ଜଣେ ମହାପୁରୁଷ କହିଛନ୍ତି ‘ପ୍ରାର୍ଥନା ମଣିଷକୁ ସଫଳତା ଦିଏ ନାହିଁ; ପ୍ରାର୍ଥନା କରିବା ଦ୍ୱାରା ବ୍ୟକ୍ତି ମାର୍ଜିତ ହୁଏ, ମାର୍ଜିତ ବ୍ୟକ୍ତି ସଫଳତାର ନିକଟତର ହୁଅନ୍ତି’। ଅର୍ଥାତ, ଆପଣ ଭଗବାନଙ୍କୁ ବିଶ୍ୱାସ କରନ୍ତୁ କି ନକରନ୍ତୁ ମାତ୍ର ଭଗବାନଙ୍କ ଉଦେଶ୍ୟରେ ଯେଉଁ କାର୍ଯ୍ୟ କରାଯାଏ ତାହା ଉଭୟ ଆସ୍ତିକ ଓ ନାସ୍ତିକଙ୍କ ପାଇଁ ଫଳପ୍ରଦ ହୋଇଥାଏ।
ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି ଯେ ଘରେ ଦେବ ମୂର୍ତ୍ତି କିମ୍ବା ଠାକୁରଘରଟିଏ ରହିଲେ ଘରକୁ କୌଣସି ମନ୍ଦ ଶକ୍ତି ପ୍ରବେଶ କରିପାରେ ନାହିଁ। ଠାକୁରଙ୍କ ପାଖେ ନିତି ଯେଉଁ ପୂଜା କରାଯାଏ ତାହା ସମସ୍ତ ନକରାତ୍ମକ ପ୍ରଭାବରୁ ପରିବାରକୁ ସୁରକ୍ଷା ପ୍ରଦାନ କରେ। ତେବେ ଚାଲନ୍ତୁ ଜାଣିବା ଠାକୁର ପୂଜା ସଂପର୍କିତ କେଉଁ କେଉଁ ଦିଗକୁ ଆମେ ଧ୍ୟାନ ଦେବା।
ଠାକୁରଘରକୁ ସବୁବେଳେ ଘର ଭିତରେ ରଖନ୍ତୁ। ବାହାରେ କିମ୍ବା ଛାତ ଉପରେ କରନ୍ତୁ ନାହିଁ। ମନେ ରଖନ୍ତୁ ଏମିତି ସ୍ଥାନରେ ଠାକୁର ଘର କରିବେ ଯେଉଁଠିକି ପବନ, ଖରା ଉଭୟ ଠିକ୍ ଭାବେ ପହଞ୍ଚି ପାରୁଥିବ।
/sambad/media/post_attachments/wp-content/uploads/2018/07/images-41.jpg)
ଠାକୁରଙ୍କ ପୂଜାର ଏକ ସମୟ ଥାଏ। ଯେତେବେଳେ ନାହିଁ ସେତେବେଳେ ପୂଜା କରନ୍ତୁ ନାହିଁ। ନିର୍ଦ୍ଦିଷ୍ଟ ସମୟରେ ପୂଜା କଲେ ଉତ୍ତମ ହୋଇଥାଏ।
ଯଦି ପୂଜା ସମୟରେ କିଛି ମନ୍ତ୍ର କିମ୍ବା ଶ୍ଳୋକ ଉଚ୍ଚାରଣ କରୁଛନ୍ତି ତେବେ କୌଣସି ବି ପରିସ୍ଥିତିରେ ତାହାକୁ ଅଧାରୁ ବନ୍ଦ କରନ୍ତୁ ନାହିଁ।
ଗାଧୁଆଘର-ପାଇଖାନା ଓ ଠାକୁରଘର ମଧ୍ୟରେ ଉଚିତ ଦୂରତ୍ୱ ରଖନ୍ତୁ। ଦୁଇଟି ଘରକୁ ପାଖାପାଖି ରଖନ୍ତୁ ନାହିଁ।
ପ୍ରତ୍ୟେକ ରାତିରେ ପଜା କାର୍ଯ୍ୟ ସାରି ଠାକୁରଘରକୁ ଭଲ କରି ପୋଛି ସଫା କରି ଦିଅନ୍ତୁ।
କୌଣସି ଠାକୁରମୂର୍ତ୍ତି କିମ୍ବା ଫଟୋ ଭାଙ୍ଗି ଯାଇଥିଲେ ତାହାକୁ ତୁରନ୍ତ ବାହାରକୁ କାଢ଼ି ଦିଅନ୍ତୁ। ଏହା ନକାରାତ୍କମ ପ୍ରଭାବ ପକାଇଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/iskcon-temple-14721251634629.jpg)