ଡ଼େନ୍‌ମାର୍କରେ ଉଚ୍ଚ ଶିକ୍ଷା ଲାଭ କରିବାକୁ ଯିବାକୁ ଇଚ୍ଛୁକ କି, ଜାଣନ୍ତୁ ଏସବୁ

ଡ଼େନ୍‌ମାର୍କ ଏପରି ଏକ ରାଷ୍ଟ୍ର,ଯେଉଁଠାରେ ଶିକ୍ଷା ସମାପ୍ତି ପରେ ନିଯୁକ୍ତିର ଖୁବ୍‌ ଭଲ ସୁଯୋଗ ରହିଛି। ପ୍ରାକୃତିକ ରୂପେ ଧନୀ ଏହି ଦେଶ ପର୍ଯ୍ୟଟନର କେନ୍ଦ୍ରବିନ୍ଦୁ । ଚତୁଃପାର୍ଶ୍ୱରେ ସବୁଦ୍ର ପରିବେଷ୍ଟିତ ଏହି ଦେଶକୁ ବିଦେଶୀ ବିଦ୍ୟାର୍ଥୀମାନେ ଶିକ୍ଷାଲାଭର ଏକ ପ୍ରକୃଷ୍ଟ ସ୍ଥାନ ବୋଲି ମନେକରନ୍ତି।
ଶିକ୍ଷାକୁ ଗୁରୁତ୍ୱ:-ଡ଼େନ୍‌ମାର୍କ ର ସ୍ଥାନୀୟ ଲୋକେ ଶିକ୍ଷାକୁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରନ୍ତି।ଏହି କାରଣରୁ ଏହି ଦେଶର ଅଧିକାଂଶ ଲୋକେ ଉଚ୍ଚଶିକ୍ଷିିତ।ଏହି ଦେଶକୁ ଯେଉଁ ବିଦେଶୀ ବିଦ୍ୟାର୍ଥୀମାନେ ଉଚ୍ଚ ଶିକ୍ଷା ପାଇଁ ଯିବାକୁ ଚାହୁଁଛନ୍ତି,ସେମାନେ ପ୍ରଥମେ ଇଂରାଜୀ ଭାଷାରେ ଦକ୍ଷ ହେବା ଆବଶ୍ୟକ।ଡ଼େନ୍‌ମାର୍କର ସରକାରୀ ଭାଷା ଡ଼େନିଶ୍‌ ଏବଂ ଦ୍ୱିତୀୟ ଭାଷା ହେଲା ଇଂରାଜୀ।ଏଣୁ ଡ଼ଚ୍‌ ନାଗରିକମାନଙ୍କର ଇଂରାଜୀ ଭାଷା ଜ୍ଞାନ ଖୁବ୍‌ ଭଲ।
ବିଭିନ୍ନ କୋର୍ସର ପ୍ରଚଳନ:- ଡ଼େନ୍‌ମାର୍କର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅନେକ ଗୁଡ଼ିଏ କୋର୍ସର ପ୍ରଚଳନ ରହିଛି। ଅନ୍ତର୍ଜାତୀୟ ବିଦ୍ୟାର୍ଥୀମାନଙ୍କର ସୁବିଧାକୁ ଆଖି ଆଗରେ ରଖି ସେଠାରେ ଅଧିକାଂଶ କୋର୍ସର ଶିକ୍ଷା ଇଂରାଜୀ ଭାଷାରେ ଦିଆଯାଇଥାଏ। ଆଜିକାଲି ବିଜିନେସ୍‌ ଆଡ଼୍‍ମିନିଷ୍ଟ୍ରେସନ୍‌ ଫିଲୋସଫି,ହ୍ୟୁମାନ ରିଲେସନ୍‌ ଇତ୍ୟାଦି ସଂପର୍କୀତ କୋର୍ସ ପାଇଁ ଡ଼େନ୍‌ମାର୍କ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବେଶି ଲୋକପ୍ରିୟ।ପ୍ରାକ୍‌ଟିକାଲ୍‌ ଓ୍ଵାକ୍‌ର୍ ସେଠାକାର ଶିକ୍ଷାର ମୁଖ୍ୟ ଆଧାର ଅଟେ। ବିଭିନ୍ନ ପ୍ରାକ୍‌ଟିକାଲ୍‌ ଓ୍ଵାକ୍‌ର୍ ପାଇଁ କଲେଜବ୍ୟତୀତ ପ୍ରମୁଖ ଇଣ୍ଡଷ୍ଟ୍ରି ଗୁଡ଼ିକରେ ମଧ୍ୟ ସହାୟତା ନିଆଯାଇଥାଏ।

photo-.arizona.edu

ଶୀର୍ଷ ବିଶ୍ୱବିଦ୍ୟାଳୟ:-ଡ଼େନ୍‌ମାର୍କର ଅଧିକାଂଶ ବିଶ୍ୱବିଦ୍ୟାଳୟ କ୍ୱ୍ୟାଲିଟି ଏଜୁକେସନ୍‌ ପାଇଁ ଚର୍ଚ୍ଚିତ।ତେବେ ଏଠାକାର ପାଞ୍ଚଟି ବିଶ୍ୱବିଦ୍ୟାଳୟ ବିଶ୍ୱସ୍ତରୀୟ ର‍୍ୟାଙ୍କିଙ୍ଗ୍‌ରେ ଖୁବ୍‌ ଭଲ।ଏଗୁଡ଼ିକ ମଧ୍ୟରେ ୟୁନିର୍ଭସିଟି ଅଫ୍‌ କୋପେନ୍‌ ହେଗେନ୍‌ଙ୍କୁ ବିଶ୍ୱର ଶ୍ରେଷ୍ଠ ୪୫ ତମ,ଆର୍‌ହସ୍‌ ୟୁନିଭର୍ସିଟିକୁ ୮୪ତମ ଟେକ୍‌ନିକାଲ୍‌ ୟୁନିଭର୍ସିଟି ଅଫ୍‌ ଡ଼େନ୍‌ମାର୍କକୁ ୧୪୧ ତମ ସ୍ଥାନ ଦିଆଯାଇଛି।ୟୁନିଭର୍ସିଟି ଅଫ୍‌ କୋପେନ୍‌ ହେଗେନ୍‌ ଡ଼େନ୍‌ମାର୍କର ପ୍ରଥମ ବିଶ୍ୱ ବିଦ୍ୟାଳୟ ଯାହାର ପ୍ରତିଷ୍ଠା ୧୪୭୯ ମସିହାରେ ହୋଇଥିଲା।
ଗବେଷଣା କେନ୍ଦ୍ର:-ଗବେଷଣା ହେଉଛି ଡ଼େନ୍‌ମାର୍କର ବିଶ୍ୱ ବିଦ୍ୟାଳୟଗୁଡ଼ିକର ଆଧାରଶୀଳା।ଏଠାରେ ଶିକ୍ଷା ଓ ଗବେଷଣା ମଧ୍ୟରେ ଗଭୀର ସଂପର୍କ ରହିଛି।ଏହି ଅଧାରକୁ ଭିତ୍ତି କରି ସେଠାରେ ବିଭିନ୍ନ କୋର୍ସର ସଂରଚନା କରାଯାଇଛି । ସେଠାକାର ଅଧିକାଂଶ ଶିକ୍ଷାନୁଷ୍ଠାନ ବିଭିନ୍ନ ବ୍ୟାବସାୟିକ ଓ ଔଦ୍ୟୋଗିକ ଅନୁଷ୍ଠାନର ଫାଇଦା ଉଠାନ୍ତି। ଶିକ୍ଷାନୁଷ୍ଠାନମାନଙ୍କରେ ଗବେଷଣାତ ଛାତ୍ରମାନେ ଏହି ବ୍ୟାବସାୟିକ ଓ ଔଦ୍ୟୋଗିକ ଅନୁଷ୍ଠାନରେ ନିଜର ଗବେଷଣା କାର୍ଯ୍ୟ କରିପାରନ୍ତି।ଏହି ଦେଶରେ ବାୟୋଟେକ୍‌ନୋଲୋଜି,ଫୁଡ଼୍‍ ସାଇନ୍‌ସ ଏବଂ ପରିବେଶ ବିଜ୍ଞାନରେ ଉଚ୍ଚକୋଟିର ଗବେଷଣା ବ୍ୟବସ୍ଥା ଥିବା ସାରା ବିଶ୍ୱ ଜାଣିଛି।
ଶିକ୍ଷକମାନଙ୍କ ସହଯୋଗ:- ବିଦେଶୀ ଛାତ୍ରଛାତ୍ରୀମାନଙ୍କୁ ଆକର୍ଷିତ କରିବା ପାଇଁ ଡ଼େନ୍‌ମାର୍କ କେତେକ ଯୋଜନା ଉପରେ କାର୍ଯ୍ୟ କରୁଛି।ଏଥିମଧ୍ୟରୁ ଗୋଟିଏ ହେଲା- ଓ୍ଵାନ୍‌ ଟୁ ଓ୍ଵାନ୍‌ କଣ୍ଟାକ୍ଟ୍‌।ଯେଉଁ କଲେଜ୍‌ରେ ବିଦେଶୀ ଛାତ୍ରମାନେ ପଢ଼ୁଛନ୍ତି,ସେହି ଛାତ୍ରମାନଙ୍କୁ ଶିକ୍ଷକମାନେ ବିଶେଷ ସହଯୋଗ ଦେଇଥାଆନ୍ତି।ଏହାଦ୍ୱାରା ବିଦେଶୀ ଛାତ୍ରମାନଙ୍କର ମନୋବଳ ବୃଦ୍ଧି ପାଇଥାଏ।
ଭିସା:-ଯଦି ଆପଣ ଡ଼େନ୍‌ମାର୍କରେ ଉଚ୍ଚ ଶିକ୍ଷା ଲାଭ କରିବାକୁ ଯିବାକୁ ଇଚ୍ଛୁକ,ତେବେ ପ୍ରଥମେ ଆପଣଙ୍କୁ ଷ୍ଟୁଡ଼େଣ୍ଟ୍‌ ଭିସା ଲାଗି ଆବେଦନ କରିବାକୁ ହେବ।ସେଠାରେ ଦେଶ ଅନୁଯାୟୀ ଭିସାର ନିୟମ ମଧ୍ୟ ଭିନ୍ନ ଭିନ୍ନ।ଭାରତୀୟ ଛାତ୍ରମାନଙ୍କୁ ଭିସା ପ୍ରକ୍ରିୟାରେ କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ ନାହିଁ।

ସମ୍ବନ୍ଧିତ ଖବର