ଏଣିକି ଫୋନ୍‌ ଚୋରି ହୋଇଗଲେ, ତୁରନ୍ତ ଫେରି ପାଇବେ

ଆଇଏମଇଆଇ ନମ୍ବର ପରିବର୍ତ୍ତନ କରିଥିବା ବ୍ୟକ୍ତିଙ୍କୁ ହେବ ୩ବର୍ଷ ଜେଲ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ମୋବାଇଲ ଫୋନର ନିଶା ସମସ୍ତଙ୍କୁ ଘାରିଛି। ମୋବାଇଲ ଫୋନ୍‌କୁ କେବଳ ଯେ ଖାଲି ମନୋରଞ୍ଜନ ପାଇଁ ବ୍ୟବହାର କରାଯାଉଛି ତାହା ନୁହେଁ ବରଂ ଏହା ଏକ ପିସି ଭଳି ମଧ୍ୟ କାମ କରୁଛି। ଯଦି ଆପଣଙ୍କ ଏହି ମୋବାଇଲ ଫୋନ୍‌ଟି ଚୋରି ହୋଇଯାଉଛି କି ହଜି ଯାଉଛି ତେବେ ଏହାକୁ ତୁରନ୍ତ ପାଇ ପାରିବେ। ସରକାରଙ୍କ ଦ୍ୱାରା ପ୍ରଣିତ ସେଣ୍ଟ୍ରାଲ ମୋବାଇଲ ଆଇଡିଂଟିଟି ଇକ୍ୱିପମେଂଟ ରେଜିଷ୍ଟର ଆସନ୍ତା ମାସ ଶେଷ ସୁଦ୍ଧା ଆରମ୍ଭ ହେବାକୁ ଯାଉଛି । ଯାହାକି ଚୋରି କିମ୍ବା ହଜି ଯାଇଥିବା ମୋବାଇଲ ଫୋନକୁ ଖୋଜିବାରେ ସହାୟତା କରିବ । ଅର୍ଥାତ ହଜିଯାଇଥିବା ମୋବାଇଲ (ଯେଉଁଥିରେ ଡାଟା ରହିଥିବ) ଜରିଆରେ ଆପରେଟର୍ସ ଅତି ସହଜରେ ଏଭଳି ହ୍ୟାଣ୍ଡସେଟକୁ ନେଟୱର୍କ ଆଧାରରେ ବ୍ଲକ୍‌ କରିବା ସହ ଫେରି ମଧ୍ୟ ପାଇବେ । ତେବେ ଏହା କିପରି ସମ୍ଭବ ଆସନ୍ତୁ ଜାଣିବା।


ସରକାରଙ୍କ ଦ୍ୱାରା ପ୍ରଣିତ ସେଣ୍ଟ୍ରାଲ ମୋବାଇଲ ଆଇଡିଂଟିଟି ଇକ୍ୱିପମେଂଟ ରେଜିଷ୍ଟରରୁ ନକଲି ହ୍ୟାଣ୍ଡସେଟକୁ ଅତି ସହଜରେ ଠାବ କରାଯାଇପାରିବ । ହଜି ଯାଇଥିବା କିମ୍ବା ଚୋରି ହୋଇଥିବା ମୋବାଇଲ ନେଟୱାର୍କ ଉପରେ ଆକ୍ସେସ ମଧ୍ୟ ବନ୍ଦ କରିଦିଆଯିବ । ଯାହାଦ୍ୱାରା ଟେଲିକମ କମ୍ପାନିମାନଙ୍କୁ ନିଜ ଉପକରଣର ଡାଟା ମିଳି ପାରିବ ଏବଂ ଗ୍ରାହକଙ୍କୁ କ୍ଲେମ ମୋବାଇଲର ଠିକଣା ମଧ୍ୟ ମିଳିଯିବ । ଖାଲି ସେତିକି ନୁହେଁ ସୁରକ୍ଷା ଏଜେନ୍‌ସିମାନେ ମୋବାଇଲକୁ ଟ୍ରାକ ମଧ୍ୟ କରିପାରିବେ ।

ସରକାର ସେଣ୍ଟ୍ରାଲ ମୋବାଇଲ ଆଇଡିଂଟିଟି ଇକ୍ୱିପମେଂଟକୁ ପ୍ରସ୍ତୁତ କରିବାର ଦାୟିତ୍ୱ ଗତ ଜୁଲାଇ ମାସରେ ବିଏସଏନଏଲକୁ ନ୍ୟସ୍ତ କରିଥିଲେ । ଯେଉଁଥି ପାଇଁ ସି-ଡଟ୍‌ ନାମକ ଏକ ସରକାରୀ ସଂସ୍ଥା ଏହାର ଉପକରଣ ଏବଂ ସଫ୍‌ଟଓୟାର ଉପଲବ୍ଧ କରାଇଛନ୍ତି ଏବଂ ବିଏସଏନଏଲ ଏଥିପାଇଁ ଇଂଟିଗ୍ରେସନ ପାଇଁ କାମ କରୁଛି । ଯାହାର ପାୟଲଟ୍‌ ପ୍ରଜେକ୍ଟ ବର୍ତ୍ତମାନ ସଫଳ ରହିଛି ।ଆସନ୍ତା ମାସ ଶେଷ ସୁଦ୍ଧା କାର୍ଯ୍ୟକାରୀ ହେବାକୁ ଯାଉଛି।

ବର୍ତ୍ତମାନ ପରିସ୍ଥିତିରେ ଏଭଳି କୌଣସି ସେଂଟ୍ରେଲାଇଜଡ ରେଜିଷ୍ଟର ନାହିଁ ଯେଉଁଥିରେ ପୁଲିସ ନିଜ ରିପୋର୍ଟ ପଠାଇ ପାରିବେ କି ମୋବାଇଲ ଚୋରା କି ନୁହେଁ ହେଲେ ଏବେ ଏହି ରେଜିଷ୍ଟରରେ ସସସ୍ତ ମୋବାଇଲ ଫୋନର ଆଇଏମଇଆଏ ନମ୍ବର ରହିବ ଯେଉଁଥିରେ ସବୁ ଅପରେଟର୍ସ ଦେଖି ପାରିବେ ଏବଂ ଏଭଳି ମୋବାଇଲକୁ ବ୍ଲକ ବି କରାଯାଇପାରିବ ।

ମୋବାଇଲ ଫେରି ନପାଇବାର ମୁଖ୍ୟ କାରଣ ହେଉଛି ଆଇଏମଇଆଇର ବଦଳିଯିବା ଗତ ମାସରେ ହିଁ ସରକାର ନିୟମରେ ପରିବର୍ତ୍ତନ କରିବାକୁ ଯାଇ କହିଛନ୍ତି କି, ଆଇଏମଇଆଇ ନମ୍ବର ପରିବର୍ତ୍ତନ କରିବା ଦ୍ୱାରା ଉକ୍ତ ବ୍ୟକ୍ତିବିଶେଷଙ୍କୁ ଜରିମାନା ଏବଂ ୩ ବର୍ଷ କାଳ ଜେଲଦଣ୍ଡରେ ଦଣ୍ଡିତ କରାଯିବ । ଯାହାଦ୍ୱାରା ଲୋକମାନଙ୍କର ଚୋରି ହୋଇଯାଇଥିବା ମୋବାଇଲ ଫୋନ ଫେରି ପାଇବାର ବହୁତ ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର