ହୃଦଘାତରେ ଚାଲିଗଲା ଡ୍ରାଇଭରଙ୍କ ଜୀବନ, ମରିବା ପୂର୍ବରୁ ବଂଚାଇଦେଲେ ୪୦ ଜଣ ଯାତ୍ରୀଙ୍କ ଜୀବନ

ଜୟପୁର: ଜୟପୁରରୁ ଭୁବନେଶ୍ୱର ଆସୁଥିଲା ବସ | ହଠାତ ଏହି ସମୟରେ ଡ୍ରାଇଭରଙ୍କୁ ହେଲା ହୃଦଘାତ | ତେବେ ନିଜ ଜୀବନକୁ ଖାତିର ନ କରି ବସ ଅଟକାଇଦେଲେ ଓ ଗାଡ଼ିରେ ଥିବା ୪୦ ଜଣ ଯାତ୍ରୀଙ୍କ ଜୀବନ ବଂଚାଇଦେଲେ | ତେବେ ହୃଦଘାତରେ ଡ୍ରାଇଭରଙ୍କ ଜୀବନ ଚାଲିଯାଇଛି | କିଛି ଏଭଳି ହୃଦୟବିଦାରକ ଘଟଣା ଘଟିଯାଇଛି |


ଜୟପୁରରୁ ରାତି ୯ଟାରେ ଭୁବନେଶ୍ୱର ଅଭିମୁଖେ ବାହାରିଥିଲା ରିଲାଏନ୍ସ ନାମକ ବସ | ଏହି ବସକୁ ଚଲାଉଥିଲେ ଯୋଗୀ ସେଠି ନାମକ ଜଣେ ଡ୍ରାଇଭର | ତେବେ ବସଟି ଆନ୍ଧ୍ରପ୍ରଦେଶ ଦେଇ ଯାଉଥିବାବେଳେ ହଠାତ ଚେତିଲି ନିକଟରେ ଯୋଗୀଙ୍କୁ ଛାତିରେ ଯନ୍ତ୍ରଣା ଅନୁଭୂତ ହୋଇଥିଲା | ଯୋଗୀ ଏଭଳି ଅବସ୍ଥାରେ ଯାତ୍ରୀ ଭର୍ତ୍ତି ବସକୁ ରାସ୍ତା କଡକୁ ନେଇଯାଇଥିଲେ |

ଏହା ପରେ ହୃଦଘାତରେ ଯୋଗୀଙ୍କ ପ୍ରାଣ ଚାଲିଯାଇଥିଲା | ତେବେ ଯୋଗୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ପ୍ରାୟ ଯାତ୍ରୀଙ୍କ ଜୀବନ ବଂଚିଯାଇଛି | ଜୀବନ ଯନ୍ତ୍ରଣାକୁ ବୁଝିଥିବା ଯୋଗୀ ସିନା ନାହାନ୍ତି କିନ୍ତୁ ୪୦ ଜଣ ଯାତ୍ରୀଙ୍କ ଜୀବନ ବଂଚାଇଦେଇଛନ୍ତି |

ସମ୍ବନ୍ଧିତ ଖବର