ଦିଲ୍ଲୀରେ ପ୍ରାୟ ୭୨ ପ୍ରତିଶତ ଲୋକ ମଦ୍ୟପାନ କରି ଗାଡ଼ି ଚଳାଇଥାନ୍ତି : ସର୍ଭେ

ନୂଆଦିଲ୍ଲୀ:ଦିଲ୍ଲୀରେ ମଦ୍ୟପାନ କରି ଗାଡି ଚାଳନାକୁ ରୋକିବା ଦିଗରେ କାମ କରୁଥିବା ସଂଗଠନ ଏଗେନ୍‌ଷ୍ଟ ଡ୍ରଙ୍କନ୍‌ ଡ୍ରାଇଭିଂ(ସିଏ ଡି ଡି) ପକ୍ଷରୁ କରାଯାଇଥିବା ସର୍ଭେରେ ଏକ ନୂଆ ଖୁଲାସା ହୋଇଛିି। ତାହା ଅନୁଯାୟୀ ଦିଲ୍ଲୀରେ ପ୍ରାୟ ୭୨ ପ୍ରତିଶତ ଲୋକ ମଦ୍ୟପାନ କରି ଗାଡ଼ି ଚଳାଇଥାନ୍ତି। ଗାଡ଼ି ଚାଳକମାନେ ଏକଥା ବି ସ୍ୱୀକାର କରିଛନ୍ତି କି ସେମାନେ ଦିନରେ ମଦ ପିଇ ଗାଡ଼ି ଚଳାଇଥାନ୍ତି।
ସିଏ ଡି ଡି ପକ୍ଷରୁ ଏହି ସର୍ଭେ ଗତ ଅକ୍ଟୋବର ୨୩ ତାରିଖରୁ ଡିସେମ୍ବର ୮ ତାରିଖ ମଧ୍ୟରେ କରାଯାଇଥିଲା। ଏହି ସମୟରେ ୫ ହଜାର ଲୋକଙ୍କଠାରୁ ଡ୍ରଙ୍କନ୍‌ ଡ୍ରାଇଭିଂ ସଂପର୍କରେ ଚର୍ଚ୍ଚା ହୋଇଥିଲା। ଏଥିମଧ୍ୟରୁ ୩୬୦୫ ଜଣ ଚାଳକ ସ୍ୱୀକାର କରି ଥିଲେ ଯେ ସେମାନେ ପ୍ରାୟତଃ ମଦ ପିଇ ଗାଡ଼ି ଚଳାଇଥାନ୍ତି। ୧୮୩୭ ଜଣ ଲୋକ ମାନିଥିଲେ ସେମାନେ କେବେ କେମିତି ମଦ ପିଇ ଗାଡ଼ି ଚଳାଇଛନ୍ତି।

ସର୍ଭେରେ ୩୮ ପ୍ରତିଶତ ଲୋକ ସ୍ୱୀକାର କରିଥିଲେ ମଦ୍ୟପାନ କରି ଗାଡ଼ି ଚଳାଇବା ଲାଗି କୌଣସି କଠୋର ଦଣ୍ଡର ବ୍ୟବସ୍ଥା ନଥିବା ହେତୁ ସେମାନେ ମଦ ପିଇ ଗାଡ଼ି ଚଳାଇଥାନ୍ତି। ୮୫.୭ ପ୍ରତିଶତ ଲୋକ ଜାଣନ୍ତି ଯେ ମଦ ପିଇ ଗାଡ଼ି ଚଳାଇବା ଦଣ୍ଡନୀୟ ଅପରାଧ ଓ ଟ୍ରାଫିକ୍‌ ନିୟମର ଉଲ୍ଲଂଘନ। ପ୍ରାୟ ୭୦ ପ୍ରତିଶତ ଲୋକଙ୍କ ମତ ହେଲା ଯେ ମଦ ପିଇ ଗାଡ଼ି ଚଳାଇଲେ,ଜେଲ ଦଣ୍ଡର ବ୍ୟବସ୍ଥା ହେଲେ ଏହାକୁ ରୋକାଯାଇ ପାରିବ।

ସମ୍ବନ୍ଧିତ ଖବର