ଋତୁ ଅନୁଯାୟୀ ମିଳୁଥିବା ଫଳଗୁଡ଼ିକ ଖାଇବା ଶରୀର ପାଇଁ ହିତକର। ଖରାଦିନେ ବେଶି ଗରିଷ୍ଠ ଖାଇବା ହଜମ ହୁଏନାହିଁ। ପୁଣି ଟିକେ ଏପଟସେପଟ ହେଲେ ପେଟ ଗରମ ହୋଇ ସସମ୍ୟା ହୋଇଥାଏ। ଏଣୁ କମ୍ ତେଲ ମସଲାଯୁକ୍ତ ପୁଷ୍ଟିକର ଖାଦ୍ୟ ଖାଇବା ଯେମିତି ଦରକାରୀ ଅଧିକ ଫଳମୂଳ ଖାଇ ଶରୀରର ଜଳୀୟ ସନ୍ତୁଳନ ଠିକ୍ ସେତିକି ଜରୁରୀ। ଆମ୍ବ, ତରଭୁଜ, ଅଙ୍ଗୁର, ବେଲ, ଲିଚୁ, ଖଜୁରୀ କୋଳି, ପଣସ, ସପୁରୀ, କମଳା, ପିଜୁଳି, ଦେଶୀ ପାଚିଲା କଦଳୀ, କରମଙ୍ଗା, ଅଁଳା ଇତ୍ୟାxଦି ଫଳ ଏହି ସମୟରେ ସବୁଜାଗାରେ ଓ ଶସ୍ତାରେ ମିଳେ। ପୁଣି ଫଳ ଖାଇଲେ ଭୋକ ଓ ଶୋଷ ଉଭୟ ମେଣ୍ଟିଥାଏ। ଶରୀର ହାଇଡ୍ରେଟ୍ ରହିଥାଏ ଏବଂ ତ୍ବଚା ଉଜ୍ଜଳ ଦିଶିଥାଏ।
ତରଭୁଜ: ତରଭୁଜରେ ପ୍ରାୟ ୯୨ ଭାଗ ଜଳୀୟଅଂଶ ଥାଏ ଏବଂ ଆଠ ପ୍ରତିଶତ ଶର୍କରା ଥାଏ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ୍, ଫାଇଭର୍, ଭିଟାମିନ୍ ବି ଓ ସି ତଥା ଅନ୍ୟ ଲାଭଦାୟକ ପୋଷକତତ୍ତ୍ବ ରହିଛି। ପାଚିଲା ତରଭୁଜକୁ କାଟି ବା ରସ ବାହାର କରି ପିଇବା ବେଶ୍ ସୁବିଧାଜନକ। ଏହା ପେଟକୁ ଥଣ୍ଡା ରଖେ। ଛୋଟ ପିଲାମାନେ ମଧ୍ୟ ଗାଢ଼ ନାଲି ରଙ୍ଗର ତରଭୁଜ ଖାଇବାକୁ ବେଶ୍ ପସନ୍ଦ କରନ୍ତି। ଏବେ ବଜାରରେ ମିଳୁଥିବା ହଳଦିଆ ତରଭୁଜର ଚାହିଦା ବେଶ୍ ଅଧିକ ରହିଛି। ଏଥିରେ ମଞ୍ଜି ନଥାଏ।
ଅଙ୍ଗୁର: ଅଙ୍ଗୁର ଏବେ ବର୍ଷସାରା ମିଳୁଛି। ତେବେ ଖରାଦିନେ ଏହାର ଉତ୍ପାଦନ ଅଧିକ ଏବଂ ଦାମ୍ ମଧ୍ୟ ବେଶ୍ କମ୍ ଥାଏ। ଏଣୁ ସବୁଦିନ କିଛି ଅଙ୍ଗୁର ଖାଇବା ଦେହ ପାଇଁ ଭଲ। ଜରୁଆ ପାଟିରେ ଅଙ୍ଗୁର ଖାଇଲେ ଅରୁଚି କମେ, ପୁଣି ରକ୍ତ ବଢ଼େ ବୋଲି ଧାରଣା ଅଛି। ଏଥିରେ ପୋଟାସିୟମ୍ କ୍ଲୋରାଇଡ୍, ପୋଟାସିୟମ୍ ସଲ୍ଫେଟ୍, ମ୍ୟାଗ୍ନେସିୟମ୍ ଇତ୍ୟାଦି ଭରପୁର ଥାଏ। ପିଲାମାନଙ୍କୁ ରସ ବାହାର କରି ଦେଲେ ଖୁସିରେ ପିଇଥାନ୍ତି।
ବେଲ: ବେଲ ପଣା ଭୋଗ ହୁଏ ବିଷୁବ ସଂକ୍ରାନ୍ତି ଦିନ। ଏହି ଦିନକୁ ଓଡ଼ିଆମାନେ ପଣାସଂକ୍ରାନ୍ତି ଭାବେ ମନାନ୍ତି। ପାଚିଲା ବେଲରୁ ମଣ୍ଡ ବାହାର କରି ବିଭିନ୍ନ ଫଳମୂଳ, ମିଶ୍ରି/ଗୁଡ଼, ଗୋଲମରିଚ ଗୁଣ୍ଡ, ଛେନା, ଖୁଆ ଇତ୍ୟାଦି ପକାଇ ଯେଉଁ ସୁଆଦିଆ ବେଲପଣା ହୁଏ ତାକୁ ଖାଇବାକୁ ଅନେକ ଅପେକ୍ଷା କରିଥାନ୍ତି। ତେବେ ଖାଲି ବେଲ ମଣ୍ଡରେ ଅଳ୍ପ ଚିନି ବା ମିଶ୍ରି ମିଶେଇ ପିଇଲେ ବେଶି ଉପକାରୀ। ଏଥିରେ ମଧ୍ୟ ଅନେକ ପୋଷକତତ୍ତ୍ବ ଭରି ରହିଛି।
ଲିଚୁ: ଲିଚୁ ସାଧାରଣତଃ ଖରାଦିନେ ମିଳୁଥିବା ଏକ ସୁସ୍ବାଦୁ ଫଳ, ଯାହାକୁ ଖାଇବାକୁ ପିଲାଠୁ ବୁଢ଼ାମାନେ ପସନ୍ଦ କରନ୍ତି। ଖଟାମିଠା ଲିଚୁରେ ଅନେକ ଖଣିଜ ସହ ଭିଟାମିନ୍ ଏ, ସି ଥାଏ। ଏହା ରୋଗପ୍ରତିରୋଧକ ଶକ୍ତି ବଢ଼ାଏ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp