ନୂଆଦିଲ୍ଲୀ: ଜେଇଇ ମେନ୍ ୨୦୨୫ର ସେସନ୍- ୧ ପରୀକ୍ଷାର ଫଳାଫଳ ବାହାରି ଯାଇଛି। ଏହି ଫଳାଫଳ ବାହାରିବା ପରେ ଅନେକ ଛାତ୍ରଛାତ୍ରୀଙ୍କ ଘରେ ଉତ୍ସବର ମହଲ ଦେଖିବାକୁ ମିଳୁଛି। ଏହି କ୍ରମରେ ଜମ୍ମୁ ଏବଂ କାଶ୍ମୀରର କାମରାନ ବିଲାଲ ଭଟ୍ ମଧ୍ୟ ଅନ୍ତର୍ଭୁକ୍ତ ଅଛନ୍ତି। 

Advertisment

ଆତଙ୍କବାଦ ପ୍ରଭାବିତ ଅନନ୍ତନାଗର ବାସିନ୍ଦା କାମରାନ ବିଲାଲ ଭଟ୍ଟ ୯୯.୯ ପ୍ରତିଶତ ସ୍କୋର ସହିତ ଜମ୍ମୁ ଏବଂ କାଶ୍ମୀରରେ ଟପ୍ପର ହୋଇଛନ୍ତି।

ଏକ ସାକ୍ଷାତକାରରେ କାମରାନ ବିଲାଲ ଭଟ୍ ନିଜର ସଫଳତାକୁ ନେଇ କହିଛନ୍ତି, ‘ମୁଁ ଏହି ସଫଳତା ପାଇଁ ମୋର ପିତାମାତା, ଶିକ୍ଷକ ଏବଂ ବନ୍ଧୁମାନଙ୍କୁ ଧନ୍ୟବାଦ ଜଣାଇବାକୁ ଚାହିଁବି। ମୁଁ ଏକାଦଶ ଶ୍ରେଣୀରୁ ଜେଇଇ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲି। ଏଥିପାଇଁ କିଛି ଚ୍ୟାଲେଞ୍ଜର ସାମ୍ନା କରିବାବକୁ ପଡ଼ିଥିଲା।  ଯାହାକୁ ମୁଁ ଅଟଳ ରହି ସାମ୍ନା କରି ଆଗକୁ ବଢ଼ିଥିଲି।

ଶ୍ରେଣୀଗୃହ ସହିତ ମୁଁ ମୋଟ ୧୦ରୁ ୧୧ ଘଣ୍ଟା ପାଠପଢ଼ିଥାଏ। ମୋ ମତରେ ଅଧିକ ସମୟ ପାଠପଢ଼ିବା ବ୍ୟତୀତ ‌ଯେତିକି ସମୟ ପଢ଼ିବା ମନ ‌ଦେଇ ପଡ଼ିବାକୁ ହେବ। ପ୍ରାରମ୍ଭିକ ସମୟରେ ତୁମେ କେତେ ଭଲ କିମ୍ବା କେତେ ଖରାପ କରୁଛ ତାହା କୌଣସି ଫରକ ପଡ଼େ ନାହିଁ। ତୁମର ଶେଷ କିପରି ହେଉଛି ତାହା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ମୁଁ କହୁଛି ଫଳାଫଳ କ’ଣ ହେଲା।

ପରୀକ୍ଷାରେ ବିଫଳତା ଯୋଗୁଁ ନିରାଶ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ମୁଁ କହିବି ଏହା ଜୀବନ ନୁହେଁ। ଏହା ଜୀବନର ଏକ ଛୋଟ ଅଂଶ। ତେଣୁ ବିଫଳ ହେଲେ ନିରାଶ ହୁଅନ୍ତୁ ନାହିଁ। ବରଂ ନୂତନ ଭାବରେ ନିଜକୁ ପ୍ରସ୍ତୁତ କରନ୍ତୁ। ପରିଶ୍ରମର ଫଳ କଦାପି ବୃଥା ଯାଏ ନାହିଁ।