଁ ଦେବତାମାନେ ବହୁ ଉପାୟ ଅପଣେଇଥିଲେ ବି ନିଜେ ପରାଜିତ ହୋଇଥିଲେ। ମହିଷସୁରକୁ କିପରି ବୁଦ୍ଧି ଶିଖାଇବେ ବୋଲି ଚିନ୍ତା କରି କରି ଦେବତାମାନଙ୍କ ଭିତରେ ଭାଳେଣି ପଡ଼ିଲା। ଦେବତାମାନେ କିଛି ଉପାୟ ନପାଇ ଶେଷରେ ବି‌ଷ୍ଣୁ ଓ ଶିବଙ୍କ ଶରଣ ପଶିଲେ। ବିଷ୍ଣୁ ଓ ଶିବ ସେମାନଙ୍କର ଶକ୍ତିକୁ ଏକତ୍ର କରି ଦେବୀ ଦୁର୍ଗାଙ୍କୁ ସୃଷ୍ଟି କଲେ। ତା’ପରେ ମାଆଙ୍କ ହାତରେ ଚାଲିଗଲା ପ୍ରକୋପୀ ମହିଷାସୁରର ଜୀବନ। ମାଆ ସିଂହବାହିନୀ ତାଙ୍କ ସିଂହ ଉପରେ ବସି ତାଙ୍କ ତ୍ରୁଶୁଳରେ ମହିଷାସୁରକୁ ବଦ୍ଧ କଲେ। 

ଦେଖିପାଇଁ ଦଶହରାକୁ ଖରାପ ଉପରେ ଭଲର ବିଜୟର ପ୍ରତୀକ ଭାବେ ମନାଯାଏ। ଦଶହରା ଦିନ ମାଆ ମହିଷ‌ାସୁର ବଦ୍ଧ କରି ଦେବତାମାନଙ୍କୁ ବିପଦରୁ ମୁକ୍ତ କରିଥିଲେ। ଯାହାକୁ ଦେବତାମାନେ କରିପାରିନଥିଲେ ତାହାକୁ ଦେବୀ କରିଥିଲେ। ସେଥିପାଇଁ ସଂସାରରେ ଦେବୀଶକ୍ତିକୁ ସର୍ବାଗ୍ରେ ପୂଜା କରାଯାଏ।