ଶୁଖିଲା ଭେନିସ୍‌ କେନାଲ୍!

ଶୁଖିଲା ଭେନିସ୍‌ କେନାଲ୍!

ଅନେକ ସପ୍ତାହ ଧରି ବୃଷ୍ଟିପାତ ନ ହେବା କାରଣରୁ ଇଟାଲିରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ସାଧାରଣତଃ ବନ୍ୟା ସମସ୍ୟା ଭୋଗି ଆସୁଥିବା ଭେନିସ୍‌ ସହର ଏବେ ଓଲଟା ଦଶା ଭୋଗୁଛି। ଭେନିସ୍‌ର ବିଶ୍ବପ୍ରସିଦ୍ଧ କେନାଲ୍ ମାନଙ୍କରେ ଜଳସ୍ତର ଏତେ ତଳକୁ ଖସିଗଲାଣି ଯେ ସେଥିରେ ଡଙ୍ଗା ଆଦି ଚଳାଇବା ଅସମ୍ଭବ ହୋଇଯାଇଛି। ତେଣୁ କେନାଲ୍ ଉପରେ ନିର୍ଭରଶୀଳ ବୋଟ୍ ଟାକ୍‌ସି, ଗୋଣ୍ଡୋଲା, ଆମ୍ବୁଲାନ୍‌ସ ଆଦି ସେବା ବନ୍ଦ ରହିଛି। ଏଥର ଶୀତ ଋତୁରେ ଆଲ୍‌ପ୍‌ସ ପର୍ବତମାଳାରେ ନିୟମିତ ମାତ୍ରା ଠାରୁ ଅର୍ଦ୍ଧେକ କମ୍ ତୁଷାରପାତ ହୋଇଛି। ଏଥି ସହିତ କମ୍ ବୃଷ୍ଟିପାତ, ଉଚ୍ଚଚାପର ସ୍ଥିତି, ପୂର୍ଣ୍ଣିମା ଆଦି କାରଣରୁ ଭେନିସ୍‌ର ପ୍ରସିଦ୍ଧ କେନାଲ୍‌ଗୁଡ଼ିକ ଶୁଖିଯାଇଛି। ଇଟାଲିର ନଦୀ ଓ ହ୍ରଦମାନଙ୍କର ଜଳ ସ୍ତର ମଧ୍ୟ ଖୁବ୍ ତଳକୁ ଖସିଯାଇଛି। ତେବେ କିଛି ଦିନ ପରେ ବୃଷ୍ଟିପାତ ଓ ତୁଷାରପାତ ହୋଇ ସ୍ଥିତି ପୂର୍ବାବସ୍ଥାକୁ ଫେରିବ ବୋଲି ପାଣିପାଗ ବିଶେଷଜ୍ଞମାନେ ଅନୁମାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe