ଦୂତି ତାଙ୍କର ସମଲିଙ୍ଗୀ ସଂପର୍କକୁ ସାର୍ବଜନୀନ କରିସାରିବା ପରେ ଏବେ ବିବାହ ପାଇଁ ଯୋଜନା କଲେଣି। କିନ୍ତୁ ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସ ପରେ ସେ ତାଙ୍କ ଜୀବନସାଥୀ ମୋନାଲିସା ଦାସଙ୍କୁ ବିବାହ କରିବାକୁ ସ୍ଥିର କରିଛନ୍ତି।
ଏବେ ତାଙ୍କୁ ନିଷିଦ୍ଧ ଡ୍ରଗ୍ସ ସେବନ ମାମଲାରେ ଜାତୀୟ ଓ ଆନ୍ତର୍ଜାତିକ ଇଭେଣ୍ଟରୁ ବାସନ୍ଦ କରାଯାଇଛି। ତେଣୁ ବାସନ୍ଦ ଉପରେ ତାଙ୍କର ଲଢେଇ ଜାରି ରହିଛି। ବି’ ନମୂନା ମଧ୍ୟ ପଜିଟିଭ୍ ଆସିବା ପରେ ସେ ତାଙ୍କ ଓକିଲ ଓ ଡାକ୍ତରଙ୍କ ସହିତ ପରାମର୍ଶ କରିଛନ୍ତି। ମାସଂପେଶୀ ଜନିତ ଆଘାତ ସମୟରେ ଯେଉଁ ଔଷଧ ସେବନ କରିଥିଲେ ସେଥିରେ ନିଷିଦ୍ଧ ଔଷଧ ସାମିଲ ଥିଲା। ତେଣୁ ଅଜାଣତରେ ତାହାକୁ ସେବନ କରିଥିବା ସେ ସ୍ବୀକାର କରିଛନ୍ତି।
ଏ ବିଷୟରେ ଡାକ୍ତରଙ୍କଠୁ ରିପୋର୍ଟ ନେବା ପରେ ଓକିଲଙ୍କ ଜରିଆରେ ନାଡାରେ ନିଜ ପକ୍ଷ ରଖିଛନ୍ତି। ଆସନ୍ତା ମାସରେ ଶୁଶାଣି ହେବା ପରେ ତାଙ୍କ ତୃତୀୟ ଅଲିମ୍ପିକ୍ ଅଂଶଗ୍ରହଣ ସ୍ବପ୍ନ ସାକାର ହେବ କି ନାହିଁ ତାହା ଜଣାପଡ଼ିବ ବୋଲି ଦୂତି କହିଛନ୍ତି। ତେଣୁ ଏବେ ବିବାହ ଅପେକ୍ଷା ଅଭ୍ୟାସ ଉପରେ ଅଧିକ ଧ୍ୟାନ ଦେବାକୁ ସେ ଚାହିଁଛନ୍ତି। ତଥାପି ସୁପ୍ରିମ କୋର୍ଟଙ୍କ ରାୟ ଆସିବା ପରେ ବିବାହ ପାଇଁ ଯୋଜନା କରିବାକୁ ସେ ଆଗ୍ରହ ରଖିଛନ୍ତି।
/sambad/media/post_attachments/wp-content/uploads/2023/05/dutee-chand-2-f-650x430.jpg)
ସମଲିଙ୍ଗୀ ଯୋଡ଼ିଙ୍କ ପରିଚୟ ରହିବା ଉଚିତ୍
ବିଶ୍ବର ପ୍ରତ୍ୟେକ ଦେଶରେ ସମଲିଙ୍ଗୀ ସଂପର୍କ ରହିଛି। ପାଖାପାଖି ୨୦ ପ୍ରତିଶତ ବ୍ୟକ୍ତି ସମଲିଙ୍ଗୀରେ ବିଶ୍ବାସ ରଖୁଛନ୍ତି। ଯଦିଓ ସମାଜ ଏହାକୁ ପୂର୍ବରୁ ବିରୋଧ କରୁଥିଲା କିନ୍ତୁ ଏବେ ଗ୍ରହଣ କରିଲାଣି। କିନ୍ତୁ କେବଳ ସଂପର୍କକୁ ନେଇ ଦୀର୍ଘସ୍ଥାୟୀ ଭାବେ ରହିହେବ ନାହିଁ। ସମଲିଙ୍ଗୀ ଯୋଡ଼ିଙ୍କର ବି ପରିଚୟ ରହିବା ଦରକାର। ତେଣୁ ବିବାହର ଆବଶ୍ୟକତା ରହିଛି। ଜଣେ ପୁରୁଷ ଓ ନାରୀର ବିବାହ ପରେ ଯେମିତି ପ୍ରମାଣପତ୍ର ଦିଆଯାଇ ସେମାନଙ୍କୁ ଆଇନଗତ ସ୍ବୀକୃତି ମିଳୁଛି ଠିକ୍ ସେମିତି ସମଲିଙ୍ଗୀଙ୍କୁ ବି ମିଳିବା ଉଚିତ୍।
ବ୍ୟାଙ୍କ୍ରେ ଯୁଗ୍ମ ଆକାଉଣ୍ଟ ଖୋଲିବାରେ ହେଉ କିମ୍ବା ସମ୍ପତ୍ତିରେ ଅଧିକାର ପାଇବା କ୍ଷେତ୍ରରେ ହେଉ ଜୀବନସାଥୀର ସବୁଥିରେ ସମାନ ଭାଗ ରହିବା ଉଚିତ୍। ଏପରିକି ପେନସନ୍ ଜନିତ ସୁବିଧା ମିଳିବାରେ ନୋମିନି ଭାବେ ମଧ୍ୟ ଆମ ସାଥୀଙ୍କୁ ସ୍ବୀକୃତି ମିଳିବା ଦରକାର। ଏଥିପାଇଁ ସମଲିଙ୍ଗୀ ବିବାହକୁ ଆଇନଗତ ସ୍ବୀକୃତି ମିଳିବା ଉଚିତ୍ ବୋଲି ଦୂତି ପ୍ରକାଶ କରିଛନ୍ତି। ଭାରତ ଭଳି ଏକ ଗଣତନ୍ତ୍ର ରାଷ୍ଟ୍ରରେ ପ୍ରତ୍ୟେକ ଧର୍ମରେ ପୁରୁଷ ଓ ନାରୀଙ୍କୁ ସମାନ ସୁବିଧା ସୁଯୋଗ ଦିଆଯାଉଛି। ସମଲିଙ୍ଗୀଙ୍କୁ ବି ସେହଭିଳି ପ୍ରାଧାନ୍ୟ ଦିଆଯାଉ ବୋଲି ସେ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/dutee-ffff.jpg)