୨୨ ବର୍ଷ ହେଲା ରାତ୍ରିଭୋଜନରେ ଆଳୁ ଚିପ୍‌ସ ଓ ସସ୍‌

ଫଟୋରେ ଦେଖନ୍ତୁ ଛବିଶ ବର୍ଷ ବୟସ୍କ ବ୍ରିଟିସ୍‌ ଜୀବନ-ରକ୍ଷୀ ବା ଲାଇଫ୍‌ଗାଡ୍‌ର୍ ଦାନିଏଲ୍‌ ପେନକ୍‌ଙ୍କୁ। ଦାନିଏଲ୍‌ ମହାଶୟ ଗତ ବାଇଶ ବର୍ଷ ହେଲା ରାତ୍ରିଭୋଜନରେ ଆଳୁ ଚିପ୍‌ସ ଓ ସସେଜ୍‌ ଛଡ଼ା କିଛି ଖାଇନାହାନ୍ତି। ସେ ବିବାହିତ ଓ ଦୁଇଟି ସନ୍ତାନର ଜନକ। ଏତେ ବର୍ଷ ଧରି ଜଙ୍କ୍‌-ଫୁଡ୍‌ ଖାଇବା ଦ୍ୱାରା ଏ ଯାଏ ତାଙ୍କର କୌଣସି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇ ନ ଥିଲେ ହେଁ ବୈବାହିକ ଜୀବନରେ ଅଶାନ୍ତି ବଢ଼ିବାରେଲାଗିଛି। ଦାନିଏଲ୍‌ଙ୍କ ପତ୍ନୀ ତାଙ୍କର ରାତ୍ରିଭୋଜନକୁ ପ୍ରବଳ ବିରୋଧ କରୁଛନ୍ତି। ପତ୍ନୀ, ତାଙ୍କ ପାଇଁ ସସେଜ୍‌ କି ଚିପ୍‌ସ ପ୍ରସ୍ତୁତ ନ କରିବାରୁ, ପ୍ରତି ଦିନ ବଜାରରୁ କିଣିବାକୁ ପଡ଼ୁଛି। ଖାଦ୍ୟାଭ୍ୟାସ ନ ବଦଳାଇବା ପର୍ଯ୍ୟନ୍ତ, ତାଙ୍କ ସହ ବାହାରକୁ ଭୋଜନ ପାଇଁ ଯିବାକୁ ବି ପତ୍ନୀ ମନାକରିଦେଇଛନ୍ତି। ଦାନିଏଲ୍‌ ବଦଭ୍ୟାସ ଛାଡ଼ିବାକୁ ଚାହୁଁଛନ୍ତି; ହେଲେ, କେମିତି ଜାଣିପାରୁନାହାନ୍ତି; କାହାର ସାହାଯ୍ୟ ନେବେ ବୁଝିପାରୁନାହାନ୍ତି! ଆଉ କିଛି ତାଙ୍କ ପାଟିକୁ ରୁଚୁନାହିଁ। ଉଲ୍ଲେଖଯୋଗ୍ୟ ଯେ, ଅଦ୍ୟାବଧି ସେ ଜୀବନରେ ଥରେ ହେଲେ ପରିବା ଖାଇନାହାନ୍ତି। ପରିବା ଦେଖିଲେ, ତାଙ୍କୁ ବାନ୍ତି ମାଡ଼େ। ବେଳେ ବେଳେ କଦଳୀ ଓ ସେଓ ଖାଉଥିବା ପ୍ରକାଶ।

ସମ୍ବନ୍ଧିତ ଖବର