ହୃଦୟସ୍ପର୍ଶୀ ଦୃଶ୍ୟ! ବିବାହ ପରେ କାନ୍ଦୁଥିବା ମାଲିକାଣୀଙ୍କୁ ଶାଶୁଘରକୁ ଛାଡ଼ିବାକୁ ରାଜି ହେଉନାହିଁ କୁକୁର

ନୂଆଦିଲ୍ଲୀ: ବିବାହ ଋତୁ ଚାଲିଛି। ଏହି କ୍ରମରେ ବିବାହକୁ ନେଇ ଅନେକ ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି। ଏଥିମଧ୍ୟରୁ କିଛି ଫଟୋ ଓ ଭିଡିଓ ଭାଇରାଲ ହୋଇଯାଇଛି। ଭାଇରାଲ ହୋଇଥିବା ଫଟୋ ଓ ଭିଡିଓ ମଧ୍ୟରୁ ଏକ ଭିଡିଓରେ ଜଣେ କନ୍ୟାଙ୍କ ବିବାହ ଶେଷ ପରେ ତାଙ୍କୁ ଶାଶୁଘରକୁ ବିଦା କରିବା ପାଇଁ ପ୍ରସ୍ତୁତି ଚାଲିଥିବା ଦେଖିବାକୁ ମିଳୁଛି।

ଏହି ସମୟରେ କନ୍ୟା ଜଣକ ତାଙ୍କ ପରିବାର ସଦସ୍ୟଙ୍କୁ ଧରି କାନ୍ଦୁଥିବା ବେଳେ ପୋଷାକୁକୁର ବି ତାର ମାଲିକ‌ାଣୀଙ୍କୁ ଶାଶୁଘର ଛାଡ଼ିବାକୁ ପ୍ରସ୍ତୁତ ନଥିଲା। ଏହାପରେ କନ୍ୟା ଜଣକ କୁକୁରକୁ ଧରି ଭୋଭୋ ହୋଇ କାନ୍ଦିଥିଲେ। ଏହି ହୃଦୟସ୍ପର୍ଶୀ ଭିଡିଓକୁ ସୋସିଆଲ ମିଡିଆ ବ୍ୟବହାରକାରୀ ବେଶ ପସନ୍ଦ କରୁଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏହି ହୃଦୟସ୍ପର୍ଶୀ ଘଟଣାର ଭିଡିଓକୁ  ଆଇ ଲଭ ୟୁ ୧୪୩୦ ନାମକ ଆକାଉଣ୍ଟରୁ ସେୟାର କରାଯାଇଛି। ଏହି ଭିଡିଓକୁ ଏଯାବତ୍ ୩୦ ହଜାରରୁ ଅଧିକ ଲାଇକ ମିଳିସାରିଲାଣି। ଭିଡିଓ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।

ଜଣେ ଲେଖିଛନ୍ତି, ‘ପଶୁପକ୍ଷୀମାନେ ବି ଏସବୁ ଅନୁଭବ କରି ପାରନ୍ତି। ଆଉ ଜଣେ ଲେଖିଛନ୍ତି, ‘ସେ କୁକୁରକୁ ନିଜ ସାଥୀରେ ବି ନେଇ ପାରିଥାଆନ୍ତେ।’ ଜାଣିନି କ’ଣ ପାଇଁ କିନ୍ତୁ ଭିଡିଓ ଦେଖି ଆଖିରେ ଲୁହ ଭରି ଆସିଥିଲା ବୋଲି ଜ‌ଣେ ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରତିକ୍ରିୟା ଦେଇ ଲେଖିଛନ୍ତି।

ନିକଟରେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ କନ୍ୟା ତାଙ୍କ କୁକୁରକୁ ଧରି ବିବାହ ମଣ୍ଡପରେ ପହଞ୍ଚିଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର