ଋଷି ଦୁର୍ବାସା କାହିଁକି ପୁଂଜିକସ୍ଥଳୀ ନାମକ ଜଣେ ଅପ୍‌ସରାଙ୍କୁ ଅଭିଶାପ ଦେଇଥିଲେ? ଏଥିରୁ କିପରି ମୁକ୍ତ ହୋଇଥିଲେ ସେ ?

ଋଷି ଦୁର୍ବାସା ମହାକୋପୀ ଭାବେ ଖ୍ୟାତ। ସେ ଥରେ ଦେବରାଜ ଇନ୍ଦ୍ରଙ୍କ ସଭାରେ ଯୋଗ ଦେଇଥାନ୍ତି । ସେହି ସମୟରେ ପୁଂଜିକସ୍ଥଳୀ ନାମକ ଜଣେ ଅପ୍‌ସରା ବାରମ୍ବାର ଯିବା ଆସିବା କରୁଥାଏ।

ସଭାସ୍ଥଳୀ ମଧ୍ୟରେ ଅପ୍‌ସରାରଙ୍କର ଏହି କାର୍ଯ୍ୟକୁ ନାପସନ୍ଦ କରିଥିଲେ ଦୁର୍ବାସା। ସେ ଅପସରାଙ୍କୁ ଏଭଳି ନ କରିବା ଲାଗି ଏକାଧିକବାର ବାରଣ କରିଥିଲେ। ଅପସରାଙ୍କ ଉପରେ ଏହାର କିଛି ପ୍ରଭାବ ପଡ଼ିନଥିଲା।

ଏଥିରେ କ୍ରୋଧିତ ହୋଇ ଋଷି ଦୁର୍ବାସା ଅପସରାଙ୍କୁ କହିଥିଲେ ‘ଦେବସଭାର ଚାଲିଚଳଣୀ ସମ୍ପର୍କରେ ତୋ’ର କିଛି ଜ୍ଞାନ ନାହିଁ। ଦେବସଭାର ମର୍ଯ୍ୟାଦା ହାନି କରିଛୁ ତୁ। ଏଣୁ ତୁ ତୋର ଏହି ଅପକର୍ମ କାରଣରୁ ବାନରୀ ହୋଇଯାଆ।’

ଦୁର୍ବାସାଙ୍କ ଅଭିଶାପ ଶୁଣି ପୁଂଜିକସ୍ଥଳୀ ତଟସ୍ଥ ହୋଇଗଲା। ସେ ଏଭଳି ଅଭିଶାପ ପାଇବ ବୋଲି ଭାବିନଥିଲା। ଯେତେବେଳେ ସେ ନିଜ ଭୁଲର ଅନୁଭବ କରିଲା, ସେତେବେଳେ ସେ ଦୁର୍ବାସାଙ୍କୁ ଅନୁନୟ ବିନତି ପୂର୍ବକ କହିଥିଲେ, ‘ଋଷିବର! ମୁଁ ନିଜର ମୁର୍ଖତା ହେତୁ ଏଭଳି ଆଚରଣ କରିଥିଲି। ଏଣୁ ମୋତେ ଦୟାପୂର୍ବକ ଏହି ଅଭିଶାପରୁ ମୁକୁଳିବାର ଉପାୟ ବତାନ୍ତୁ।’

ଏଥର ଶାନ୍ତ ହୋଇ ଦୁର୍ବାସା କହିଥିଲେ, ‘ତୁ ରାଜ ବିରଜାଙ୍କ କନ୍ୟା ରୂପେ ଜନ୍ମ ନେବୁ। ତୋ’ର ଗର୍ଭରୁ ଜଣେ ମହାନ୍‌ ବଳଶାଳୀ ଯଶସ୍ୱୀ, ପ୍ରଭୁଭକ୍ତ ବାଳକ ଜନ୍ମ ଗ୍ରହଣ କରିବେ।’

ଏହି ଅପ୍‌ସରୀ ପରଜନ୍ମରେ ଅଂଜନା ରୂପେ ଜନ୍ମ ହେଲେ ଓ ତାଙ୍କ ପୁତ୍ର ଭାବେ ହନୁମାନ ଜନ୍ମ ହୋଇଥିଲେ।

ସମ୍ବନ୍ଧିତ ଖବର