ଉତ୍ତର ପ୍ରଦେଶର ଦୁର୍ଗାବତୀ ହେଲେ ସନ୍ନି ଲିଓନି !

ବାରାଣାସୀ:-ଜଣେ ଝିିନ ବସନ ପରିହିତା ମହିଳା ଦେଖିବାକୁ ବଲିଉଡ ଅଭିନେତ୍ରୀ ସନ୍ନି ଲିଓନିଙ୍କ ଭଳି ,ଯାହାଙ୍କର ନାଆଁ ରହିଛି ଉତ୍ତର ପ୍ରଦେଶର ଭୋଟର ତାଲିକାରେ। ଏହି ମହିଳାଙ୍କ ନାଆଁ ହେଲା ଦୁର୍ଗାବତୀ ସିଂହ। ସେ ଉତ୍ତର ପ୍ରଦେଶର ବାଲିଆର ବିବେକାନନ୍ଦ କଲୋନିରେ ରହନ୍ତି।
ଏହି ମହିଳା ଦୁର୍ଗାବତୀ ସିଂହଙ୍କ ନାମ ଭୋଟର୍‌ ତାଲିକାରେ ତ ଅଛି,ହେଲେ ସେଠାରେ ସନ୍ନି ଲିଓନ୍‌ିଙ୍କ ଭଳି ଦିଶୁଥିବା ଜଣେ ମହିଳାଙ୍କର ଫଟୋ ଆସିଲା କିପରି,ତାହା ଏବେ ସନ୍ଦେହ ଘେରରେ।


ଖାଲି ସେତିକି ନୁହେଁ ଏଥିରେ ପୂର୍ବତନ କ୍ୟାବିନେଟ୍‌ ମନ୍ତ୍ରୀ ନାରଦ ରାଜଙ୍କ ଫଟୋ ଜାଗାରେ ଏକ ହାତୀ ଫଟୋ ରହିଛି। ଠିକ୍‌ ସେହିପରି କୁଅଁର ଅଙ୍କୁର ସିଂହଙ୍କ ଫଟୋ ସ୍ଥାନରେ ଏକ ହରିଣର ଚିତ୍ର ରହିଛି ବୋଲି ଉତ୍ତର ପ୍ରଦେଶର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏଭଳି ତ୍ରୁଟି ବାଲିଆ ସଦର ତହସିଲରେ ନିର୍ବାଚନ କମିଶନଙ୍କ ସଂଶୋଧିତ ଭୋଟର ତାଲିକାରେ ରହିଛି। ଏଭଳି ଆହୁରି ଅନେକ ଲୋକଙ୍କ କ୍ଷେତ୍ରରେ ଏଭଳି ତ୍ରୁଟି ପରିଲକ୍ଷିତ ହୋଇଥିବା ଜଣାଯାଇଛି। ଏ ସଂଂପର୍କରେ ବାଲିଆ କୋତଓ୍ଵାଲି ଥାନାରେ ଏକ ମାମଲା ରୁଜୁ ହୋଇଛି। ଏହି ଘଟଣା ଏବେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦୃଷ୍ଟିକୁ ଆସିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର