ଭୁବନେଶ୍ବର: ମାଆ କଣ ସତରେ ଚାହାନ୍ତି ଆକାଶ ଛୁଆଁ ତୋରଣ ? ମାଆ ଦୁର୍ଗା କଣ ବିନା ସାଜସଜ୍ଜା, ବିଶାଳ ପେଣ୍ଡାଲ ନହେଲେ ଧରାବତରଣ କରିବେନି ? ନା କୋଟି କୋଟି ଟଙ୍କାର ଆଲୋକ ଖଚ୍ଚିତ ଗେଟ ନବାନ୍ଧିଲେ ମଣ୍ଡପରେ ବିରାଜମାନ କରିବେନି ? ଅବଶ୍ୟ ମାଆ ଆସି ଉତ୍ସବ ସାରି ବିଦାୟନେବାକୁ ବସିଲେଣି । ସବୁଠି ମାଆଙ୍କୁ ମେଲାଣି ଦେବାର ମୁହୂର୍ତ୍ତ… ଆଉ ଯେତେବେଳେ ମାଆ ଦୁର୍ଗା ବିଦାୟ ନେବାକୁ ଭସାଣି ଶୋଭାଯାତ୍ରାରେ ଅଛନ୍ତି ଠିକ୍ ସେତେବେଳେ ଆମେ କାହିଁକି ଆଉ ମାଆଙ୍କ ଆବାହନୀକୁ ଏ ସାଜସଜ୍ଜା ସହ ଯୋଡୁଛେ ବୋଲି ଆପଣ ଭାବୁଥିବେ…
/filters:format(webp)/sambad/media/media_files/2025/10/03/untitled-18-2025-10-03-19-45-42.jpg)
ଏ ପ୍ରସଙ୍ଗକୁ ଆମେ ଯୋଡୁନୁ ଆଜ୍ଞା ! ସୋସିଆଲ ମିଡିଆରେ ବୁଲୁଥିବା ଏକ ଫଟୋ ଏ ପ୍ରଶ୍ନକୁ ଆପଣାଛାଏଁ ମନକୁ ନେଇ ଆସୁଛି । ଆପଣ ବି ଯଦି ସେ ଫଟୋ ଦେଖିବେ ତେବେ ଆପଣଙ୍କ ମନରେ ବି ଠିକ୍ ସମାନ ପ୍ରଶ୍ନ ଉଙ୍କିମାରିବ । ସତେ ତ, ଯଦି ଭକ୍ତି ଥିବ ମାଆ ତୁମ ଚାଳଘରେ, ଗରିବର ମାଟି ଘରେ ହିଁ ବିରାଜିତ ହେବେ । ତାହାଲେ ଏ ମେଢ, ମଣ୍ଡପ, ପେଣ୍ଡାଲ, ଆକାଶ ଉଚ୍ଚାର ତୋରଣ କରି ଦେବୀଙ୍କ ଦାମୀ ପୂଜାର ଅର୍ଥ କଣ ?
/filters:format(webp)/sambad/media/media_files/2025/09/29/bbsr12-2025-09-29-19-15-59.jpeg)
ନାଇଁ ଆମେ କାହା ଭକ୍ତିକୁ ତରାଜୁରେ ତଉଲି ପାରିବାନି । କିଏ ଦାମୀ ପୂଜା କରି ମାଆଙ୍କୁ ଡାକୁଛି ତ କିଏ ପୁଣି ଚାଳଘରେ ଡାକୁଛି । ମାତ୍ର ଲକ୍ଷ୍ୟ ସମାନ- ମାଆଙ୍କ ଆବାହନ । ଯେଉଁଠି ମାଆଙ୍କ କଥା ଉଠିବ, ଯେଉଁଠି ଦେବୀଙ୍କ କଥା ଆସିବ ସେଠି ଯୁକ୍ତିତର୍କର ସ୍ଥାନ ନାହିଁ… କାରଣ ମାଆ, ଏଠି ସେଠି ସବୁଠି…
/filters:format(webp)/sambad/media/media_files/2025/09/29/bbsr2-2025-09-29-19-12-28.jpeg)
/filters:format(webp)/sambad/media/media_files/2025/09/29/bbsr-2025-09-29-19-09-23.jpeg)
/filters:format(webp)/sambad/media/media_files/2025/09/29/bbsr7-2025-09-29-19-08-23.jpeg)
ବାସ୍ ପୂଜାକୁ ନେଇ ପ୍ରତିଯୋଗିତା କରୁଥିବା କିଛି ଭେଦଭାବ ରଖୁଥିବା ଲୋକଙ୍କ ପାଇଁ ଏ ଫଟୋ ହିଁ ଯଥେଷ୍ଟ । ଯେଉଁମାନେ ମାଆଙ୍କ ଆବାହନୀରେ ବି ଅହଙ୍କାର ଦେଖାନ୍ତି… ହେଲେ ସେମାନେ ଜାଣି ରଖିବା ଦରକାର-
/filters:format(webp)/sambad/media/media_files/2025/10/03/558101704_1332527611568486_5114530738381267832_n-2025-10-03-19-48-49.jpg)
ଦେବୀମାନଙ୍କୁ ଦରକାର ପଡେନି
ଆକାଶଛୁଆଁ ତୋରଣ, ମନଛୁଆଁ ମଣ୍ଡପ
ରାତିର ଛାତି ଚିରୁଥିବା
ରଙ୍ଗୀନ ଆଲୁଅ ବି ଲୋଡନ୍ତିନି ଦେବୀ
ତାଙ୍କୁ ତ ଲୋଡା ଖାଲି
ଲୁହଭିଜା ନୟନ, ଭକ୍ତିଭିଜା ଆବାହନ
ସମର୍ପଣର ଶରୀର
ନିଷ୍ଠାର ନୀତିନିୟମ
ନିର୍ଭେଜାଲ ନିଷ୍କଳଙ୍କ ପ୍ରେମ...
/filters:format(webp)/sambad/media/media_files/2025/10/03/557826449_1236552851833656_3176982932294049940_n-2025-10-03-19-49-55.jpg)
ବାସ୍ ଏତିକି ହେଲେ ହିଁ ଦେବୀ ଖୁସିରେ ଆସନ୍ତି ଖୁସି ଖୁସିରେ ପୁଣି ବିଦାୟ ନିଅନ୍ତି । ଯଦିଓ ଫଟୋଟି କେଉଁଠିକାର ସ୍ପଷ୍ଟ ଜଣାପଡୁନି ମାତ୍ରା ଏହା ହଁସଲଡୁ ପେଜରେ ପୋଷ୍ଟ କରାଯାଇଛି । ଯେଉଁଠି ଜଣେ ମହିଳା ନିଜ ମାଟି, ଖପରା ଘରେ ମାଆଙ୍କୁ ଆବାହନ କରିଛନ୍ତି ଆଉ ତାଙ୍କୁ ପୂଜା କରୁଛନ୍ତି । ଉକ୍ତ ମହିଳା ଘର ବାହାରେ ଝୋଟି ଚିତା ପକାଇ, ମାଟି କାନ୍ଥରେ ଭକ୍ତିର ଫୁଲ ଆଙ୍କି ମାଆଙ୍କୁ ନିଜ ଗରିବ କୁଡିଆକୁ ନିମନ୍ତ୍ରଣ କରିଛନ୍ତି… ଜଟିଳ ସମାଜରେ ଦେବୀ ଆବାହନର ଏ ସରଳ ଚିତ୍ର ସତରେ ମନଜିଣା…
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/10/03/new-project-22-2025-10-03-19-44-03.jpg)