ଭୂକମ୍ପର କାରଣ ଏବଂ ତୀବ୍ରତା ଅନୁଯାୟୀ ଏହାର ପ୍ରଭାବ ବିଷୟରେ ଆସନ୍ତୁ ଜାଣିବା

ଦେଶରେ ବାରମ୍ବାର ଭୂକମ୍ପ ଅନୁଭୂତ ହେବାରେ ଲାଗିଛି। ଭୂକମ୍ପ ଝଟ୍‌କା ଫଳରେ ବେଳେବେଳେ ବଡ଼ ବଡ଼ କୋଠା ଭୂଷୁଡି ପଡ଼ିଥାଏ ତ କେତେବେଳେ ଏହାର ପ୍ରଭାବରେ ସାମାନ୍ୟ କମ୍ପନ ଅନୁଭୂତ ହୋଇଥାଏ। ଗତ କିଛିବର୍ଷ ତଳେ ଗୁଜରାଟରେ ଏହାର ଭୟଙ୍କର ପ୍ରଭାବ ଦେଖିବାକୁ ମିଳିଥିଲା। ଯାହାଫଳରେ କୋଠାଗୁଡିକ ଭୂଷୁଡି ପଡ଼ିବା ସହ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଏବେ ମଧ୍ୟ ମଝିରେ ମଝିରେ ଦେଶରେ ଭୂକମ୍ପ ହେବାରେ ଲାଗିଛି। କାହିଁକି ବାରମ୍ବାର ଏହି ଭୂକମ୍ପ ଅନୁଭୂତ ହେଉଛି ଏବଂ ଏହାର ତୀବ୍ରତା ଅନୁଯାୟୀ କ’ଣ ପ୍ରଭାବ ପଡୁଛି ଆସନ୍ତୁ ଜାଣିବା।

ସୂଚନା ଅନୁଯାୟୀ, ରିକ୍ଟର ସ୍କେଲରେ ଯେତେ ଅଧିକ ଭୂମିକମ୍ପ ଆସିଥାଏ, କମ୍ପନର ମାତ୍ରା ସେତେ ଅଧିକ ହୋଇଥାଏ। ଉଦାହରଣ ସ୍ୱରୂପ ଯେଉଁଠାରେ ୭.୯ ରିକ୍ଟର ସ୍କେଲ ତୀବ୍ରତାର ଭୂମିକମ୍ପ ହୁଏ ସେଠାରେ ବଡ ବଡ ବିଲ୍‌ଡିଂ ଗଳି ପଡିଥାଏ ଏବଂ ଯେଉଁଠାରେ ୨.୯ ରିକ୍ଟର ସ୍କେଲ ଅନୁଯାୟୀ ଭୂକମ୍ପ ହୁଏ ସେଠାରେ ସାମାନ୍ୟ କମ୍ପନ ଅନୁଭୂତ ହୋଇଥାଏ। କୌଣସି ଭୂକମ୍ପ ସମୟରେ ଭୂମି କମ୍ପନର ଆୟତନ ଏବଂ ଆର୍ବିଟାରୀ ଛୋଟ ଆୟତନର ସାଧାରଣ ହିସାବକୁ ରିକ୍ଟର ସ୍କେଲ କୁହାଯାଏ। ରିକ୍ଟର ସ୍କେଲର ପୁରା ନାମ ହେଉଛି ରିକ୍ଟର ମାଗ୍ନିଚ୍ୟୁଡ ଟେଷ୍ଟ ସ୍କେଲ।

କାହିଁକି ହୋଇଥାଏ ଭୂମିକମ୍ପ ?

ପୃଥିବୀ ପୃଷ୍ଠର ଉପର ଅଂଶ ସାତୋଟି ଟେକ୍ଟୋନିକ ପ୍ଲେଟ ସହ ମିଶି ରହିଛି। ତେବେ ଯେଉଁଠାରେ ଏହି ସାତୋଟି ପ୍ଲେଟ ନିଜ ନିଜ ଭିତରେ ଧକ୍କା ହୋଇଥାନ୍ତି ସେଠାରେ ଭୂମିକମ୍ପର ଆଶଙ୍କା ସୃଷ୍ଟି ହୋଇଥାଏ। ଭୂମିକମ୍ପ ସେତେବେଳେ ଆସିଥାଏ, ଯେତେବେଳେ ଏହି ପ୍ଲେଟ ଗୁଡିକ ନିଜ କ୍ଷେତ୍ର ଛାଡି ଅନ୍ୟ କ୍ଷେତ୍ରରେ ପଶିବାକୁ ଚେଷ୍ଟା କରିଥାନ୍ତି । ଯାହା ଫଳରେ ପ୍ଲେଟ ଗୁଡିକ ମଧ୍ୟରେ ଧକ୍କା ହୋଇଥାଏ ଏବଂ ଏହି ଧକ୍କା କିମ୍ବା ଫ୍ରିକସନରୁ ପୃଥବୀ ପୃଷ୍ଠର ଉପରେ ଭାଗ କମ୍ପିବାକୁ ଲାଗିଥାଏ। ଏପରିକି ବେଳେବେଳେ ପୃଥିବୀ ମଧ୍ୟ ଫାଟି ଯାଇଥାଏ। ପ୍ଲେଟ ଗୁଡିକ ମଧ୍ୟରେ ଧକ୍କା ହେବା ଫଳରେ ଯେଉଁ ଶକ୍ତି ନିର୍ଗତ ହୋଇଥାଏ ତାହା ସପ୍ତାହରେ ଏପରିକି ମାସ ମାସ ପରେ ମଧ୍ୟ ରହି ରହି ବାହାରକୁ ବାହାରିଥାଏ ଏବଂ ଏହା ଦ୍ୱାରା ହାଲକା ଭୂମିକମ୍ପର ଝଟକା ଅନୁଭୂତ ହୋଇଥା।

ଭୂକମ୍ପର ତୀବ୍ରତା ଅନୁସାରେ କଣ ପ୍ରଭାବ ପଡିଥାଏ :

୦ ରୁ ୧.୯ ରିକ୍ଟର ସ୍କେଲ ତୀବ୍ରତାରେ ଭୂମିକମ୍ପ ଆସିବା ଦ୍ୱାରା ଏହା କେବଳ ସିଜ୍ମୋଗ୍ରାଫ ଦ୍ୱାରା ଜଣାପଡିଥାଏ।
୨ ରୁ ୨.୯ ରିକ୍ଟର ସ୍କେଲ ତୀବ୍ରତାରେ ଭୂମିକମ୍ପ ଆସିବା ଦ୍ୱାରା ହାଲକା ଝଟକା ଅନୁଭୂତ ହୋଇଥାଏ।
୩ ରୁ ୩.୯ ରିକ୍ଟର ସ୍କେଲ ତୀବ୍ରତାରେ ଭୂମିକମ୍ପ ଆସିବା ଦ୍ୱାରା କୌଣସି ଟ୍ରକ ଆପଣଙ୍କ ପାଖ ଦେଇ ଅତିକ୍ରମ କଲା ଭଳି ଅନୁଭବ ହେବ।
୪ ରୁ ୪.୯ ରିକ୍ଟର ସ୍କେଲ ତୀବ୍ରତାରେ ଭୂମିକମ୍ପ ଆସିବା ଦ୍ୱାରା ଝରକା ଭାଙ୍ଗି ଯାଇପାରେ ଏବଂ ଆପଣଙ୍କ ଘର କାନ୍ଥରେ ଲାଗିଥିବା ଫ୍ରେମ ଖସିଯାଇପାରେ।
୫ ରୁ ୫.୯ ରିକ୍ଟର ସ୍କେଲ ତୀବ୍ରତାରେ ଭୂମିକମ୍ପ ଆସିବା ଦ୍ୱାରା ଘରର ଆସବାବ ପତ୍ର ହଲିପାରେ।
୬ ରୁ ୬.୯ ରିକ୍ଟର ସ୍କେଲ ତୀବ୍ରତାରେ ଭୂମିକମ୍ପ ଆସିବା ଦ୍ୱାରା ଘରର ଉପର ମହଲାକୁ କ୍ଷତି ପହଞ୍ଚିପାରେ।
୭ ରୁ ୭.୯ ରିକ୍ଟର ସ୍କେଲ ତୀବ୍ରତାରେ ଭୂମିକମ୍ପ ଆସିବା ଦ୍ୱାରା ଘର ଭୂଷୁଡି ଯାଇଥାଏ ଏବଂ ମାଟିତଳେ ପାଇପ ଫାଟି ଯାଇଥାଏ।
୮ ରୁ ୮.୯ ରିକ୍ଟର ସ୍କେଲ ତୀବ୍ରତାରେ ଭୂମିକମ୍ପ ଆସିବା ଦ୍ୱାରା ବଡ ବଡ ବିଲ୍‌ଡିଂ ସହ ପୋଲ ମଧ୍ୟ ଖସି ପଡିଥାଏ।
୯ କିମ୍ବା ଏହା ଠାରୁ ଅଧିକ ରିକ୍ଟର ସ୍କେଲ ତୀବ୍ରତାରେ ଭୂମିକମ୍ପ ଆସିଲେ ପୁରା ସୃଷ୍ଟି ଧ୍ୱଂସ ହୋଇଯିବାର ସମ୍ଭାବନା ରହିଛି। କୌଣସି ବ୍ୟକ୍ତି ପଡିଆରେ ଥିଲେ ପୃଥିବୀ ଢେଉ ଖେଳୁଥିବାର ଦେଖିବାକୁ ପାଇବେ। ସମୁଦ୍ର ପାଖରେ ଥିଲେ ସୁନାମୀ ଆସିଥାଏ।

ସମ୍ବନ୍ଧିତ ଖବର