ଫେଲୋସିପ କରିବାକୁ ଚାହୁଁଛନ୍ତି କି? ତୁରନ୍ତ କରନ୍ତୁ ଆବେଦନ, ମାସକୁ ମିଳିବ ୧୫ ହଜାର ଟଙ୍କା!

ଏବେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ଏପରି ଏକ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଯାହା ଜରିଆରେ ଆପଣ ପ୍ରତି ମାସ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ। ଏହି ଫେଲୋସିପର ନାମ ହେଉଛି ‘ୟୁଥ ଫର ଇଣ୍ଡିଆ’। ଏହି ଆଧାରରେ ଆପଣଙ୍କୁ ଗ୍ରାମାଞ୍ଚଳରେ କାମ କରିବାର ସୁଯୋଗ ମିଳିବ। ଆପଣଙ୍କୁ ଯେଉଁ କାମର ଦାୟିତ୍ୱ ମିଳିବ, ସେଥିପାଇଁ ଆପଣଙ୍କୁ ଟ୍ରେନିଙ୍ଗ ମଧ୍ୟ ଦିଆଯିବ। ଏହି ଫେଲୋସିପରେ ଆପଣ ବେସରକାରୀ ସଂସ୍ଥା ଗୁଡିକ ସହ କାମ କରିବେ। ଏହି ସମୟରେ ଆପଣ ଗାଁ ଗୁଡିକରେ ଅନେକ କାମ କରିପାରିବେ। ଏଥିରେ ଛୋଟ ପିଲାମାନଙ୍କୁ ପାଠ ପଢାଇବା ଠାରୁ ଆରମ୍ଭ କରି ଅନ୍ୟ କେତେକ କାର୍ଯ୍ୟରେ ସାହାଯ୍ୟ କରିବା ଭଳି କାମ ସାମିଲ ଅଛି।

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ପ୍ରତିବର୍ଷ ‘ଏସ୍‌ବିଆଇ ୟୁଥ ଫେଲୋସିପ’ ଦେଇଥାଏ। ଏହି ଫେଲୋସିପ ଜରିଆରେ ଆପଣ ପ୍ରତି ମାସ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ। ଆପଣ ପିଲାମାନଙ୍କୁ ପାଠ ପଢାଇବାରେ ମାହିର ଅଟନ୍ତି ଅଥବା ଆପଣ ଗ୍ରାମାଞ୍ଚଳରେ କାମ କରିବାକୁ ଭଲ ପାଆନ୍ତି, ତେବେ ଏହି ଫେଲୋସିପ ଆପଣଙ୍କ ପାଇଁ ହିଁ ଉଦ୍ଦିଷ୍ଟ ଅଟେ। ଯଦି ଆପଣ ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ତେବେ ଆପଣଙ୍କୁ ପ୍ରତି ମାସ ୧୫ ହଜାର ଟଙ୍କାର ଷ୍ଟାଇପେଣ୍ଡ ଦିଆଯିବାର ଯୋଜନା ରହିଛି । ଏହା ସହ ଆପଣଙ୍କୁ ପ୍ରତି ୧୦୦୦ ଟଙ୍କା ଲୋକାଲ ଟ୍ରାଭେଲିଙ୍ଗ ଆଲାଉନ୍‌ସ ଆଧାରରେ ମିଳିବ। ତେବେ ପ୍ରୋଗାମ ଶେଷ ହେବା ପରେ ଆପଣଙ୍କୁ ଆହୁରି ୩୦,୦୦୦ ଟଙ୍କା ଦିଆଯିବ।

ଏହି ଯୋଜନାରେ ପ୍ରତି ମାସ ୧୫ ହଜାର ଟଙ୍କା ଷ୍ଟାଇପେଣ୍ଡ ସହ ଆପଣଙ୍କୁ ମେଡିକାଲ ଇନ୍‌ସୁରାନ୍‌ସ ମଧ୍ୟ ମିଳିବ। ଏହି ପ୍ରୋଗାମରେ ଭାଗ ନେବାକୁ ହେଲେ ଆପଣ ଗ୍ରାଜୁଏଟ କିମ୍ବା ପ୍ରଫେସନାଲ ହୋଇଥିବା ନିତ୍ୟାନ୍ତ ଆବଶ୍ୟକ। ଏହା ସହ ଆପଣ ବୟସ ୨୧ରୁ କମ ଏବଂ ୩୨ରୁ ଅଧିକ ହୋଇନଥିବା ଆବଶ୍ୟକ।

ଏସ୍‌ବିଆଇର ଏହି ପ୍ରୋଗାମରେ ଭାଗ ନେବାକୁ ହେଲେ ତୁରନ୍ତ ଆପ୍ଲିକେସନ ଦାଖଲ କରନ୍ତୁ। ଏହି ଫେଲୋସିପ ପାଇଁ ଆବେଦନ କରିବାର ଅନ୍ତିମ ତାରିଖ ହେଉଛି ଜୁନ ୫ ତାରିଖ। ଏହି ସମ୍ପର୍କରେ ଅଧିକ ସୂଚନା ପାଇଁ https://youthforindia.orgରେ ଲଗ ଇନ କରନ୍ତୁ।

ସମ୍ବନ୍ଧିତ ଖବର