ତରବରିଆ ନିଷ୍ପତ୍ତି ଏମିତି ଭାଙ୍ଗି ଦିଏ ସଂସାର; ଜାଣନ୍ତୁ ଅନେକ ଭଲ ପାଉଥିବା ସତ୍ତ୍ୱେ କାହିଁକି ନିଜ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ଜଣେ ରାଜା ପ୍ରଜାମାନଙ୍କ ଭଲ ମନ୍ଦ ବୁଝିବା ପାଇଁ ରାତିରେ ବେଶ ବଦଳାଇ ବୁଲୁଥିଲେ। ସେ ଦେଖିବାକୁ ପାଇଲେ ଯେ ଜଣେ କେଉଟ ଜାଲ ନେଇ ମାଛ ଧରିବାକୁ ଯାଉଛି। ବିଶ୍ରାମ ନେବା ସମୟରେ ବି ତାଙ୍କ ରାଜ୍ୟର କେହି ଜଣେ କାର୍ଯ୍ୟ କରୁଛି ଏକଥା ତାଙ୍କୁ କଷ୍ଟ ଦେଲା। ସେ କେଉଟକୁ ରାତିରେ ନ ଶୋଇ ପରିଶ୍ରମ କରିବାର କାରଣ ପଚାରିଲେ। କେଉଟ କହିଲା କି ୪ ଦିନ ହେବ ତାଙ୍କ ଜାଲରେ କିିଛି ବି ମାଛ ପଡୁନାହିଁ। ସେ ନିଜ କୁଟୁମ୍ବ ପୋଷିବାକୁ ରାତିରେ ଆସିବାକୁ ପଡୁଛି। ରାଜା ତା’ପରେ କେଉଟକୁ କଥା ଦେଲେ କି ସେହି ସଙ୍ଗେ ସଙ୍ଗେ ଜାଲରେ ଯାହା ପଡ଼ିବ ସେ ତାକୁ ୧୦୦ ମୁଦ୍ରା ବିନିମୟରେ କିଣି ନେବେ। ଜାଲରେ ସାପ, ବେଙ୍ଗ, କାଠି, କୁଟା ଯାହ ବି ପଡୁ ପଛେ।

କେଉଟ ଜାଲ ପକାଇଲୋ। ଜାଲରେ ପଡ଼ିଲା ଏକ ସିନ୍ଦୁକ। ରାଜା ୧୦୦ ମୁଦ୍ରା ଦେଇ ସିନ୍ଦୁକକୁ କିଣି ନେଲେ। ସିନ୍ଦୁକ ଭିତରେ ଥିଲା ଜଣେ ସୁନ୍ଦର ସ୍ତ୍ରୀ ଲୋକର କଟା ମୁଣ୍ଡ। ରାଜା ଏହା ଦେଖିବା ପରେ ଦୁଃଖରେ ଭାଙ୍ଗି ପଡ଼ିଲେ। ତାଙ୍କ ରାଜ୍ୟରେ ବି ହତ୍ୟା ହେଉଛି ବୋଲି ଚିନ୍ତା କରି ବ୍ୟତିବ୍ୟସ୍ତ ହୋଇଗଲେ। ତା’ପରେ ସମସ୍ଥଙ୍କୁ ନିର୍ଦ୍ଦେଶ ଦେଲେ ଯେ ୩ ଦିନ ମଧ୍ୟରେ ହତ୍ୟାକାରୀ ନମିଳିଲେ ସେ ନିଜେ ଫାଶୀ ଦେଇ ଦେବେ। ସମସ୍ତେ ଚିନ୍ତାରେ ପଡ଼ିଲେ। ୩ ଦିନ କଟିଗଲା କିନ୍ତୁ ହତ୍ୟାକାରୀ ମିଳିଲା ନାହିଁ। ରାଜା ବାଧ୍ୟ ହୋଇ ଫାଶୀ ଦେବା ପାଇଁ ପ୍ରସ୍ତୁତ ହେଉଥାନ୍ତି। ଦୁଃଖରେ ସମସ୍ତେ କାନ୍ଦୁଥାନ୍ତି।

ସେତିବେଳେ ସେହି ସ୍ଥାନକୁ ପଶି ଆସିଲା ଜଣେ ଲୋକ। ନିଜକୁ ହତ୍ୟାକାରୀ ବୋଲି କହିଲ। ରାଜା ତାକୁ ପୂରା ଘଟଣା ପଚାରିଲେ। ଲୋକଟି କହିଲା, ‘ସେହି କଟା ମୁଣ୍ଡ ହେଉଛି ମୋ ପତ୍ନୀଙ୍କର। ମୁଁ ତାଙ୍କୁ ଖୁବ୍‌ ଭଲ ପାଉଥିଲି। ଦିନେ ସେ ଆତ ଖାଇବାକୁ ମନ କଲା। ମୁଁ ତା’ ପାଇଁ ବହୁତ ଜାଗାରେ ଖୋଜିଲି କିନ୍ତୁ ପାଇଲି ନାହିଁ। ତା’ ପାଇଁ ଆତ ଆଣିବାକୁ ମୋତେ ଆନ୍ୟ ଏକ ରାଜ୍ୟକୁ ଯିବାକୁ ପଡ଼ିଲା। ସେଠାରୁ ଯାଉ ଆତ ଆଣିଲି। ମାତ୍ର ମୁଁ ଘରୁ ଯାଇ ବାହାରେ ଦେଖେ ତ ମୁଁ ଆଣିଥିବା ୩ଟି ଆତ ଭିତରୁ ଗୋଟାଏ ସେନାପତି ଧରି ନେଇ ଯାଉଛି। ମୋର ରାଗ ମଥାକୁ ଉଠିଗଲା। ମୁଁ ଆଣିଥିବା ଆତ ସେନାପତି ପାଖରେ କେମିତି ପହଞ୍ଚିଲା ବୋଲି ଚିନ୍ତା କରି ସନ୍ଦେହରେ ମୁଁ ମୋ ପତ୍ନୀକୁ ଆସି ହାଣିଦେଲି।

ସେହି ସମୟରେ ମୋ ପୁଅ ଆସି ମୋତେ କହିଲା ଯେ ସେ ଆତ୍‌ ନେଇ ବଜାରକୁ ଯାଇଥିଲା ଓ ସେନାପତି ତା’ଠାରୁ ଆତ ଛଡ଼ାଇ ନେଇଗଲା। ସେତେବେଳକୁ ମୁଁ ମୋ ସ୍ତ୍ରୀକୁ ହରାଇ ସାରିଥାଏ। ଆଜି ଯାଏ ମୁଁ ଅନୁତପ୍ତ। ଅଧା କଥା ଜାଣି ନିଷ୍ପତ୍ତି ନେଇଥିବାରୁ ମୋ ନିଜ ସଂସାର ନିଜ ହାତରେ ଭାଙ୍ଗିଗଲା।’

ସମ୍ବନ୍ଧିତ ଖବର