ମୃତ୍ୟୁକୁ ୯ମାସ ଥିବା ପତ୍ନୀର ଶେଷ ଇଚ୍ଛା ଶୁଣି ସ୍ବାମୀର ଉଡ଼ିଲା ହୋସ୍

ନୂଆଦିଲ୍ଲୀ: ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ଡାକ୍ତରଙ୍କ ପାଖକୁ ଯାଇଥିଲେ ଦମ୍ପତ୍ତି। ସେଠାରେ ପତ୍ନୀ ଗମ୍ଭୀର ରୋଗରେ ପୀଡ଼ିତ ଥିବା କଥା କହିବା ସହ ୯ମାସ ମଧ୍ୟରେ ତାଙ୍କର ମୃତ୍ୟୁ ହେବ ବୋଲି କହିଥିଲେ ଡାକ୍ତର। ଏହା ଶୁଣିବା ପରେ ଦୁଃଖରେ ଭାଙ୍ଗି ପଡ଼ିବା ସହ ପତ୍ନୀଙ୍କ ସବୁ ସ୍ବପ୍ନ ପୁରଣ କରିବାକୁ ଅଣ୍ଟା ଭିଡିଥିଲେ ସ୍ବାମୀ। ହେଲେ ପତ୍ନୀ ‌ନିଜର ‌ଯେଉଁ ଶେଷ ଇଚ୍ଛା ସ୍ବାମୀକୁ ଜଣାଇଥିଲେ, ତାହା ଶୁଣିବା ପରେ ସ୍ବାମୀର ପାଦ ତଳୁ ମାଟି ଖସିଯାଇଥିଲା। ପତ୍ନୀ ମୃତ୍ୟୁ ପୂର୍ବରୁ ତାଙ୍କ ସହ ନୁହେଁ ବରଂ ନିଜର ପୂର୍ବ ପ୍ରେମିକ ସହ ଶାରୀରିକ ସଂପର୍କ ରଖିବାକୁ ଚାହୁଁଥିବା ସହ ତାଙ୍କ ସହିତ ସମୟ କଟାଇବାକୁ ଚାହୁଁଥିବା ଶୁଣି ସ୍ବାମୀଙ୍କ ହୋସ ଉଡିଯାଇଥିଲା।

ସୂଚନା ମୁତାବକ, ପରୀକ୍ଷା ପରେ ଡାକ୍ତର କହିଥିଲେ ଯେ, ମହିଳାଙ୍କର ଆଗାମୀ ୪-୫ମଧ୍ୟରେ ହ୍ବିଲ ଚେୟାରରେ ବସିବା ଭଳି ଅବସ୍ଥା ହୋଇଯିବା ସହ ୯ମାସ ମଧ୍ୟରେ ସେ ନିଜର ଶେଷ ନିଶ୍ବାସ ତ୍ୟାଗ କରିବେ। ମୃତ୍ୟୁ କଥା ଶୁଣିବା ପରେ ପତ୍ନୀ କହିଥିବା ଶେଷ ଇଚ୍ଛା ବିଷୟରେ କହିବାକୁ ଯାଇ ଯୁୁବକ ଏକ ପୋଷ୍ଟ କରିଛନ୍ତି, ଯାହା ଏବେ ଖୁବ ଭାଇରାଲ ହୋଇଛି।

ଭାଇରାଲ ପୋଷ୍ଟରେ ଲେଖାଯାଇଛି ଯେ, ‘ଆମେ ୧୦ବର୍ଷ ଧରି ଏକାଠି ଅଛୁ। ମୋ ପତ୍ନୀ ଏକ ଗୁରୁତର ରୋଗ ସହ ଲଢ଼ୁଛନ୍ତି ଏବଂ ତାଙ୍କ ପାଖରେ ମାତ୍ର ୯ମାସ ବାକି ଅଛି। ମୁଁ ମୋ ଜୀବନରେ ତାଙ୍କ ବିନା ବଞ୍ଚିବାକୁ ହେବ ବୋଲି କେବେ ଭାବି ନଥିଲି। ହେଲେ ମୋ ପତ୍ନୀ ଶେଷ ସମୟରେ ମୋ ସହ ନୁହେଁ ବରଂ ନିଜ ପୂର୍ବ ପ୍ରେମିକ ସହ ସମୟ କଟାଇବାକୁ ଓ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଚାହୁଁଥିବା ଜାଣି ଏବେ ମୁଁ କ’ଣ କରିବି ଭାବିପାରୁନି। ଯୁବକଙ୍କ ଏହି ପୋଷ୍ଟ ଦେଖି ଏବେ ଲୋକଙ୍କ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଆସିବାରେ ଲାଗିଛି।

ସମ୍ବନ୍ଧିତ ଖବର