ନୂଆଦିଲ୍ଲୀ: ଇନଷ୍ଟାଗ୍ରାମରେ ପ୍ରତିଦିନ ବିଭିନ୍ନ ପ୍ରକାର ଭିଡିଓ ପୋଷ୍ଟ ହୋଇଥାଏ। ଏଥିମଧ୍ୟରୁ ଏମିତି କିଛି ଭିଡିଓ ଅଛି ଯାହାକି ଟ୍ରେଣ୍ଡ ପାଲଟି ଯାଇଥାଏ। ନିକଟରେ ଆଖିରେ ଘିଅ ଢ଼ାଳିବାର ଟ୍ରେଣ୍ଡ ଚାଲିଛି।
ଯେଉଁଥିରେ ଆଖି ଚାରିପାଖରେ ଅଟାର ଲେପ ଦିଆଯାଇ ଘିଅ ଢ଼ଳା ଯାଉଥିବା ଦେଖିବାକୁ ମିଳୁଛି। ଏପରି ଚିକିତ୍ସା ଦ୍ବାରା ଭିଜନ ଠିକ ହୋଇଯିବାର ଦାବି କରାଯାଉଛି। ଏହାକୁ ନେଇ ଡାକ୍ତର ଆଶିଷ ମାର୍କଣ କହିଛନ୍ତି,‘ଏହି ସବୁ ପ୍ରକ୍ରିୟାର କୌଣସି ବୈଜ୍ଞାନିକ କାରଣ ନାହିଁ। ଏପରି କରିବା ଦ୍ବାରା ଆଖିକୁ ଆଘାତ ପହଞ୍ଚିପାରେ। ତେଣୁ ଯଦି କେବେ ଆଖିରେ କିଛି ସମସ୍ୟା ଅନୁଭବ କରୁଛନ୍ତି ତୁରନ୍ତ ଚକ୍ଷୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ନଚେତ ଏଭଳି ପ୍ରକ୍ରିୟା ଆପଣାଉ ଆପଣାଉ ଦୃଷ୍ଟିଶକ୍ତି ସବୁଦିନ ପାଇଁ ହରାଇ ବସିବେ। ତେଣୁ ମଣିଷର ଅଙ୍ଗପ୍ରତ୍ୟେଙ୍ଗ ସହିତ ଖେଳ ଖେଳିବା ଉଚିତ ନୁହେଁ।
ସମସ୍ୟା ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଡାକ୍ତର ଯେପରି କହିବେ ସେଇ ଅନୁଯାୟୀ ଚିକିତ୍ସା ପ୍ରଣାଳୀ ଆପଣାଇ ସୁସ୍ଥ ରୁହନ୍ତୁ ଅନ୍ୟଙ୍କୁ ବି ସୁସ୍ଥ ରହିବା ପାଇଁ ପ୍ରେରଣା ଦିଅନ୍ତୁ। ’