ଚଳିତ ମାସ ହେଉଛି ରକ୍ତ କର୍କଟ ସଚେତନତା ମାସ। ଲ୍ୟୁକିମିଆ, ଲିମ୍ଫୋମା, ମାଏଲୋମା ଆଦି ରକ୍ତ କର୍କଟର ସଫଳ ଚିକିତ୍ସା ପାଇଁ ଆଦ୍ୟ ଲକ୍ଷଣଗୁଡ଼ିକୁ ଚିହ୍ନିବା ଜରୁରି।
l ଏହି ରୋଗଗୁଡ଼ିକର ଲକ୍ଷଣ ପ୍ରାୟତଃ ଭୂତାଣୁ ସଂକ୍ରମଣ ବା ଆଲର୍ଜି ପରି ମନେ ହୋଇପାରେ, ତେଣୁ ପ୍ରାରମ୍ଭିକ ରୋଗ ନିରୂପଣ ପାଇଁ ସୂକ୍ଷ୍ମ ଲକ୍ଷଣଗୁଡ଼ିକୁ ଚିହ୍ନିବା ଗୁରୁତ୍ବପୂର୍ଣ୍ଣ।
l ଯଦି ବେକ, କାଖ କିମ୍ବା ଜଙ୍ଘରେ କଠିନ ରବର ଭଳି ଯନ୍ତ୍ରଣାହୀନ ଗଣ୍ଠି କିଛି ସପ୍ତାହ ପର୍ଯ୍ୟନ୍ତ ଜାରି ରହେ, ତେବେ ତାହା ଲିମ୍ଫୋମାର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ।
l ବାରମ୍ବାର ଜ୍ୱର ବା ସ୍ପଷ୍ଟ କାରଣ ବିନା ରାତିରେ ଝାଳ ବାହାରିବା ଲିମ୍ଫୋମା ବା ଲ୍ୟୁକିମିଆରେ ଲକ୍ଷଣ ହୋଇପାରେ।
l ଅପ୍ରତ୍ୟାଶିତ ଓଜନ ହ୍ରାସ ଲିମ୍ଫୋମା ଲକ୍ଷଣର ଏକ ଅଂଶ।
l ଲ୍ୟୁକିମିଆ ପ୍ରାୟତଃ ରକ୍ତ କଣିକା ଗଠନକୁ ପ୍ରତିରୋଧ କରି ରକ୍ତହୀନତା ସୃଷ୍ଟି କରେ। ଫଳରେ ସାମାନ୍ୟ ପରିଶ୍ରମରେ ଥକ୍କା ଲାଗେ, ଚର୍ମ ଫିକା ପଡ଼ିଯାଏ।
l ସେହିପରି ଲ୍ୟୁକିମିଆରୁ ପ୍ଲେଟଲେଟ୍ ହ୍ରାସ ଯୋଗୁଁ ସହଜରେ ରକ୍ତ କ୍ଷରଣ ହୁଏ। ତେଣୁ ହଠାତ୍ ରକ୍ତସ୍ରାବ ହେଲେ ତାକୁ ଅଣଦେଖା କରିବା ଉଚିତ ନୁହେଁ।
l ମଲ୍ଟିପଲ୍ ମାଏଲୋମା ପ୍ରାୟତଃ ହାଡ଼ ଯନ୍ତ୍ରଣା କିମ୍ବା ପିଠି ଯନ୍ତ୍ରଣାର କାରଣ ହୋଇଥାଏ।
l ଯକୃତକୁ ଲ୍ୟୁକିମିଆ/ଲିମ୍ଫୋମା ବ୍ୟାପିବା କାରଣରୁ ପେଟ ପୂରି ରହିବା ଅନୁଭବ, ବଦହଜମି କିମ୍ବା ଯନ୍ତ୍ରଣା ହୋଇପାରେ।
l ସେହିପରି ଲିମ୍ଫୋମା ଯୋଗୁଁ ମେଡିଆଷ୍ଟିନାଲ ଲିମ୍ଫ ନୋଡ୍ ବୃଦ୍ଧି ପାଇ କାଶ, ଛାତି ଟାଣ ଲାଗିପାରେ କିମ୍ବା ଶ୍ୱାସକ୍ରିୟାରେ କଷ୍ଟ ହୋଇପାରେ।
ଏହି ଲକ୍ଷଣଗୁଡ଼ିକ ମଧ୍ୟରୁ ଦୁଇଟି କିମ୍ବା ଅଧିକ ଦୁଇ-ତିନି ସପ୍ତାହରୁ ଅଧିକ ସମୟ ପର୍ଯ୍ୟନ୍ତ ଜାରି ରହିଲେ ଡାକ୍ତରଙ୍କ ସହିତ ପରାମର୍ଶ ଜରୁରି।
ରକ୍ତ କର୍କଟର ପ୍ରାରମ୍ଭିକ ଲକ୍ଷଣ
ଚଳିତ ମାସ ହେଉଛି ରକ୍ତ କର୍କଟ ସଚେତନତା ମାସ। ଲ୍ୟୁକିମିଆ, ଲିମ୍ଫୋମା, ମାଏଲୋମା ଆଦି ରକ୍ତ କର୍କଟର ସଫଳ ଚିକିତ୍ସା ପାଇଁ ଆଦ୍ୟ ଲକ୍ଷଣଗୁଡ଼ିକୁ ଚିହ୍ନିବା ଜରୁରି।
/sambad/media/media_files/2025/09/24/new-project-1-2025-09-24-11-10-23.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)