ମୋବାଇଲ୍ ଟାୱାର ଉପରେ ଚଢ଼ି ଯୁବକ ଚିତ୍କାର କଲେ- ମୋଦୀଙ୍କୁ ଡାକନ୍ତୁ.. ମୋଦୀଙ୍କୁ ଡାକନ୍ତୁ; ଜାଣନ୍ତୁ କାହିଁକି ଏପରି କରୁଥିଲେ ସେ

ଡେରାଡୁନ୍ : ଉତ୍ତରାଖଣ୍ଡର ଜୋନପୁରରେ ଦେଖବାକୁ ମିଳିଛି ଏକ ଅଦ୍ଭୁତ କାଣ୍ଡ। ଜଣେ ବ୍ୟକ୍ତି ଏକ ମୋବାଇଲ୍ ଟାୱାର ଉପରେ ଚଢ଼ି ମୋଦୀଙ୍କୁ ଡାକନ୍ତୁ, ମୋଦୀଙ୍କୁ ଡାକନ୍ତୁ ବୋଲି ଜୋରରେ ଚିତ୍କାର କରିଥିଲେ। ଏପରିକି ମୋଦି ନ ଆସିଲେ ଟାୱାର ଉପରୁ ତଳକୁ ଡେଇଁ ପଡିବାକୁ ଧମକ ମଧ୍ୟ ଦେଇଥିଲେ । ତାଙ୍କର ଏପରି କାଣ୍ଡ ଦେଖି ପାଖରେ ଥିବା ଲୋକେ ଚିନ୍ତାରେ ପଡ଼ି ବଞ୍ଚାଇବାକୁ ଉଦ୍ୟମ ଆରମ୍ଭ କରିଥିଲେ। ବୁଝୁ ବୁଝୁ ବ୍ୟକ୍ତିଜଣକ ମଦ୍ୟପ ବୋଲି ଜଣାପଡ଼ିଥିଲା।

ଏହି ଘଟଣା ଜଣା ପଡିବା ପରେ ସେଠାରେ ଲୋକଙ୍କର ଭିଡ ଦେଖିବାକୁ ମିଳିଥିଲା । ପୁଲିସ ଓ ଫାୟାର ବ୍ରିଗେଡ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । କିନ୍ତୁ ମଦ୍ୟପ ଯୁବକଙ୍କୁ ତଳକୁ ଓହ୍ଲାଇବା ପାଇଁ ନାକେଦମ ହେବାକୁ ପଡିଥିଲା । ସୂଚନା ଅନୁଯାୟୀ, ମଦ୍ୟପ ଯୁବକ ସ୍ଥାନୀୟ ରାଜଭର ବସ୍ତି ବାସିନ୍ଦା ଓ ପେସାରେ ଜଣେ ଇ-ରିକ୍ସା ଚାଳକ । ତେବେ ଶୁକ୍ରବାର ମଦ ନିଶାରେ ମୋବାଇଲ ଟାୱାରକୁ ଚଢିବା ସହ ଡ୍ରାମା ଆରମ୍ଭ କରିଥିଲେ ରାଜଭର ।

Amar Ujala

ଘଟଣାସ୍ଥଳରେ ସ୍ଥାନୀୟ ଲୋକ ପହଞ୍ଚି ମୋବାଇଲ ଟାୱାରରୁ ଓହ୍ଲାଇବାକୁ ରାଜଭରଙ୍କୁ କହିଥିଲେ । କିନ୍ତୁ ମଦ ନିଶାରେ ଚୁର ଥିବା ରାଜଭର ମୋଦି ନ ଆସିଲେ ମୋବାଇଲ ଟାୱାରରୁ ଓହ୍ଲାଇବେ ନାହିଁ ବୋଲି କହିଥିଲେ । ତେବେ ପୋଲିସ ଓ ଫାୟାର ବ୍ରିଗେଡ ଟିମ୍ ପହଞ୍ଚିବା ପରେ ରାଜଭରଙ୍କୁ ତଳକୁ ଓହ୍ଳାଇବା ପାଇଁ ଆରମ୍ଭ ହୋଇଥିଲା ଅପରେସନ । କିନ୍ତୁ ରାଜଭରଙ୍କୁ ତଳକୁ ଓହ୍ଳାଇବାକୁ ଅଧିକାରୀଙ୍କୁ ନାକେଦମ ହେବାକୁ ପଡିଥିଲା । ପରେ ରାଜଭରଙ୍କ ପରିବାରବର୍ଗଙ୍କୁ ଘଟଣାସ୍ଥଳକୁ ଡକାଯାଇ ତାଙ୍କୁ ଓହ୍ଲାଇବାକୁ ଚେଷ୍ଟା କରାଯାଇଥିଲା । କିନ୍ତୁ ଏଥିରେ ମଧ୍ୟ ବିଫଳ ହୋଇଥିଲେ ଅଧିକାରୀ । ତେବେ ବହୁ ଚେଷ୍ଟା ପରେ ରାଜଭରଙ୍କୁ ତଳକୁ ଓହ୍ଲାଇଥିଲେ ଫାୟାର ବ୍ରିଗେଡ କର୍ମଚାରୀ ।

ସମ୍ବନ୍ଧିତ ଖବର