ଦୀର୍ଘଜୀବୀ କରାଉଛି କଫି, କହିଲା ଗବେଷଣା

ନୂଆଦିଲ୍ଲୀ: କଫି ପିଇବା ଦ୍ୱାରା ଲୋକମାନେ ଦୀର୍ଘଜୀବୀ ହେଉଛନ୍ତି ବୋଲି ଏକ ଗବେଷଣାରୁ ସ୍ପଷ୍ଟ ହୋଇଛି । ଯେଉଁ ଲୋକମାନେ ଦିନକୁ ୧-୩କପ କଫି ପିଉଛନ୍ତି । ସେମାନେ ଅଧିକ ଦିନ ପର୍ଯ୍ୟନ୍ତ ସୁସ୍ଥ ଏବଂ ଜୀବିତ ରହୁଥିବା ଜଣା ପଡ଼ିଛି । ନ୍ୟାସନାଲ କ୍ୟାନ୍‌ସର ଇନ୍‌ଷ୍ଟିଚ୍ୟୁଟ୍‌ ତରଫରୁ କରାଯାଇଥିବା ଏହି ଗବେଷଣାରୁ, ଦିନକୁ ୨-୩କପ କଫି ପିଉଥିବା ଲୋକ ଜମା କଫି ପିଉ ନଥିବା ଲୋକଙ୍କ ଠାରୁ ଦୀର୍ଘଜୀବୀ ବୋଲି ସ୍ପଷ୍ଟ କରିଛନ୍ତି । ଗବେଷଣା ପରେ ଏହି ମତ ରଖିଛନ୍ତି ଗବେଷକ ଏରିକା ଲପ୍ଟଫିଲ୍‌ଡ଼ ।

raajjefeed.com

ଏହି ଗବେଷଣାଟି ଦିନକୁ ୩-୪କପ କଫି ପିଉଥିବା ୩୮-୭୩ବର୍ଷୀୟ ଲୋକଙ୍କ ଉପରେ କରାଯାଇଥିଲା । ଯେଉଁଥିରୁ ଯଦି କୌଣସି ବ୍ୟକ୍ତି ଦିନକୁ ୩-୪କପ କଫି ପିଉଛି । ତେବେ ଶରୀର ଉପରେ ଏହାର ଖରାପ ପ୍ରଭାବ ପଡ଼ିବା ଅପେକ୍ଷା ଭଲ ପ୍ରଭାବ ପଡ଼ିଥାଏ । ଯାହାଦ୍ୱାରା ଲୋକମାନେ ଅଧିକ ଦିନ ପର୍ଯ୍ୟନ୍ତ ସୁସ୍ଥ ରହିଥାନ୍ତି । ପୂର୍ବରୁ ଅନେକ ଗବେଷଣା କରାଯାଇ କଫିରୁ ମିଳୁଥିବା ଫାଇଦା ବିଷୟରେ କୁହାଯାଇଥିବା ବେଳେ ଏବେ ବି ଅନେକ ଡ଼ାକ୍ତର ଲୋକମାନଙ୍କୁ ଏହାର ସେବନ କରିବା ପାଇଁ ମନା କରୁଛନ୍ତି ।

ସମ୍ବନ୍ଧିତ ଖବର