ପତ୍ନୀ ହିଡିମ୍ବାଙ୍କ ଯାଦୁ ଆଇନାରେ ଭୀମଙ୍କୁ ଦିଶିଲା ପାଞ୍ଚାଳୀଙ୍କ ମୁହଁ, କାହା ଛବି ଦେଖି ଚମକି ପଡ଼ିଲେ ଦ୍ରୌପଦୀ?

ମହାଭାରତର ଦ୍ରୌପଦୀଙ୍କ ଚରିତ୍ର ବିଷୟରେ ଅଳ୍ପବହୁତ ପ୍ରାୟ ସଭିଙ୍କୁ ଜଣା। ପାଞ୍ଚ ପୁରୁଷଙ୍କୁ ପତି ରୂପେ ବରଣ କରି ମଧ୍ୟ ପୁରାଣର ଅନେକ ସତୀ ନାରୀଙ୍କ ମଧ୍ୟରୁ ଦ୍ରୌପଦୀ ଅନ୍ୟତମ। ତାଙ୍କୁ ନେଇ ମହାଭାରତରେ ଅନେକ କାହାଣୀ ରହିଛି। ଆଜି ଆଲୋଚନା କରିବା ଦ୍ରୌପଦୀଙ୍କ ଯାଦୁ ଆଇନା ବିଷୟରେ।

ମହାଭାରତରେ ବର୍ଣ୍ଣିନା ଅଛି ଯେ ଭୀମଙ୍କ ପତ୍ନୀ ହିଡିମ୍ବାଙ୍କର ଏକ ଯାଦୁ ଆଇନା ଥିଲା। ସେହି ଆଇନା ଜରିଆରେ ସେ ଲୋକଙ୍କ ମନ କଥାକୁ ପଢ଼ି ପାରୁଥିଲେ। ସେ ସବୁବେଳେ ଭୀମଙ୍କ ମନରେ ତାଙ୍କ ଛବି ଦେଖିବାକୁ ଚାହୁଁଥିଲେ। ଥରେ ଭୀମଙ୍କ ସାମ୍ନାରେ ସେହି ଯାଦୁ ଆଇନା ଆଣି ରଖିଲେ। ଦେଖିବାକୁ ପାଇଲେ ଯେ ଆଇନାରେ ତାଙ୍କ ମୁହଁ ବଦଳରେ ଦ୍ରୌପଦୀ ମୁହଁ ଦିଶିଲା। ରାଗରେ ଆସି ହିଡିମ୍ବା ଭୀମଙ୍କୁ ସେ ଆଇନା ଦେଇଦେଲେ।

us.hotstar.com

ଭୀମ ସେହି ଆଇନା ଆଣି ଦ୍ରୌପଦୀଙ୍କୁ ଦେଲେ। ଦୌପଦୀ ନିଜ ମନର ପରୀକ୍ଷା ନେବା ଉଦେଶ୍ୟରେ ସେହି ଆଇନାରେ ତାଙ୍କ ମୁହଁ ଦେଖିଲେ। ଦ୍ରୌପଦୀ ଭାବିଥିଲେ ସେହି ଆଇନାରେ ହୁଏତ ଅର୍ଜୁନଙ୍କ ମୁହଁ ଦିଶିପାରେ। କାରଣ ହିଡିମ୍ବାଙ୍କ ସେହି ଯାଦୁ ଆଇନାରେ ନିଜ ମନର ମଣିଷର ଛବି ଦିଶେ। ମାତ୍ର ଦୌପଦୀ ସେହି ଆଇନା ଦେଖିବା ବେଳେ ଅର୍ଜୁନଙ୍କ ପରିବର୍ତ୍ତେ କର୍ଣ୍ଣଙ୍କ ମୁହଁ ଦିଶିଥିଲା, ଯାହାକୁ ଦେଖି ଚମକି ପଡ଼ିଲେ ଦ୍ରୌପଦୀ। ‌

( ସୌଜନ୍ୟ: ଦ ଏସିଆନ୍ ଏଜ୍)

ସମ୍ବନ୍ଧିତ ଖବର