କୋଲକାତାର ସନ୍ତୋଷ ମିତ୍ର ଛକଠାରେ ଆୟୋଜିତ ଦୁର୍ଗାପୂଜାରେ ୫୦ କିଲୋ ସୁନାରେ ସଜେଇ ହେବେ ମା’ ଦୁର୍ଗା!

କୋଲକାତା : ସୁନା ଓ ରୁପା ଗହଣାରେ ସୁସଜ୍ଜିତ ମା’ ଦୁର୍ଗାଙ୍କ ପ୍ରତିମା ମଣ୍ତପରେ ପୂଜା ପାଇବା ନୂଆ କଥା ନୁହେଁ। ତେବେ, ଦେବୀଙ୍କୁ ଅଧ କୁଇଣ୍ଟାଲ୍‌ ଓଜନର ସୁନା ଗହଣାରେ ସଜେଇ ପୂଜା କରିବା, ନିଶ୍ଚିତଭାବେ ସମସ୍ତଙ୍କୁ ଚକିତ କରିବ। ଚଳିତବର୍ଷ କୋଲକାତାର ସନ୍ତୋଷ ମିତ୍ର ଛକଠାରେ ଆୟୋଜିତ ଦୁର୍ଗାପୂଜା କମିଟି ପକ୍ଷରୁ ଏ ଭଳି ପଦକ୍ଷେପ ନିଆଯାଇଛି।

ତେର ଫୁଟ ଉଚ୍ଚତାର ଦେବୀ ଦୁର୍ଗାଙ୍କ ପ୍ରତିମା ସମେତ ବାହନ ସି˚ହ ଓ ମହିଷାସୁର ମୂର୍ତ୍ତି ସୁନାରେ ଛାଉଣି ହେବେ। ଏଥିପାଇଁ ମୋଟ ପଚାଶ କିଲୋଗ୍ରାମ୍‌ ଓଜନର ଶୁଦ୍ଧ ସୁନା ଲାଗିବ, ଯାହାର ବର୍ତ୍ତମାନ ଆନୁମାନିକ ମୂଲ୍ୟ କୋଡ଼ିଏ କୋଟି ଟଙ୍କା। ଏହି ସମସ୍ତ ସୁନା ଏକ ଅଳଙ୍କାର ବ୍ୟବସାୟୀ ଦାନ କରିବେ ଏବ˚ ଭସାଣି ପରେ ପୁଣି ତାହା ଫେରାଇନେବେ ବୋଲି ଜଣାପଡ଼ିଛି। ଚଳିତବର୍ଷ ପାଇଁ କୋଲକାତାରେ ଏହା ସର୍ବାଧିକ ମହଙ୍ଗାର ଦୁର୍ଗା ମୂର୍ତ୍ତି। ଏଠାରେ ଆଉ ଏକ ପୂଜା ମଣ୍ତପରେ ନିର୍ମିତ ଦୁର୍ଗା ପ୍ରତିମାରେ ୧୧୦ କିଲୋ ଓଜନର ରୁପା ଗହଣା ମଧୢ ଖଞ୍ଜାଯିବ। ଗଲା ଛଅ ମାସ ଧରି ଦଶ ଜଣ କାରିଗର ମା’ଙ୍କ ପାଇଁ ଏହି ଗହଣା ତିଆରି କାମରେ ଲାଗିଛନ୍ତି।

ସମ୍ବନ୍ଧିତ ଖବର