‘ମୁଁ ଚାଲିଗଲା ପରେ ମୋ ଆଖି ଆଉ କାହାକୁ ଦେଇଦେବ’ ଦ୍ରୌପଦୀ ମୁର୍ମୁଙ୍କ ଏହି ପଦେ କଥା ଜାଣିଛନ୍ତି କି

ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି କ୍ଷମତାସୀନ ଏନଡିଏ। ଭୋଟ୍ ଗଣିତ ସଙ୍କେତ ଦେଉଛି ଯେ ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ହେବା ଏକ ପ୍ରକାର ନିଶ୍ଚିତ। ଯଦି ଏମିତି ହୁଏ, ତାହାହେଲେ ସେ ହେବେ ପ୍ରଥମ ଆଦିବାସୀ ରାଷ୍ଟ୍ରପତି। ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ହେବା ପରେ ତାଙ୍କ ସଂପର୍କରେ ବିଭିନ୍ନ‌ ରୋଚକ ଖବର ପ୍ରକାଶ ପାଇବାରେ ଲାଗିଛି।  ତେବେ ଆଜି ଆମେ ମୁର୍ମୁଙ୍କ ଚକ୍ଷୁଦାନ ରହସ୍ୟ ବାବଦରେ କହିବୁ | ୨୦୧୬ ରେ ଝାଡ଼ଖଣ୍ଡର ରାଜ୍ୟପାଳ ଥିବାବେଳେ ଦ୍ରୌପଦୀ ମୁର୍ମୁ ରାଞ୍ଚିର କାଶ୍ୟପ ମେଡିକାଲ କଲେଜ ଦ୍ୱାରା ଆୟୋଜିତ ରନ୍ ଅଫ୍ ଭିଜନ୍ କାର୍ଯ୍ୟକ୍ରମକୁ ଯାଇଥିଲେ |

ଆଉ ସେହି କାର୍ଯ୍ୟକ୍ରମରେ ଦ୍ରୌପଦୀଙ୍କ ଘୋଷଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା | କାରଣ ସେଦିନ ଦ୍ରୌପଦୀ ଘୋଷଣା କରିଥିଲେ ଯେ ମୋର ମୃତ୍ୟୁ ହେବା ପରେ ଚକ୍ଷୁ ଆଉ କାହାକୁ ଦେଇଦେବ | ରାଜ୍ୟପାଳ ନିଜ ଚକ୍ଷୁଦାନ କରିବା ଘଟଣା ସମସ୍ତଙ୍କୁ ଭାବବିହ୍ୱଳ କରିଦେଇଥିଲା | ସାମାଜିକ କାର୍ଯ୍ୟ ସହିତ ଜୀବନବ୍ୟାପି ଜଡିତ ଥିବା ମୁର୍ମୁଙ୍କ ପ୍ରତି ଝାଡ଼ଖଣ୍ଡବାସୀଙ୍କର ନିବିଡ଼ ସମ୍ପର୍କ ଥିଲା | ଲୋକଙ୍କ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଉଥିବା ମୁର୍ମୁ ଦିନେ ବିଜେପି ସରକାରଙ୍କ ଏକ ପ୍ରସ୍ତାବକୁ ବି ଖାରଜ କରିଦେଇଥିଲେ |

ମୁର୍ମୁ ରାଜ୍ୟପାଳ ଥିବା ବେଳେ ଝାଡ଼ଖଣ୍ଡରେ ତତ୍କାଳୀନ ବିଜେପି ସରକାର ଆଣିଥିବା ଜମି ଭଡା ଆଇନରେ ସଂଶୋଧନକୁ ଖାରଜ କରିଥିଲେ। ଏହା ପରେ ଜେଏମଏମ(ଝାଡଖଣ୍ଡ) ବିଜେପିକୁ ଆଦିବାସୀ ବିରୋଧୀ ବୋଲି କହି ଆନ୍ଦୋଳନ ଆରମ୍ଭ କରିଥିଲା। ଏହା ପରେ, ୨୦୧୯ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ​​ଜେଏମଏମ, କଂଗ୍ରେସ ଏବଂ ଆରଜେଡି ମିଳିତ ମଞ୍ଚ ସରକାର ଗଠନ କରିଥିଲେ।

ସମ୍ବନ୍ଧିତ ଖବର