ଡିଏସପି ଝିଅକୁ ସିଆଇ ଥିବା ବାପା ସାଲ୍ୟୁଟ ମାରି ନମସ୍କାର ମ୍ୟାଡମ୍ କହିବାରୁ ମିଳିଲା ଏଭଳି ଉତ୍ତର 

ନୂଆଦିଲ୍ଲୀ: ସନ୍ତାନ ଯେତେବେଳେ ନିଜ ଗୋଡରେ ନିଜେ ଛିଡା ହେବା ଶିଖିଯାଏ ତାହା ବାପା ଓ ମା’ଙ୍କ ପାଇଁ ଖୁସିର କଥା ହୋଇଥାଏ। ଯଦି ସେହି ସନ୍ତାନ ପାଠପଢ଼ି ଭଲ ମଣିଷ ଟିଏ ହୋଇ ବାପାଙ୍କ ପଦାଙ୍କ ଅନୁସରଣ କରି ବାପା ଥିବା ପଦବୀରୁ ଆଉ ଟିକେ ବଡ଼ ପଦବୀରେ ନିୟୋଜିତ ହୁଏ ଏହାକୁ ନେଇ ବାପା ଓ ମା’ ଗର୍ବ ଅନୁଭବ କରିଥାଆନ୍ତି।

ଏଭଳି ଏକ ଘଟଣା ଆନ୍ଧ୍ରପ୍ରଦେଶ ପୁଲିସ ବିଭାଗରେ ଦେଖିବାକୁ ମିଳିଛି। ଆନ୍ଧ୍ରପ୍ରଦେଶ ପୁଲିସ ୨୦୨୧ ଜାନୁଆରି ୩ରେ ତିରୁପତିରେ ପୁଲିସ ଡ୍ୟୁଟି ମିଟ୍- ୨୦୨୧ ଆୟୋଜନ କରିଥିଲେ, ଯାହାକୁ ଡିଜିପି ଗୌତମ ସୱାଙ୍ଗ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଫିସର ଝିଅକୁ ଦେଖି ବାପା ସାଲ୍ୟୁଟ ମାରିଥିବାର ଏକ ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି। ଏହି ଘଟଣାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଜେସି ପ୍ରଶାନ୍ତି ୨୦୧୮ ବ୍ୟାଚର ଜଣେ ପୁଲିସ ଅଧିକାରୀ | ବର୍ତ୍ତମାନ ସେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଦକ୍ଷିଣରେ ଡିଏସପି ଭାବରେ ନିୟୋଜିତ ଅଛନ୍ତି। ତିରୁପତିଠାରେ ଆ‌ୟୋଜିତ ପୁଲିସ ଡ୍ୟୁଟି ମିଟ୍ -୨୦୨୧ରେ ପ୍ରଶାନ୍ତିଙ୍କ ଡିୟୁଟି ପଡ଼ିଥିଲା। ସେହିପରି ତିରୁପତି କଲ୍ୟାଣୀ ଡ୍ୟାମ୍ ପୁଲିସ ତାଲିମ କେନ୍ଦ୍ରରେ ସିଆଇ (ସର୍କଲ ଇନ୍ସପେକ୍ଟର )ଭାବରେ କାର୍ଯ୍ୟ କରୁଥିବା ପ୍ରଶାନ୍ତିଙ୍କ ପିତା ଶ୍ୟାମ ସୁନ୍ଦର ମଧ୍ୟ ଏହି ପୁଲିସ ମିଟରେ ସାମିଲ ହୋଇଥିଲେ।

 2018 बैच की पुलिस अफसर है जेसी प्रशांति

ଗୋଟିଏ କାର୍ଯ୍ୟକ୍ରମରେ ଡିଏସପି ଝିଅ ଜେସି ପ୍ରଶାନ୍ତିଙ୍କୁ ଡ୍ୟୁଟି କରୁଥିବା ଦେଖି ସିଆଇ ପିତା ଶ୍ୟାମ ସୁନ୍ଦର ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ବହୁତ ଖୁସି ହେବା ସହ ଗର୍ବ ଅନୁଭବ କରିଥିଲେ। ଅନ୍ୟ ପୁଲିସ କର୍ମଚାରୀଙ୍କ ପରି ସିଆଇ ଶ୍ୟାମ ସୁନ୍ଦର ଝିଅଙ୍କୁ ସାଲ୍ୟୁଟ କରି ନମସ୍କାର ମ୍ୟାଡମ୍ ବୋଲି କହିଥିଲେ। ପିତାଙ୍କ ସାଲ୍ୟୁଟର ପ୍ରତି ସାଲ୍ୟୁଟ ଦେଇ ପ୍ରଶାନ୍ତି ମଧ୍ୟ ଆଶୀର୍ବାଦ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର