ଦୁଇ ଚାମଚ ଭଜାଜିରା, ଗୋଟେ ଚାମଚ ଗୋଲମରିଚ, ଗୋଟେ ଚାମଚ ମିଠା ପାନମହୁରୀ, ଦୁଇ ତିନିଟି ଗୁଜୁରାତି, ଗୋଟେ ଚାମଚ ସୈନ୍ଧବ ଲବଣ, କିଛି ଶୁଖିଲା/କଞ୍ଚା ପୋଦିନା ପତ୍ର, ଗୋଟେ କପ୍ ମିଶ୍ରି/ ଚିନି (ଆପଣଙ୍କ ପସନ୍ଦ ଅନୁଯାୟୀ ମିଠା କମ୍ ବେଶି କରିପାରିବେ) ନେଇ ଗ୍ରାଇଣ୍ଡର୍ରେ ଭଲକରି ଗୁଣ୍ଡ କରିଦିଅନ୍ତୁ। ଗୋଟିଏ କାଚ ଡବାରେ ଏହାକୁ ରଖନ୍ତୁ। ଖରାରେ ବାହାରୁ ଫେରିଲେ ଗୋଟେ ଗ୍ଲାସ୍ରେ କିଛି ଟୁକୁରା ବରଫ ଖଣ୍ଡ ଉପରେ ଗୋଟେ ଚାମଚ ଲେମ୍ବୁରସ ଦେଇ ଗୋଟେ/ଦେଢ଼ ଚାମଚ ଶିକଞ୍ଜି ମସଲା ମିଶେଇ ଥଣ୍ଡା ପାଣିରେ ଗ୍ଲାସ୍ ଭରନ୍ତୁ, ପିଅନ୍ତୁ ଥଣ୍ଡା ଥଣ୍ଡା ଶିକଞ୍ଜି।
ପିଅନ୍ତୁ ଥଣ୍ଡା ଥଣ୍ଡା ଶିକଞ୍ଜି
/sambad/media/post_attachments/wp-content/uploads/2024/04/dgdjgjdjgdjg.jpg)