ଚୋରି କିମ୍ବା ହଜି ଯାଇଥିବା ଫୋନ୍‌କୁ ସହଜରେ ପାଇବା ପାଇଁ ସରକାର ଖୁବ୍‌ ଶୀଘ୍ର ଏହି ପଦକ୍ଷେପ ନେବାକୁ ଯାଉଛନ୍ତି

ନୂଆଦିଲ୍ଲୀ: ଆପଣଙ୍କ ଫୋନ୍‌ ଚୋରି ହୋଇଗଲେ କିମ୍ବା ହଜି ଯାଇଥିଲେ ସହଜରେ ତାହା ମିଳି ନଥାଏ। ଏନେଇ ପୁଲିସରେ ଅଭିଯୋଗ ଦେଇଥିଲେ ବି କୌଣସି ସୁଫଳ ମିଳି ନଥାଏ। ଏଣିିକି ସରକାରଙ୍କ ନୂଆ ପଦକ୍ଷେପ ହେତୁ ଆପଣଙ୍କ ଫୋନ୍‌ ଚୋରି ହୋଇଗଲେ କିମ୍ବା ହଜି ଗଲେ ସହଜରେ ତାହାକୁ ପାଇ ପାରିବେ ବୋଲି କୁହାଯାଉଛି।

ହଜି ଯାଇଥିବା କିମ୍ବା ଚୋରି ହୋଇ ଯାଇଥିବା ଫୋନ୍‌କୁ ଖୋଜିବା ପାଇଁ ସରକାର ଖୁବ୍‌ ଶୀଘ୍ର ଏକ ଟ୍ରାକିଂ ସିଷ୍ଟମ ଲଞ୍ଚ କରିବାକୁ ଯାଉଛନ୍ତି। ଏହା ଜରିଆରେ ଚୋର ଫୋନ୍‌ରୁ ସିମ୍‌ କାର୍ଡ ବାହାର କରିବା ପରେ ବି ସହଜରେ ଧରାପଡ଼ି ପାରିବ। କେବଳ ଏତିକି ନୁହେଁ ଆଇଏମ୍‌ଇଆଇ ନମ୍ବର ବଦଳାଇ ଦେଲେ ବି ଆପଣଙ୍କ ହଜି ଯାଇଥିବା ଫୋନ୍‌ ସହଜରେ ଟ୍ରାକ୍‌ କରାଯାଇ ଖୋଜା ଯାଇ ପାରିବ ବୋଲି ଡଟର ଜଣେ ବରିଷ୍ଠ ଅଧିକାରୀ ଏହାର ସୂଚନା ଦେଇଛନ୍ତି।

ସେଣ୍ଟର ଫର ଡେଭଲପମେଣ୍ଟ ଅଫ ଟେଲିମେଟିକ୍ସ (ସି-ଡଟ୍‌) ଏହି ଟେକ୍‌ନୋଲୋଜି ସହିତ ପ୍ରସ୍ତୁତ ରହିଛି। ଆଗାମୀ ମାସରେ ଅର୍ଥାତ ଅଗଷ୍ଟରେ ଏହି ସେବାକୁ ଲଞ୍ଚ କରାଯିବାର ଆଶା କରାଯାଉଛି।

ସମ୍ବନ୍ଧିତ ଖବର