ରାତି ପାହିଲେ ନବରାତ୍ରୀ: ଏଥର ଗଜବାହନରେ ବିଜେ ହେବେ ଦେବୀ, ଜାଣନ୍ତୁ କେଉଁ ବାହନରେ ଆସିଲେ ପ୍ରଭାବ କ’ଣ ହୋଇଥାଏ

ହିନ୍ଦୁ କ୍ୟାଲେଣ୍ଡର୍‌ ଅନୁସାରେ ଆଶ୍ୱିନ ମାସ ଶୁକ୍ଳପକ୍ଷର ପ୍ରତିପଦରୁ ନବରାତ୍ରୀ ଚାଲେ। ଏହାକୁ କେହି କେହି ଶାରଦୀୟ ନବରାତ୍ରୀ ନାମରେ ଜାଣନ୍ତି। ଏବର୍ଷ ନବରାତ୍ରୀ ଆସନ୍ତାକାଲି ଅର୍ଥାତ ୨୯ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ବଡ଼ ଧୁମ୍‌ଧାମ୍‌ରେ ପାଳନ ହେବ। ଦଶମ ଦିନ ଅର୍ଥାତ ଅକ୍ଟୋବର ୮ ତାରିଖ ହେଉଛି ଦଶହରା।

ସିଂହବାହିନୀ ଦେବୀ ମାଆଦୁର୍ଗା ଏବର୍ଷ ଗଜବାହନରେ ବିଜେ କରିବେ। ବର୍ଷଟି କିପରି କଟିବ ଦେବୀଙ୍କ ବାହାନ ଉପରେ ନିର୍ଭର କରିଥାଏ ବୋଲି ଭକ୍ତମାନେ ବିଶ୍ୱାସ କରିଥାନ୍ତି। ବିଶ୍ୱାସ ରହିଛି ଯେ ନବରାତ୍ରୀର ପ୍ରଥମ ଦିନ ସୋମବାର କିମ୍ବା ରବିବାରରେ ପଡ଼ିଲେ ଦେବୀ ଗଜବାହନରେ ଆସନ୍ତି। ଶନିବାର କିମ୍ବା ମଙ୍ଗଳବାରରେ ପଡ଼ିଲେ ମାଆ ଘୋଡ଼ା ବାହାନରେ ଆସନ୍ତି। ଗୁରୁବାର କିମ୍ବା ଶୁକ୍ରବାରରେ ପଡ଼ିଲେ ଦୋଳିରେ ବସି ଆସନ୍ତି। ବୁଧବାର ହୋଇଥିଲେ ଦେବୀ ନୌବାହାନରେ ଆସନ୍ତି। ଚଳିତବର୍ଷ ନବରାତ୍ରୀ ରବିବାରରେ ପଡ଼ିଥିବା ହେତୁ ଏଥର ମାଆଙ୍କ ବାହାନ ହାତୀ।

Hindustan

ଏବର୍ଷ ଦେବୀଙ୍କ ବାହନ ହାତୀ ଯେହେତୁ ପ୍ରବଳ ବର୍ଷା ହେବ ବୋଲି ଜ୍ୟୋତିର୍ବିଦ୍‌ମାନେ କହୁଛନ୍ତି। ବିଶ୍ୱାସ ରହିଛି ଯେ ଦେବୀ ଘୋଡ଼ାରେ ଆସିଲେ ପଡ଼ୋଶୀ ଦେଶ ସହ ଯୁଦ୍ଧ ସମ୍ଭାବନା ଥାଏ। ନୌବାହନ ଉପରେ ଆସିଲେ ମନସ୍କାମନା ପୂରା ହୋଇଥାଏ। ଦୋଳିରେ ବସି ଆସିଲେ ମହାମାରୀ ଭୟ ରହିଥାଏ।

ସମ୍ବନ୍ଧିତ ଖବର