ଦେଶରେ ମାନ୍ଦାବସ୍ଥା ଆଗାମୀ ଦିନରେ ଦୂର ହେବ, ରିଜର୍ଭ ବ୍ୟାଙ୍କ ନେଉଥିବା ପଦକ୍ଷେପ ଦ୍ୱାରା ଅର୍ଥ ବ୍ୟବସ୍ଥା ସୁଧୁରିବ: ଶକ୍ତିକାନ୍ତ ଦାସ

ଭୁବନେଶ୍ୱର: ଦେଶରେ ମାନ୍ଦାବସ୍ଥା ଆଗାମୀ ଦିନରେ ଦୂର ହେବ। ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ନିଆଯାଉଥିବା ପଦକ୍ଷେପ ଦ୍ୱାରା ଅର୍ଥ ବ୍ୟବସ୍ଥା ସୁଧୁରିବ ବୋଲି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସ୍ଥାନୀୟ ଜୟଦେବ ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ପ୍ରାଣନାଥ ସ୍ମୃତି ସମାରୋହରେ ଶନିବାର ଯୋଗ ଦେଇ ଶକ୍ତିକାନ୍ତ ଦାସ କହିଛନ୍ତି, ବିଗତ ୬ ମାସ ମଧ୍ୟରେ କେନ୍ଦ୍ର ସରକାର ଓ ଆରବିଆଇ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ସମୟ ମଧ୍ୟରେ କର୍ପୋରେଟ ଟ୍ୟାକ୍ସ କମିଛି ଓ ରେପୋରେଟ ମଧ୍ୟ ହ୍ରାସ ପାଇଛି। ସେ କହିଛନ୍ତି, ଦେଶରେ ବୈଦେଶିକ ମୁଦ୍ରା ଗଚ୍ଛିତ ଅଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଉପସ୍ଥିତିରେ ଆୟୋଜିତ ସମାରୋହରେ ଶକ୍ତିକାନ୍ତ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧିତ ଖବର