ଚୋରି ହୋଇଥିବା ଗାଡିକୁ ପାଇବା ପାଇଁ ସହଜ ଉପାୟ

ଯଦି ଆପଣଙ୍କ ଗାଡି ଚୋରି ହୋଇଯାଇଛି, ତେବେ ଆପଣ ଚିନ୍ତା ନକରି ବିବେକର ସହ କାମ ନିଅନ୍ତୁ । ଠିକ ସମୟରେ ଠିକ ର୍ନିଣ୍ଣୟ ନେଲେ ଆପଣ ଏହି ସ୍ଥିତିରୁ ସହଜରେ ମୁକୁଳି ପାରିବେ । ନିଜ ଘର, ନିଜ ଗାଡି କରିବା ସମସ୍ତଙ୍କ ସ୍‌ୱପ୍ନ ଥାଏ ଯ ଏଥିପାଇଁ ଆମେ ବହୁତ ପରିଶ୍ରମ ବି କରିଥାଉଁ , ଯାହାଙ୍କୁ ଉତ୍ତରାଧିକାରୀ ସୂତ୍ରରେ ମିଳିଥାଏ ତାଙ୍କ କଥା ଅଲଗା । ଆପଣଙ୍କ ଗାଡିକୁ କିଛି କ୍ଷତି ନହେବା ପାଇଁ ଆପଣ ବୀମା ବି କରାଇଥାନ୍ତି । କିନ୍ତୁ ଦୁର୍ଘଟଣାକୁ କେହି ଅଟକାଇ ପାରନ୍ତିନି । ଆପଣଙ୍କ ଘରେ ଚୋରି କିମ୍ବା ଆପଣଙ୍କ ଗାଡି ଚୋରି ହୋଇପାରେ । ଯଦି ଆପଣଙ୍କ ଗାଡି ଚୋରି ହୋଇଯାଇଛି ତ ଆପଣ ଚିନ୍ତା କରନ୍ତୁନି । ଗାଡି ଚୋରି ହେବା ସ୍ଥିତିରେ ଆପଣଙ୍କୁ ସାବଧାନତାର ସହ କାମ କରିବା ଉଚିତ । ଗାଡି ଚୋରି ହେବା ପରେ ଏହି କାମକୁ କରିବା ଭୁଲନ୍ତୁନି ।

ଜମା କରନ୍ତୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ : ପ୍ରଥମେ ନିଜ ଗାଡିର ସମସ୍ତ ଦସ୍ତାବିଜ ଏକାଠି କରନ୍ତୁ । ଯେପରିକି ଆରସି ବୁକ୍‌, ବୀମାର କାଗଜ ପତ୍ର, ଡ୍ରାଇଭିଙ୍ଗ ଲାଇସେନ୍‌ସ । ସବୁବେଳେ ଅସଲି ଫଟୋ କପି ନିଜ ପାଖରେ ରଖନ୍ତୁ । ଏମିତିରେ ଯଦି ଅସଲି କପି ଗାଡି ସହିତ ଚୋରି ହୋଇଯାଏ, ତେବେ ଆପଣଙ୍କ ପାଖରେ ଦସ୍ତାବିଜର କପି ତ ଥିବ ।

ଏଫଆଇଆର ଦିଅନ୍ତୁ : ଆପଣଙ୍କ ସହିତ ହୋଇଥିବା ସମସ୍ତ ଘଟଣାର ସୂଚନା ଦେଇ ଏକ ଦରଖାସ୍ତ ଲେଖନ୍ତୁ ଓ ଏହାକୁ ନିକଟସ୍ଥ ପୁଲିସ ଥାନାରେ ଜମା କରନ୍ତୁ । ଆପଣଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଏଫଆଇଆର ଲେଖିବ ଓ କାର୍ଯ୍ୟାନୁଷ୍ଠାନ ନେବ ।

ବୀମା କମ୍ପାନୀକୁ ଜଣାନ୍ତୁ : ପୁଲିସ ଥାନାରେ ଅଭିଯୋଗ ଦାଖଲ ପରେ ବୀମା କମ୍ପାନୀକୁ ଗାଡି ଚୋରି ହେବାର ସୂଚନା ଦିଅନ୍ତୁ । ବୀମା କ୍ଲେମର ଫର୍ମକୁ ସମସ୍ତ ଦସ୍ତାବିଜ ସହ ଜମା କରନ୍ତୁ । କ୍ଲେମ ସହିତ ଆରସିର କପି, ବୀମା ପଲିସିର କପି ଓ ଏଫଆଇଆରର କପି ନେବା ଭୁଲନ୍ତୁନି । ଶୀଘ୍ର ବୀମା ପାଇଁ ଦାବି କରନ୍ତୁ ।

ଆରଟିଓକୁ ଜଣାନ୍ତୁ : ବୀମା ପାଇଁ କ୍ଲେମ କରିବା ପରେ ଆପଣଙ୍କୁ ଆରଟିଓ ଅଫିସରେ ବି ଗାଡି ଚୋରି ହେବାର ସୂଚନା ଦେବାକୁ ପଡିବ । ଅଭିଯୋଗ ପତ୍ର ସହିତ ସମସ୍ତ ଦସ୍ତାବିଜର ଫଟୋ କପି ଲଗାନ୍ତୁ । ଏଫଆଇଆରର କପି ଓ କ୍ଲେମର କପି ବି ନିଶ୍ଚୟ ଲଗାନ୍ତୁ । ଏହାସହ ଗାଡିର ଫଟୋ ଯଦି ଥିବ ତାହା ବି ଜମା କରନ୍ତୁ ।

ସମ୍ବନ୍ଧିତ ଖବର