ନୂଆଦିଲ୍ଲୀ: ‘ଯାହାକୁ ରଖିବେ ଅନନ୍ତ କି କରି ପାରେ ବଳବନ୍ତ’ ବୋଲି କଥାରେ ରହିଛି। ଏହି ଉକ୍ତର ଉଦାହରଣ ନିକଟରେ ଦେଖିବାକୁ ମିଳିଛି। ଦୁଇବର୍ଷର ଜ.େନୖକ ଶିଶୁ ଦୁଇମହଲରୁ ଖସି ପଡ଼ୁଥିବା ବେଳେ ୧୭ବର୍ଷର ଜଣେ ନାବାଳକ ଦେବଦୂତ ସାଜି ଉକ୍ତ ଶିଶୁ ନିକଟରେ ଠିକଣା ସମୟରେ ପହଞ୍ଚି ତାର ଜବୀନ ବଞ୍ଚାଇ ଥିବାର ଖବର ମିଳିଛି। ଏହି ପୂରା ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି।
ଦ୍ୱିତୀୟ ମହଲାରୁ ଖସି ପଡ଼ୁଥିବା ଶିଶୁର ଭିଡିଓଟି ତୁର୍କିର ବୋଲି ଜଣାପଡ଼ିଛି। ଭିଡିଓରେ ଦେଖିବାକୁ ମିଳୁଛି କି, ୧୭ବର୍ଷର ଜଣେ ବାଳକ ରାସ୍ତ ପାର୍ଶ୍ୱରେ ଛିଡା ହୋଇଛି। ଏହି ସମୟରେ ସେହି ରାସ୍ତା ଦେଇ ଅନ୍ୟମାନେ ବି ଯିବା ଆସିବା କରୁଛନ୍ତି। କିନ୍ତୁ ପିଲାଟି ରାସ୍ତାରେ ଛିଡା ହୋଇ ବାରମ୍ବାର ଉପରକୁ ଚାହୁଁ ଥିବା ଦେଖିବାକୁ ମିଳୁଛି। କାରଣ ସେ ତା’ ସାମ୍ନାରେ ଥିବା ଏକ କୋଠାର ଦ୍ୱିତୀୟ ମହଲାରୁ ଶିଶୁକୁ ଖସି ପଡ଼ୁଥିବା ସେହି ସମୟରେ ଦେଖିବାକୁ ପାଇଥିଲା। ତେଣୁ ଶିଶୁଟି ଯେପରି ତଳକୁ ଖସି ନପଡ଼ୁ ସେନେଇ ସେ ବ୍ୟସ୍ତବିବ୍ରତ ହୋଇପଡ଼ିଥିଲା। ଶିଶୁଟି ଯେମିତି ହିଁ ତଳକୁ ଖସି ଥିଲା ପିଲାଟି ତୁରନ୍ତ ଉପସ୍ଥିତ ବୁଦ୍ଧି ଖଟାଇ ତାକୁ କାଖେଇ ନେଇ ଥିଲା। ଏହି ଘଟଣାରେ ଶିଶୁକୁ ସାମାନ୍ୟ ହେଲେ ଆଘାତ ଲାଗି ନାହିଁ। ଶିଶୁଟି ଖେଳୁଖେଳୁ ଝରକାରୁ ଖସି ପଡ଼ିଥିବା କଥା କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/download-3-9.jpg)