ହଠାତ ଆକାଶରୁ ତଳକୁ ଖସି ପଡ଼ିଲା ୨ସପ୍ତାହର ପକ୍ଷୀ, ମଦ ପିଇଥିବାରୁ ଉବର ଡ଼କାଇ ଡ଼ାକ୍ତରଖାନା ପଠାଇଲେ ଯୁବକ

ନୂଆଦିଲ୍ଲୀ: ଦେଶରେ ଏବେ ଚାରିଆଡ଼େ ଘଟୁଥିବା ଅପରାଧକୁ ଦେଖିବା ପରେ ସମାଜରୁ ମାନବିକତା ମରିବାରେ ଲାଗିଛି ବୋଲି ମନେ ହୋଇଥାଏ । କିନ୍ତୁ ସେ ମଧ୍ୟରେ କିଛି ଲୋକ ଏଭଳି କିଛି କାମ କରି ଯାଇଥାନ୍ତି, ଯାହା ପୁଣି ଥରେ ମାନବିକତା ସମାଜରେ ବଞ୍ଚି ରହିଛି ବୋଲି ମନରେ ବିଶ୍ୱାସ ଜନ୍ମାଇଥାଏ । କିଛି ସେଭଳି ଘଟଣା ଆମେରିକାରେ ଘଟିଛି, ଯାହା ମାନବିକତାର  ଏକ ବଡ଼ ଉଦାହରଣ ସୃଷ୍ଟି କରିଛି ।

ସୂଚନା ମୁତାବକ, ଟିମ୍‌ କ୍ରୋଉଲି ନିଜ ବନ୍ଧୁମାନଙ୍କ ସହ ମଦ ପିଇ ପାର୍ଟି କରିବା ସହ ସମସ୍ତେ ବାହାରେ ଆସି ବସିିଥିଲେ । ହଠାତ ସେହି ସମୟରେ ଏକ ଛୋଟ ପକ୍ଷୀ ଆକାଶରୁ ଆସି ତଳେ ପଡ଼ିଥିଲା । ଟିମ୍‌ ଏବଂ ତାଙ୍କର ବନ୍ଧୁମାନେ ପକ୍ଷୀ ପାଖକୁ ଯିବା ପରେ ତା’ ଶରୀରରେ ଗଭୀର ଆଘାତ ଲାଗିଥିବା ଦେଖା ଯାଇଥଲା । ପକ୍ଷୀର ଅବସ୍ଥା ଦେଖି ଟିମ୍‌ ପ୍ରାଣୀ ଚିକିତ୍ସାଳୟକୁ ଫୋନ କରିଥିଲେ । ଯାହା ପରେ ଡାକ୍ତର ପକ୍ଷୀକୁ ପ୍ରାଣୀ ଚିକିତ୍ସାଳୟ ଆଣିବା ପାଇଁ କହିଥିଲେ । ଟିମ୍‌ ତୁରନ୍ତ ପକ୍ଷୀକୁ ଧରି ପ୍ରାଣୀ ଚିକିତ୍ସାଳୟ ଯିବାକୁ ଚିନ୍ତା କରୁଥିବା ବେଳେ ସେ ନିଶାଗ୍ରସ୍ତ ଥିବା କଥା ତାଙ୍କର ମନେ ପଡ଼ିଥିଲା ।

WJBF

ଗାଡ଼ି ଚଳାଇବା ଅବସ୍ଥାରେ ନଥିବାରୁ ଟିମ୍‌ ଉବର ବୁକ୍‌ କରି ପକ୍ଷୀକୁ ପଠାଇବାକୁ ଚିନ୍ତା କରିଥିଲେ । କିନ୍ତୁ ପ୍ରଥମ ଉବର ଚାଳକଜଣଙ୍କ ତାଙ୍କ ବୁକ୍‌ ରିକ୍ୟୁଏଷ୍ଟକୁ ରଦ୍ଦ କରି ଦେଇଥିଲେ । ଯାହା ପରେ ସେ ଦ୍ୱିିତୀୟ ଥର ଉବର ବୁକ୍‌ କରିବା ପାଇଁ ଚେଷ୍ଟା କରିବା ପରେ କ୍ରିଷ୍ଟି ନାମକ ଜଣେ ଯୁବକ ବୁକ୍‌ ରିକ୍ୟୁଏଷ୍ଟକୁ ଗ୍ରହଣ କରି ଟିମ୍‌ଙ୍କ ଘରେ ପହଞ୍ଚିଥିଲେ । ତୁରନ୍ତ ଉବର ଯୋଗେ ପକ୍ଷୀଟିକୁ ପ୍ରାଣୀ ଚିକିତ୍ସାଳୟ ନିଆଯିବାରୁ ଚିକିତ୍ସା ପରେ ସେ ଏବେ ସୁସ୍ଥ ଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର