ଏଲଇଡ଼ି ଲାଇଟ ହୋଇପାରେ କର୍କଟର କାରଣ!

ସମଗ୍ର ବିଶ୍ୱରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କ୍ୟାନସର। ଲକ୍ଷାଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇ ମୁତ୍ୟୁବରଣ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି। ଏହି ରୋଗର ଅନେକ କାରଣ ରହିଛି ଯେପରିକି, ଅବହେଳିତ ଖାଦ୍ୟପେୟ, ଧୂମପାନ ଓ ମଦ୍ୟପାନ ଇତ୍ୟାଦି। ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସାଧାରଣତଃ ସମସ୍ତ ସ୍ଥାନରେ ବ୍ୟବହାର ହେଉଥିବା ଏଲଇଡ଼ି ଲାଇଟ ମଧ୍ୟ ହୋଇପାରେ କର୍କଟର କାରଣ। ନିକଟରେ ବ୍ରିଟେନ ୟୁନିଭରସିଟି ଏବଂ ବାର୍ସିଲୋନା ଇନଷ୍ଟିଟ୍ୟୁଟ୍‌ ଫର ଗ୍ଲୋବାଲ ହେଲଥର ଏକ ଅନୁସନ୍ଧାନରୁ ପ୍ରମାଣିତ ହୋଇଛି ଏଲଇଡି ଲାଇଟ ଦ୍ୱାରା ସ୍ତନ ଏବଂ ମୂତ୍ରାଶୟଗ୍ରନ୍ଥି କର୍କଟ ହେବାର ଆଶଙ୍କା ବଢ଼ିଥାଏ।

ଗବେଷଣା ଅନୁଯାୟୀ , ବ୍ୟବହୃତ ଏଲଇଡ଼ି ଲାଇଟରୁ ସବୁଜ ରଙ୍ଗର ଏକ ରଶ୍ମି ବାହାରିଥାଏ, ଯାହା ଶରୀରରେ ନିଦର ପରିମାଣକୁ ତ୍ୱରାନିତ କରିଥାଏ। ଫଳରେ ଶରୀରରେ ହରମୋନ ସ୍ତରରେ ଖରାପ ପ୍ରଭାବ ପଡ଼ିଥାଏ। ଯାହା ଦ୍ୱାରା କର୍କଟର ଆଶଙ୍କା ଅଧିକ ମାତ୍ରାରେ ବୃଦ୍ଧି ପାଇଥାଏ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁଯାୟୀ, ରାତିରେ କାମ କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ କର୍କଟ ହେବାର ସମ୍ଭାବନା ଅଧିକ ରହିଥାଏ। ଏହାର ମୁଖ୍ୟ କାରଣ ହେଉଛି ରାତିରେ ବ୍ୟବହୃତ ହେଉଥିବା ଏଲଇଡ଼ି ଲାଇଟ। ୨୦ ରୁ ୮୫ ବର୍ଷ ବୟସ ବିଶିଷ୍ଟ ୪୦୦୦ ଲୋକଙ୍କୁ ନେଇ ଏହି ଅନୁସନ୍ଧାନ କରାଯାଇଥିଲା ଯେଉଁଥିରେ ଏଲଇଡ଼ି ଲାଇଟ ଦ୍ୱାରା ବଢ଼ୁଥିବା କର୍କଟ ସମସ୍ୟା ପ୍ରମାଣିତ ହୋଇଥିଲା।

ଜାଣି ରଖିବା ଉଚିତ କି, ଏଲଇଡି ବଲବ କିଭଳି ଭାବରେ କାମ କରିଥାଏ ଏବଂ କାହିଁକି ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ସାଜିଛି।ଏଲଇଡି ଏକ କମ୍‌ ଭୋଲଟେଜ ଆବଶ୍ୟକ କରୁଥିବା light-emitting diode (LED) ଡିଭାଇସ, ଯାହା ଲ୍ୟାମ୍ପ ଭିତରେ ଲୁଚି ରହିଥିବା ସର୍କିଟ ଉପରେ କାମ କରିଥାଏ। ଏହି ବଲ୍‌ବରେ ସାଧାରଣ ବଲବ ଭଳି ଫିଲାମେଣ୍ଟର ବ୍ୟବହାର ହୋଇନଥାଏ। ତେଣୁ ଏହା ଗ୍ୟାସ ଜରିଆରେ ଆଲୋକ ବିକିରଣ କରିଥାଏ। ଅଧିକାଂଶ ସମୟରେ ଆପଣ ଦେଖିଥିବେ କି ଏଲଇଡି ବଲବ ଫ୍ଲିକ୍‌ କରିଥାଏ, ଏହା ଏଥିପାଇଁ ହୋଇଥାଏ କି, ଏହାର ସର୍କିଟରୁ ବଲବକୁ ପର୍ଯ୍ୟାପ୍ତ ଭୋଲେ୍‌ଟଜ ମିଳିପାରିନଥାଏ। କିଛି ଏଲଇଡି ତ ଗୁରୁତର ଭାବରେ ଫ୍ଲିକ୍‌ କରିଥାଏ। ସର୍କିଟ ବ୍ୟବହାର କାରଣରୁ ହିଁ ହାଲୋଜିନ ଲ୍ୟାମ୍ପର ତୁଳନାରେ କମ କାର୍ବନ ବିକିରଣ କରିଥାଏ।

ଏଲଇଡି ବଲ୍‌ବ ଦ୍ୱାରା ମାନସିକ ଜନିତ ରୋଗ ସହ ଆଖି ଜନତି ସମସ୍ୟା ଦେଖାଦେଇଥାଏ। ଆପଣଙ୍କ ଆଖିରେ ଜଳାପୋଡା ବି ଏଥିପାଇଁ ହୋଇପାରେ। ଏଥିସହିତ ହିଁ ଆଖିର ରଶ୍ମୀ ଉପରେ ମଧ୍ୟ ଏହାର ପ୍ରଭାବ ପଡିପାରେ।

ସମ୍ବନ୍ଧିତ ଖବର