ଫେସନ ପାଇଁ ଇ-ସିଗାରେଟ ପିଉଛନ୍ତି ଯୁବକ !

ମୁମ୍ବାଇ: ଇ ସିଗାରେଟ ଦ୍ୱାରା ଶରୀରରେ ହେଉଥିବା କ୍ଷତି ପରେ ବି ଏହାର ବ୍ୟବହାର ବଢ଼ିବାରେ ଲାଗିଛି | ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ଇ ସିଗାରେଟ ସେବନ କେବଳ ଦେଖାଇବାକୁ କରାଯାଉଥିବାବେଳେ ଏହାର ପ୍ରଭାବ ବାବଦରେ ଜାଣିପାରୁନାହାନ୍ତି | ତମ୍ବାକୁ ନିୟନ୍ତ୍ରଣ ପାଇଁ କାମ କରୁଥିବା ସଂସ୍ଥା ସଲାମ ବମ୍ବେ ଫାଉଣ୍ଡେସନ ପକ୍ଷରୁ କରାଯାଇଥିବା ସର୍ଭେରେ ଏ ନେଇ ଜଣାପଡିଛି | ସର୍ଭେରେ ୩୦୦ ଜଣ ଯୁବକଙ୍କୁ ସାମିଲ କରାଯାଇଥିଲା|

ଆଶ୍ଚର୍ଯ୍ୟର କଥା ଏମାନଙ୍କ ମଧ୍ୟରୁ ୭୩ ପ୍ରତିଶତ ଲୋକ ଇ ସିଗାରେଟ ସେବନ ବାବଦରେ ପୂର୍ବରୁ ଜାଣିଥିଲେ | ଏଥିରେ ସାମିଲ ହୋଇଥିବା ଯୁବକମାନଙ୍କ ମଧ୍ୟରୁ ୩୩ ପ୍ରତିଶତ ଯୁବକ ଏହାକୁ ସେବନ କରୁଥିବାର ସ୍ୱୀକାର କରିଥିଲେ | ସେହିପରି ୫୬ ପ୍ରତିଶତ ଯୁବକ ଭାବନ୍ତି ଇ ସିଗାରେଟ ଅନ୍ୟ ତମ୍ବାକୁ ତୁଳନାରେ କମ କ୍ଷତିକାରକ |

ସଲାମ ବମ୍ବେ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଫେସନ ପାଇଁ ଯୁବକମାନେ ଇ ସିଗାରେଟକୁ ସେବନ କରୁଛନ୍ତି | ପରେ ଏହି ସିଗାରେଟ ବ୍ୟବହାର କରିବା ଅଭ୍ୟାସରେ ପରିଣତ ହୋଇଯାଇଥାଏ | ପୂର୍ବରୁ କୌଣସି ତମ୍ବାକୁ ବ୍ୟବହାର କରୁନଥିବା ଯୁବକ ଏହି ଇ ସିଗାରେଟ ବ୍ୟବହାର କରିବାରେ ଏବେ ଅଭ୍ୟସ୍ତ ହୋଇଗଲେଣି | ଯାହାକୁ ନେଇ ସାମାଜିକ କର୍ମୀଙ୍କ ଚିନ୍ତା ବଢିଯାଇଛି | ଡାକ୍ତର କୁହନ୍ତି ଯେ ଅନ୍ୟ ସିଗାରେଟ ଭଳି ଏହା ମଧ୍ୟ ଶରୀର ପାଇଁ କ୍ଷତିକାରକ ହୋଇଥାଏ | ଏଥିରେ ବ୍ୟବହାର ହେଉଥିବା କେମିକାଲରେ କ୍ୟାନ୍ସର ମଧ୍ୟ ସୃଷ୍ଟି ହୋଇଥାଏ | ଇ ସିଗାରେଟକୁ ନେଇ ଗତବର୍ଷ କେନ୍ଦ୍ର ସରକାର ଏହାର ବ୍ୟବହାର ନ କରିବାକୁ ରାଜ୍ୟ ସରକାରମାନଙ୍କୁ ବ୍ୟାନ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ |

ସମ୍ବନ୍ଧିତ ଖବର