ଆସନ୍ତୁ ଜାଣିବା ଆପଣ ଦେଖୁଥିବା ସ୍ୱପ୍ନ କଣ ସୂଚାଇ ଥାଏ…

ଦୁନିଆରେ ଏମିତି କେହି ମଣିଷ ନାହିଁ ଯିଏ ସ୍ୱପ୍ନ ଦେଖୁ ନଥିବ? ସବୁ ଲୋକ ନିଜର ଆଗାମୀ ଭବିଷ୍ୟତ ପାଇଁ ସ୍ୱପ୍ନ ଦେଖିଥାନ୍ତି । କେବେ ଆପଣ, ଯାହା ଚାହୁଁଥିବେ ତାହା ଆପଣ ସ୍ୱପ୍ନରେ ଦେଖୁଥିବା ବେଳେ ଆଉ କେବେ କେବେ ଆପଣ ଭାବି ନଥିବା ଜିନିଷ ସବୁ ଆପଣଙ୍କ ସ୍ୱପ୍ନରେ ଆସି ଯାଇଥାଏ । କିଛି ଲୋକ ସ୍ୱପ୍ନକୁ ନେଇ ସାରା ଜୀବନ ବଞ୍ଚୁଥିବା ବେଳେ କିଛି ସେହି ସ୍ୱପ୍ନକୁ ପୂରା କରିବାରେ ଲାଗି ପଡ଼ିଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ବିଭିନ୍ନ ସମୟରେ ଆପଣ ଦେଖୁଥିବା ସ୍ୱପ୍ନ କେଉଁ ଜିନିଷର ସୂଚନା ଦେଇଥାଏ ।

୧. ସମୁଦ୍ର ଦେଇ ବିଦେଶ ଯାତ୍ରାର ସ୍ୱପ୍ନ ଯଦି ଆପଣ କେବେ ଦେଖୁଛନ୍ତି, ତେବେ ଚିନ୍ତା କରନ୍ତୁ ନାହିଁ । ଏଭଳି ସ୍ୱପ୍ନ ଦେଖିଲେ ଆପଣଙ୍କ ଭାଗ୍ୟୋଦୟ ହେବାର ସମ୍ଭାବନା ଅଛି ବୋଲି ଜାଣି ନିଅନ୍ତୁ ।
୨. ସ୍ୱପ୍ନରେ ଭାଲୁ ଦେଖିଲେ ତାହା ଚିନ୍ତାର କାରଣ ବୋଲି ଧରାଯାଏ ।
୩. ମିଠା ଖାଇବାର ସ୍ୱପ୍ନ ଦେଖିଲେ ଆଗକୁ ଆପଣଙ୍କ ଦେହ ଖରାପ ହେବ ବୋଲି ଜାଣି ନିଅନ୍ତୁ ।
୪. ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ସ୍ୱପ୍ନରେ ଦେଖିଲେ ତାଙ୍କ ସହ ସଂପର୍କ ଖରାପ ହେବାର ସମ୍ଭାବନା ଅଛି ବୋଲି ସୂଚାଇ ଥାଏ ।
୫. ସ୍ୱପ୍ନରେ ଯଦି ଆପଣ କେବେ ବିଛଣା ଦେଖୁଛନ୍ତି, ତେବେ ଆପଣଙ୍କର ଘର ବଦଳାଇବାର ସମୟ ଆସିଗଲା ବୋଲି ଭାବି ନିଅନ୍ତୁ ।
୬. ସ୍ୱପ୍ନରେ କେବେ ସାପ ଦେଖିଲେ ଆପଣଙ୍କ ଜୀବନରେ ଶତ୍ରୁର ଆଗମନ ଅଛି ବୋଲି ଜାଣି ନିଅନ୍ତୁ ।
୭. ସୁନା ବା ଟଙ୍କାର ସ୍ୱପ୍ନ ଦେଖିଲେ କିଛି ଅଶୁଭ ଘଟଣା ଘଟିବାର ଅଛି ବୋଲି ଜଣାଯାଏ ।
୮. ଯଦି ସ୍ୱପ୍ନରେ ବହି ପଢ଼ୁଥିବାର ସ୍ୱପ୍ନ ଦେଖୁଛନ୍ତି, ତେବେ ଖୁବ୍‌ ଶୀଘ୍ର ଆପଣଙ୍କୁ କିଛି ଗୁପ୍ତ ତଥ୍ୟ ମିଳିବାରେ ଅଛି ବୋଲି ଜାଣି ନିଅନ୍ତୁ ।
୯. ଶିଡ଼ିର ଛବି ସ୍ୱପ୍ନରେ ଦେଖିଲେ ଆପଣଙ୍କୁ ଆପଣଙ୍କ କାର୍ଯ୍ୟରେ ସଫଳତା ମିଳିବାର ଅଛି ବୋଲି ଜାଣନ୍ତୁ ।

ସମ୍ବନ୍ଧିତ ଖବର