ଡ୍ରାଗନ୍‌ ଗାର୍ଲ : ଶରୀରର ୯୮ ପ୍ରତିଶତ ଅଂଶ ବିଭିନ୍ନ ପ୍ରକାର ଚିତାରେ ଭର୍ତ୍ତି

‘ଅଷ୍ଟ୍ରେଲିଆର ସର୍ବାଧିକ ଚିତାକୁଟା ମହିଳା’ର ମାନ୍ୟତା ରଖିଥିବା ୨୮ ବର୍ଷୀୟା ଅମ୍ବର ଲ୍ୟୁକ୍‌ଙ୍କର ୯୮ ପ୍ରତିଶତ ଶରୀର ବିଭିନ୍ନ ପ୍ରକାର ଚିତାରେ ଭରିଯାଇଛି। ତାଙ୍କର ଏପରି ନିଶାର ସଦ୍ୟତମ ଚିତା ହେଲା ବିଭାଜିତ ଜିହ୍ବା ଓ ନୀଳ ଆଖିଡୋଳା ଯେଉଁଥିପାଇଁ ତାଙ୍କୁ ୨.୮ ଲକ୍ଷ ଡଲାର ବା ପାଖାପାଖି ୨ କୋଟି ୩୨ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି। ଏପରି ଶରୀର ସାରା ଚିତାକୁଟାଇ ନାନା ସମାଲୋଚନାର ଶିକାର ହେବା ସହ କୌଣସି କର୍ମସଂସ୍ଥାନରେ ନିଯୁକ୍ତି ପାଇବାରେ ଅସୁବିଧା ଭୋଗୁଥିବା ଲ୍ୟୁକ୍‌ କିନ୍ତୁ ନିଜର ଏପରି ଅଭିଳାଷ ପୂରଣରେ ସନ୍ତୁଷ୍ଟ ଅଛନ୍ତି।

ଇଣ୍ଟରନେଟ୍‌ରେ ସେ ‘ଡ୍ରାଗନ୍‌ ଗାର୍ଲ’ ଭାବେ ସୁପରିଚିତ। ଆଗକୁ ସେ ତାଙ୍କ ଶରୀରର ଆଉ ଯେଉଁ ଅଂଶ ବାକି ଅଛି, ତହିଁରେ ଚିତା କୁଟାଇବା ସହ ପୁରୁଣା ଚିତାଗୁଡ଼ିକୁ ଅଧିକ ରଙ୍ଗିନ କରିବାର ଆଶା ରଖିଛନ୍ତି। ବିଶେଷ କରି ଅତି ସମ୍ବେଦନଶୀଳ ଅଂଗରେ ଚିତା କୁଟାଇବା ବେଳେ ତାଙ୍କ ଆଖିରୁ ଲୁହ ଝରୁଥିଲେ ହେଁ ଏହି ଚିତାଗୁଡ଼ିକ ତାଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତିଗତ ଅର୍ଥ ବହନ କରେ ଏବଂ ତାଙ୍କ ପରିଚିତିକୁ ଆହୁରି ଘନିଷ୍ଠ କରିଥାଏ ବୋଲି ଲ୍ୟୁକ୍‌ କହିଛନ୍ତି।

ସମ୍ବନ୍ଧିତ ଖବର