ନିଜ ଭାଇଙ୍କ ପାଇଁ ବିଧବା ହୋଇଥିଲେ କୌରବ-ପାଣ୍ଡବଙ୍କ ଏକ ମାତ୍ର ଭଉଣୀ ଦୁଃଶାଳା; କାରଣ ଜାଣନ୍ତୁ

ମହାଗ୍ରନ୍ଥ ମହାଭାରତରେ ଏମିତି ଅନେକ କାହାଣୀ ରହିଛି ଯାହା ଆଜି ବି ପାଠକଙ୍କୁ ନୂଆ ଲାଗେ। ସାଧାରଣ ଭାବେ ଧୃତରାଷ୍ଟ୍ର-ଗାନ୍ଧାରୀଙ୍କ କୌରବ ୧୦୦ ପୁତ୍ର ଏବଂ ପଣ୍ଡୁ-କୁନ୍ତୀଙ୍କର ପାଣ୍ଡବ ୫ ପୁତ୍ର ଥିବା ବିଷୟ ଜାଣିଛେ । ବିଭିନ୍ନ ସମୟରେ କୌରବ-ପାଣ୍ଡବ ଭାଇ ଏବଂ ସେମାନଙ୍କ ବଧୂମାନଙ୍କ ବିଷୟରେ ବର୍ଣ୍ଣନା କରାଯାଇଥିଲେ ହେଁ କୌଣସି ସ୍ଥାନରେ ପାଣ୍ଡବ ଏବଂ କୌରବଙ୍କ ଏକ ମାତ୍ର ଭଉଣୀ ଦୁଃଶାଳାଙ୍କ ବିଷୟରେ କୁହାଯାଇ ନ ଥାଏ । ବହୁ କମ୍‌ ବ୍ୟକ୍ତିଙ୍କୁ ଦୁଃଶାଳାଙ୍କ ବିଷୟରେ ଜଣାଥିବା ବେଳେ ଆପଣ ଜାଣିଛନ୍ତି କି ଦୁଃଶାଳାଙ୍କ ବିଧବା ହେବା ପଛର କାରଣ ସାଜିଥିଲେ ତାଙ୍କ ଭାଇମାନେ । ନିଜର ଏକ ମାତ୍ର ଭଉଣୀର ସ୍ୱାମୀକୁ ହତ୍ୟା କରିଥିଲେ ପାଣ୍ଡବ।

speakingtree

କିଏ ଥିଲେ ଦୁଃଶାଳା : ମହାଭାରତ ଅନୁଯାୟୀ ଧୃତରାଷ୍ଟ୍ରଙ୍କ ପତ୍ନୀ ଗାନ୍ଧାରୀ ମହର୍ଷି ବେଦବ୍ୟାସଙ୍କ ଦ୍ୱାରା ୧୦୦ ପୁତ୍ରର ବରଦାନ ପାଇଥିଲେ । ଗାନ୍ଧାରୀ ଦୁଇ ବର୍ଷ ପର୍ଯ୍ୟନ୍ତ ଗର୍ଭବତୀ ହୋଇଥିଲେ ମଧ୍ୟ ତାଙ୍କ ଗର୍ଭରୁ ଲୁହାର ଏକ ପେଣ୍ଡୁ ବାହାରିଥିଲା । ଲୋକଲଜ୍ଜା ଭୟରେ ଗାନ୍ଧାରୀ ସେହି ଲୁହା ପେଣ୍ଡୁକୁ ପିଙ୍ଗିବାକୁ ନିର୍ଣ୍ଣୟ ନେଇଥିଲେ । ସେହି ସମୟରେ ଋଷି ବ୍ୟାସଦେବ ଆସି ତାହାର ଛୋଟଛୋଟ ଖଣ୍ଡ କରି ଏକ ରସାୟନ ସହ ୧୦୦ ଟି ମାଠିଆ ଭର୍ତ୍ତି କରି ରଖିଥିଲେ । ଏହି ସମୟରେ ପିଣ୍ଡୁଳା ୧୦୧ ଖଣ୍ଡରେ ବିଭକ୍ତ ହୋଇଯାଇଥିଲା । କିଛି ଦିନ ପରେ ୧୦୦ଟି ମାଠିଆରୁ କୌରବ ପୁତ୍ର ବାହାରିଥିବା ବେଳେ ସେ ଗୋଟିଏ ଅଧିକା ଖଣ୍ଡରୁ ଜାତ ହୋଇଥିଲେ ଦୁଃଶାଳା । ଏହିଭଳି ଭାବେ କୌରଭ ଏବଂ ପାଣ୍ଡବଙ୍କର ଏକମାତ୍ର ଭଉଣୀ ହୋଇଥିଲେ ଦୁଃଶାଳା ।

speakingtree

କାହିଁକି ହୋଇଥିଲେ ଦୁଃଶାଳା ବିଧବା: ରାଜକୁମାରୀ ଦୁଃଶାଳାଙ୍କ ବିବାହ ସିନ୍ଧୁ ରାଜ୍ୟର ରାଜା ଜୟଦ୍ରଥଙ୍କ ସହିତ ଅନୁଷ୍ଠିତ ହୋଇଥିଲା । ରାଜା ଜୟଦ୍ରଥ ତାଙ୍କ ବୀରତା ସହ ତାଙ୍କ ନକାରାତ୍ମକ ସ୍ୱଭାବ ପାଇଁ ଜଣାଯାଉଥିଲେ । ଦୁଃଶାଳାଙ୍କୁ ମଧ୍ୟ ଅନେକ ପ୍ରକାରାର ନିର୍ଯାତନା ଦେଉଥିଲେ ଜୟଦ୍ରଥ । କିନ୍ତୁ ଏହା ବିଷୟରେ ଦୁଃଶାଳା କେବେ କାହାକୁ ଅଭିଯୋଗ କରିନଥିଲେ । ଜୟଦ୍ରଥ ଥରେ ପାଣ୍ଡବ ପତ୍ନୀ ଦ୍ରୌପଦୀକୁ ଅପହରଣ କରି ଆଣିଥିଲେ । ଏହି ଘଟଣାରେ କ୍ରୋଧିତ ହୋଇ ପାଣ୍ଡବ ଜୟନ୍ଦ୍ରଥଙ୍କୁ ହତ୍ୟା କରିବା ପାଇଁ ପ୍ରୟାସ କରିଥିଲେ ମଧ୍ୟ ଦ୍ରୌପଦୀଙ୍କ ଅନୁରୋଧ କ୍ରମେ ଅଟକି ଯାଇଥିଲେ । ଏହାପରେ କିନ୍ତୁ ଜୟଦ୍ରଥ ଅର୍ଜୁନ ପୁତ୍ର ଅଭିମନ୍ୟୁଙ୍କ ହତ୍ୟାରେ ମୁଖ୍ୟଭୂମିକା ନେଇଥିଲେ । ଯାହାଦ୍ୱାରା ଅର୍ଜୁନ ନିଜ ପୁତ୍ର ଅଭିମନ୍ୟୁକୁ ହରାଇବା ସହ ତାଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ଜୟଦ୍ରଥଙ୍କୁ ହତ୍ୟା କରିଥିଲେ ଏବଂ ନିଜ ଭଉଣୀକ ୁ ବିଧବା କରିଥିଲେ ।

ସମ୍ବନ୍ଧିତ ଖବର