ମରୁଡ଼ି ହେବାରୁ କାମ ଖୋଜିବାକୁ ଦୁବାଇ ଚାଲିଗଲେ କୃଷକ, ଜିତିଲେ ୨୮.୫କୋଟି ଟଙ୍କାର ଲଟେରି

ନୂଆଦିଲ୍ଲୀ : କଥାରେ ଅଛି ଭଗବାନ ଯାହାକୁ ଦିଅନ୍ତି, ଛପର ଫାଡ଼ିକି ଦିଅନ୍ତି । ଅନେକ ସମୟରେ ଏହାର ଉଦାହରଣ ଦେଖିବାକୁ ମିଳେ । ଠିକ୍‌ ସେଭଳି ତେଲେଙ୍ଗାନାର ଜଣେ କୃଷକଙ୍କ ସହ ମଧ୍ୟ ଘଟିଛି । ମରୁଡ଼ି ସମସ୍ୟା ହେତୁ ଘରେ ଖାଇବାକୁ ନଥିବା ବେଳେ ଏବେ ତାଙ୍କୁ ଏକା ସାଙ୍ଗରେ ୨୮.୫କୋଟି ଟଙ୍କା ମିଳିବା ଖବରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।

Farmer
indiatimes.com

ସୂଚନା ମୁତାବକ, ତେଲେଙ୍ଗାନାରେ ରହୁଥିବା ବିଳାଶ ମରୁଡ଼ି ସମସ୍ୟା ଉପୁଜିବାରୁ କାମ ଖୋଜିବା ପାଇଁ ୨୦୧୪ରେ ଦୁବାଇ ଚାଲି ଯାଇଥିଲେ । ସେଠାରେ କୁଲି କାମ କରି ସେ ନିଜର ପେଟ ପୋଷିବା ସହ ଘରକୁ କିଛି କିଛି ଟଙ୍କା ପଠାଉଥିଲେ । ତେବେ ତାଙ୍କର ଭିଜାର ସମୟ ଅବଧି ସାରି ଆସୁଥିବା ଦେଖି ସେ ୨୦,୦୦୦ଟଙ୍କା ଦେଇ ଏକ ଲଟେରି କିଣିଥିଲେ । ଅନ୍ୟମାନଙ୍କର ଲଟେରି ଜିତିବା କାହାଣୀ ଶୁଣି ବିଳାଶ ଏପରି କରିଥିବା ବେଳେ ଆବୁ ଧାବି ଛାଡ଼ିବା ପୂର୍ବରୁ ତାଙ୍କୁ ଖୁସି ଖବର ମିଳିଥିଲା । ୨୦,୦୦୦ଟଙ୍କାର ଲଟେରି ବଦଳରେ ସେ ୨୮.୫କୋଟି ଟଙ୍କା ଜିତିଥିଲେ । ଘରକୁ ଫେରି ଏ ବିଷୟରେ ପରିବାର ସଦସ୍ୟଙ୍କୁ ଜଣାଇବା ପରେ କେହି ଏହାକୁ ବିଶ୍ୱାସ କରି ପାରି ନଥିଲେ । ବିଳାଶ ଜିତିଥିବା ଟଙ୍କା ଏବେ ତାଙ୍କ ଦୁଇ ଝିଅଙ୍କ ଶିକ୍ଷା ଓ ବିବାହରେ ଲଗାଇବେ ବୋଲି କହିଛନ୍ତି । ସେ ଜିତିଥିବା ଟଙ୍କାରେ ତାଙ୍କର ଆଗାମୀ ଦୁଇ ପିଢ଼ି ଚଳିଯିବେ ବୋଲି କହିଛନ୍ତି ବିଳାଶ ।

ସମ୍ବନ୍ଧିତ ଖବର