ଅଧିକାଂଶ ଲୋକ ଶୋଷ ଲାଗିବା, ମୁଣ୍ଡ ବୁଲାଇବା କିମ୍ବା ପାଟି ଶୁଖିଯିବା ଭଳି ଶାରୀରିକ ଲକ୍ଷଣ ସହିତ ଡିହାଇଡ୍ରେସନ୍‌ ବା ଜଳଶୂନ୍ୟତାକୁ ଯୋଡ଼ନ୍ତି, କିନ୍ତୁ ମାନସିକ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବକୁ ଅଣଦେଖା କରାଯାଏ। ଡିହାଇଡ୍ରେସନ୍ ସିଧାସଳଖ ଧ୍ୟାନ, ସ୍ମୃତି ଓ କାର୍ଯ୍ୟଦକ୍ଷତା ସମେତ ପ୍ରମୁଖ ଜ୍ଞାନାତ୍ମକ କ୍ଷେତ୍ରଗୁଡ଼ିକୁ ପ୍ରଭାବିତ କରେ। ଏକ ଅଧ୍ୟୟନ ଅନୁଯାୟୀ, ଶରୀରର ଜଳ ପରିମାଣ ୧-୨% ହ୍ରାସ ପାଇଲେ ବି ଜ୍ଞାନାତ୍ମକ କାର୍ଯ୍ୟଦକ୍ଷତାରେ ଉଲ୍ଲେଖନୀୟ ହ୍ରାସ ଘଟିପାରେ।

Advertisment

ମନୋଭାବ, ସତର୍କତା ଓ ଜ୍ଞାନକୁ ପ୍ରଭାବିତ କରୁଥିବା ସେରୋଟୋନିନ୍ ଓ ଡୋପାମିନ୍ ଭଳି ରାସାୟନିକ ବାର୍ତ୍ତାବାହକ ବା ନ୍ୟୁରୋଟ୍ରାନ୍‌ସମିଟର୍‌ର ଉତ୍ପାଦନ ଏବଂ କାର୍ଯ୍ୟରେ ଜଳ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ସେହିପରି ଡିହାଇଡ୍ରେଟେଡ୍ ହେଲେ ମସ୍ତିଷ୍କକୁ ଦୈନନ୍ଦିନ ମାନସିକ କାର୍ଯ୍ୟ କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିଥାଏ, ଫଳରେ ମାନସିକ କ୍ଳାନ୍ତି ବୃଦ୍ଧି ପାଏ। ଏହି ଅତିରିକ୍ତ ଚାପ, ଥକ୍କାପଣ, ଉତ୍ପାଦକତା ହ୍ରାସ ଓ ପ୍ରେରଣା ହ୍ରାସର କାରଣ ହୋଇପାରେ। ଯେତେବେଳେ ଶରୀରରେ ପର୍ଯ୍ୟାପ୍ତ ତରଳ ପଦାର୍ଥର ଅଭାବ ଥାଏ, ସେତେବେଳେ ଚିନ୍ତା, ଚିଡ଼ିଚିଡ଼ା ଏବଂ ଅବସାଦର ଲକ୍ଷଣ ଅଧିକ ଦେଖାଯାଏ।