ନୂଆଦିଲ୍ଲୀ: ଆଇଏଏସ୍ ଅଥର୍ ଆମୀର ଖାନ୍ ସୋସିଆଲ୍ ମିଡିଆରେ ଖୁବ୍ ପରିଚତ। ଆଇଏଏସ୍ ଟପ୍ପର ଟିନା ଡାବିଙ୍କ ପୂର୍ବତନ ସ୍ବାମୀ ଭାବେ ମଧ୍ୟ ତାଙ୍କୁ ଅନେକ ଲୋକ ଜାଣନ୍ତି। ତାଙ୍କର ସୁନ୍ଦର ଚେହେରା ଅନେକ ମହିଳାଙ୍କୁ ଆକର୍ଷିତ କରିଥିବା ବେଳେ ଗତ ବର୍ଷ ସେ ଦ୍ବିତୀୟ ବିବାହ କରିଥିଲେ। ଏହା ମଧ୍ୟରେ ତାଙ୍କ ନିର୍ବନ୍ଧକୁ ଏକ ବର୍ଷ ପୂରି ଯାଇଛି।
ସେ ଦ୍ବିତୀୟ ଥର ପାଇଁ ଡକ୍ଟର ମେହେରିନ୍ କାଜିଙ୍କୁ ବିବାହ କରିଥିଲେ। ଡକ୍ଟର ମେହେରିନ୍ କାଜି କଶ୍ମୀରର ବାସିନ୍ଦା। ଗତବର୍ଷ ଜୁଲାଇ ୩ ତାରିଖରେ ସେମାନଙ୍କର ନିର୍ବନ୍ଧ ହୋଇଥିଲା। ଆଜି ସେମାନଙ୍କର ନିର୍ବନ୍ଧ ବାର୍ଷିକୀ ବା ଏନ୍ଗେଜ୍ମେଣ୍ଟ୍ ଆନିଭର୍ସରି।
ଏହି ଅବସରରେ ଡକ୍ଟର ମେହେରିନ୍ କାଜି ତାଙ୍କ ସ୍ବାମୀଙ୍କ ପାଇଁ ଏକ ସ୍ବତନ୍ତ୍ର ଇନ୍ଷ୍ଟାଗ୍ରାମ୍ ପୋଷ୍ଟ୍ କରିଛନ୍ତି। ସେ ତାଙ୍କ ପୋଷ୍ଟ୍ରେ ସ୍ବାମୀ ଅଥର୍ଙ୍କ ଉପରେ ଭଲପାଇବା ଓଜାଡ଼ି ଦେଇଛନ୍ତି।
ମେହେରିନ୍ ତାଙ୍କ ଇନ୍ଷ୍ଟାରେ ଲେଖିଛନ୍ତି, ‘ମୋତେ ଜଣାନାହିଁ ଯେ ତୁମ ପରି ଜୀବନସାଥୀ ପାଇବାକୁ ମୁଁ ମୋ ଜୀବନରେ କ’ଣ କରିଛି। କେବେ କେବେ ମୁଁ କାନ୍ଦି କାନ୍ଦି ଆଲ୍ଲାଙ୍କୁ ଧନ୍ୟବାଦ ଦେଉଛି। ମୁଁ ତାଙ୍କୁ କେବଳ ଏତିକି କହିବି ଯେ ସେ ତୁମର ରକ୍ଷା କରନ୍ତୁ ଓ ସବୁ ଝିଅଙ୍କୁ ତୁମ ପରି ଜୀବନସାଥୀ ଦିଅନ୍ତୁ।’
ଏହାପରେ ସେ ଶେଷରେ ନିର୍ବନ୍ଧର ବାର୍ଷିକ ପୂର୍ତ୍ତି ଅବସରରେ ତୁମକୁ ଶୁଭେଚ୍ଛା ମାଇଁ ଲଭ୍ ବୋଲି ଲେଖିଛନ୍ତି। ମୋତେ ବିଶ୍ବାସ ହେଉନି କି ଆମେ ଦୁହେଁ ଦୁହିଁଙ୍କ ଜୀବନରେ ବର୍ଷେ ହେଲା ରହିଲେଣି। ତୁମେ ପ୍ରତ୍ୟେକ ଦିନ ମୋ ଜୀବନକୁ ଅଧିକ ସୁନ୍ଦର କରୁଛ ବୋଲି ମେହେରିନ୍ କହିଛନ୍ତି।