ନୂଆଦିଲ୍ଲୀ: ରାଜସ୍ଥାନର ପ୍ରତାପଗଡ଼ରେ ଜଣେ ଗରିବ ଯୁବକ ରାତାରାତି କୋଟିପତି ହୋଇଯାଇଛନ୍ତି। ଏହି ଘଟଣା ଏବେ ଚର୍ଚ୍ଚାରେ ରହିଛି। ଗରିବ ଯୁବକ ଜଣକ ଡ୍ରିମ ୧୧ ଆଇପିଏଲରେ ଟିମ ତିଆରି କରି ୧କୋଟି ଟଙ୍କା ଜିତି ଯାଇଛନ୍ତି।
ଉକ୍ତ ଯୁବକ ଜଣକ ଧରିୟାବଦ ଉପଖଣ୍ଡର ମୃଙ୍ଗଣାରେ ବସବାସ କରୁଥିବା ଶିବରାଜ ସିଂହ ସିସୋଦିଆ ବୋଲି ଜଣାପଡ଼ିଛି। ଶିବରାଜ ଗତ ମଙ୍ଗଳବାର ସନ୍ଧ୍ୟା ୭ଟାରେ ମାତ୍ର ୫୦ଟଙ୍କା ଡ୍ରିମ ୧୧ ଆଇପିଏଲ ଟିମରେ ଲଗାଇ ଏକ କୋଟି ଟଙ୍କା ଜିତି ଯାଇଛନ୍ତି।
ଶିବରାଜ ସିଂହ ସିସୋଦିଆ କହନ୍ତି, ‘ମୋର ପରିବାର ବହୁତ ଗରିବ। ତିନି ଭଉଣୀ ମଧ୍ୟରୁ ଦୁଇଜଣଙ୍କ ବିବାହ ହୋଇଯାଇଥିବା ବେଳେ ଜଣଙ୍କ ବିବାହ ହେବାର ଅଛି। ଗ୍ରାମରେ ଏକ ଛୋଟ ତେଜରାତି ଦୋକାନ କରି ପରିବାର ବହୁତ କଷ୍ଟରେ ଚଳାଇଥାଏ। ବାପା ଚାଷ କାମ କରୁଥିବା ବେଳେ ଅନେକ ଦିନ ହେବ ସେ ରୋଗଗ୍ରସ୍ତ ହୋଇ ବିଛଣାରେ ପଡ଼ି ରହିଛନ୍ତି।
କେବେ ବିଶ୍ବାସ କରି ନଥିଲି କୋଟିପତି ହେବି। ଏମିତି କି କେବେ ସ୍ବପ୍ନ ବି ଦେଖିନାହିଁ। ହଠାତ ରାତି ୧୧ଟାରେ ଫୋନକୁ ମେସେଜ ଆସିଥିଲା। ମୁଁ ଉକ୍ତ ମେସେଜକୁ ନେଇ ମାମୁ ପପୁ ଯାଦବଙ୍କୁ ଦେଖାଇଥିଲି। ଏହି ମେସେଜ ମିଥ୍ୟା ବୋଲି ଭାବି ସମସ୍ତେ ଅଣଦେଖା କରି ଦେଇଥିଲେ। କିନ୍ତୁ ପରେ ଏହି ମେସେଜ ସତ ପ୍ରମାଣିତ ହେଲା, ଆଉ ମୁଁ କୋଟିପତି ହୋଇଯାଇଥିବା ଜାଣିବା ପରେ ପରିବାର ସମସ୍ତ ସଦସ୍ୟ ଖୁସିରେ କାନ୍ଦି ପକାଇଥିଲେ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/rfss-sixteen_nine.jpg)