ପୂର୍ବ ଭାରତର କେଉଁ ଖାଦ୍ୟ ଅଧିକ ଲୋକପ୍ରିୟ?

ଭାରତର ପୂର୍ବ ଭାଗ ଥିବା ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା, ଝାଡଖଣ୍ଡ,ଆସାମ ଛତିଶିଗଡ଼, ବିହାର, ଆଦି ଅନ୍ତର୍ଭୁକ୍ତ । ଏହି ସବୁ ରାଜ୍ୟରେ ବେଶ କେତେକ ଉତ୍ତମ ଖାଦ୍ୟ ଅନ୍ୟ ରାଜ୍ୟର ଲୋକଙ୍କୁ ଭଲ ଲାଗିଥାଏ। ଏଥି ମଧ୍ୟରେ ଝାଡଖଣ୍ଡର କଢି, ଚିଡ୍‌ଓ୍ଵା, ଲିଟି ଚୋଖା, ଠେକୁଆ, ବେସନର ତରକାରୀ ଆଦି ଅନ୍ତର୍ଭୁକ୍ତ । ବିହାରରେ ମଧ୍ୟ ଏହି ଖାଇବା ପ୍ରଚଳନ ଅଛି ।

photo–youtube

ଭାରତର ପୂର୍ବ ଭାଗରେ ଅଧିକ ମାତ୍ରାରେ ଭାତ ଖାଇବାର ପ୍ରଚଳନ ଅଛି । ବଙ୍ଗୀୟ ଖାଦ୍ୟ ମଧ୍ୟରେ ମାଛ ଭାତ, ମାଛା ଝାଲ୍‌, ବାଇଗଣ ତରକାରୀ ସର୍ବାଧିକ ଲୋକପ୍ରିୟ। ପଶ୍ଚିମବଙ୍ଗରେ ବିଭିନ୍ନ ମିଠାର ଅଧିକ ପ୍ରଚଳନ ରହିଛି । ମିଠା ମଧ୍ୟରେ ଚମ୍‌ଚମ୍‌, ରସଗୋଲା, ସନ୍ଦେଶ, ପିଠା, ଲବଙ୍ଗଲତା, ମାନତୁସା ଆଦି ଖୁବ୍‌ ଲୋକପ୍ରିୟ । ଓଡ଼ିଶାର ଲୋକପ୍ରିୟ ବ୍ୟଞ୍ଜନ ମଧ୍ୟରେ ଡାଲ୍‌ମା, ସନ୍ତୁଳା, ମାଛ ବେସର, ଛେନା ତରକାରୀ, କୋଳଥ ଡାଲି, ମେଥି ଭାତ, ଡାଲି ଇତ୍ୟାଦି ଖୁବ୍‌ ପ୍ରଚଳିତ। ଛତିଶଗଡ଼ ଖାଇବାରେ ତସମଇ, ଖୁରମୀ,ଚପାତି, ଅଇରସା, ସୋହାରୀ, ବରା ଆଦି ବେଶ୍‌ ଲୋକପ୍ରିୟ ।

ସମ୍ବନ୍ଧିତ ଖବର