ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ଘଟଣା ଓ ଦୁର୍ଘଟଣାର ଭିଡିଓ ଓ ଫଟୋ ସାମ୍ନାକୁ ଆସିଥାଏ। ଏଥିମଧ୍ୟରୁ କିଛି ଘଟଣାର ଦୃଶ୍ୟ ଦେଖିଲେ ଆଶ୍ଚର୍ଯ୍ୟ ଲାଗିଥାଏ।

Advertisment

ଏମିତି ଏକ ଭିଡିଓ ନିକଟରେ ଭାଇରାଲ ହୋଇଛି। ‌ଯେଉଁଥିରେ ଦେଖିବାକୁ ମିଳୁଛି, ଏକ ଅଟୋ ରାସ୍ତାରେ ଯାଉଥିବା ବେଳେ ବୋଧ ହୁଏ ପଙ୍କଚର ହୋଇଯାଉଛି। ଏହାପରେ ରାସ୍ତାରେ ଅଟୋ ଦୁଇ ଚକାରେ ଚାଲୁଥିବା ବେଳେ ଜଣେ ବ୍ୟକ୍ତି ଅଟୋ ଭିତରୁ ବାହାରି ପଙ୍କଚର ଚକା ବାହାର କରୁଛନ୍ତି। ଆଉ ସେହି ରାସ୍ତାରେ ଯାଉଥିବା ଅନ୍ୟ ଏକ ଅଟୋରୁ ଜଣେ ବାଳକଙ୍କ ଠାରୁ ଉକ୍ତ ବ୍ୟକ୍ତି ଭଲ ଚକା ଆଣି  ଅଟୋରେ ଖଞ୍ଜି ଦେଉଛନ୍ତି।

ଏହି ଘଟଣାର ଦୃଶ୍ୟ ଦେଖିଲେ ଲୋମମୂଳ ଟାଙ୍କୁରି ଉଠୁଛି। ତିଳେମାତ୍ର ଅସାବଧାନତା ହୋଇଥିଲେ ନିଶ୍ଚିତ ଏକ ଦୁର୍ଘଟଣା ଘଟିଯାଇ ଥାଆନ୍ତା।

ଭାଇରାଲ ହୋଇଥିବା ଏହି ଭିଡିଓକୁ ‌ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି। ଏଭଳି ବିପଦପୂର୍ଣ୍ଣ କାମ ଦ୍ବିତୀୟ ଥର ନକରିବାକୁ ଉକ୍ତ ବ୍ୟକ୍ତିଙ୍କୁ ଅନୁ‌ରୋଧ କରିଛନ୍ତି। ଏଥିସହିତ ଏମିତି କାମ କରିବାକୁ କେହି ଚେଷ୍ଟା କରନ୍ତୁ ନାହିଁ। ଏହାଦ୍ବାରା ନିଜ ଜୀବନକୁ ବିପଦରେ ପକାଇବା ସହିତ ଅନ୍ୟମାନଙ୍କ ଜୀବନ ପ୍ରତି ବି ବିପଦ ରହୁଛି।