‘ବେଟି ବଚାଓ ବେଟି ବଢ଼ାଓ’ ସଚେତନତା ବାର୍ତ୍ତା ନେଇ ୨୧ଟି ପାହାଡ଼ ଚଢ଼ିଲେ ୮ ବର୍ଷର ବାଳିକା!

ଯେଉଁ ବୟସରେ ପିଲାମାନେ ଖେଳକୁଦରେ ମାତିବା କଥା, ସେହି ବୟସରେ ଯଦି ଜଣେ ‘ବେଟି ବଚାଓ, ବେଟି ବଢ଼ାଓ’ ସଚେତନତା ବାର୍ତ୍ତା ନେଇ ବିଭିନ୍ନ ପର୍ବତକୁ ଚଢ଼ି ଅପୂର୍ବ ସଫଳତା ହାସଲ କରନ୍ତି ତାହା ହୁଏତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ। ଏପରି ଅସମ୍ଭବକୁ ସମ୍ଭବ କରିଛନ୍ତି ଛତିଶଗଡର ୮ ବର୍ଷର କୁନି ଝିଅ ଏଡବିନା କାନ୍ତ।

ଦେଶର କିଛି ଲୋକଙ୍କ ମନରେ ଥିବା କୁତ୍ସିତ ଚିନ୍ତାଧାରା ଯେ ଝିଅ ପରିବାରର ଭବିଷ୍ୟତକୁ ଉଜ୍ୱଳ କରିପାରିବ ନାହିଁ କେବଳ ପୁଅ ହିଁ କରିପାରିବ । ଏଭଳି ଚିନ୍ତାଧାରା ଯୋଗୁଁ ଅନେକ ସମୟରେ ଶିଶୁ କନ୍ୟା ହତ୍ୟା ସମ୍ବନ୍ଧିତ ଖବର ଆପଣମାଙ୍କ ଅବଗତ ହେଉଥିବ। ଏଭଳି ଚିନ୍ତାଧାରା କିଭଳି ରୋକି ହେବ ଏହାକୁ ନେଇ ଆଠ ବର୍ଷର ଝିଅ ଏଡବିନା ଏକ ଉଦ୍ଦେଶ୍ୟରେ ସଙ୍କଳ୍ପ ବଦ୍ଧ। ତେଣୁ ଦେଶର ବିଭିନ୍ନ ଉଚ୍ଚ ପର୍ବତର ଶୀର୍ଷକୁ ଚଢ଼ି ବେଟି ବଚାଓ, ବେଟି ବଢ଼ାଓ ବାର୍ତ୍ତା ଦେବାରେ ଲାଗିଛନ୍ତି ।

ଏଡବିନା ୭ଟି ରାଜ୍ୟର ପାଖାପାଖି ୨୧ଟି ପର୍ବତ ଚଢ଼ି ସଫଳତା ଅର୍ଜନ କରିଛନ୍ତି। ବର୍ତ୍ତମାନ ଆଉ ଏକ ସଫଳତା ଆଡକୁ ଅଗ୍ରସର ହେଉଛନ୍ତି ଏହି ଆଠ ବର୍ଷର ବାଳିକା। ୭ଟି ପର୍ବତ ପରେ ଏବେ ସବୁଠାରୁ ଉଚ୍ଚ କୋରବା ପର୍ବତ ଯାହାର ସର୍ବନିମ୍ନ ତାପମାତ୍ରା ୪୩ଡିଗ୍ରୀ ସେଲସିୟସ ହିଁ ରହିଥାଏ ତାହାରି ଶୀର୍ଷକୁ ଚଢ଼ି ଇତିହାସ ରଚିବା ପାଇଁ ପ୍ରୟାସ ଜରୁଛନ୍ତି । ଏଡବିନାଙ୍କ ବାପା ରାମକୁମାର କାନ୍ତଙ୍କ କହିବା ଅନୁସାରେ ଏଡବିନା କେବଳ ବେଟି ବଚାଓ, ବେଟି ବଢ଼ାଓ ଉଦ୍ଦେଶ୍ୟ ନେଇ ବିଶ୍ୱର ସର୍ବୋଚ୍ଚ ପର୍ବତ ମାଉଣ୍ଟ ଏଭରେଷ୍ଟକୁ ଚଢ଼ିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ସେଥିପାଇଁ ସେ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କ ସହିତ ଆର୍ଥିକ ସହାୟତା ପାଇଁ ଖୁବ ଶୀଘ୍ର ସାକ୍ଷାତ କରିବେ।

ପୂର୍ବରୁ କେନ୍ଦ୍ରସରକାର ଏଡବିନାଙ୍କୁ ବେଟି ବଚାଓ, ବେଟି ବଢ଼ାଓ ଅଭିଯାନର ବ୍ରାଣ୍ଡ ଆମ୍ବାସାଡର କରିଛନ୍ତି । ଦିନକୁ ଦିନ ଭାରତରେ ଶିଶୁ କନ୍ୟା ହତ୍ୟା ବଢ଼ିବାରେ ଲାଗୁଥିବା ବେଳେ ଏହାକୁ ରୋକିବା ପାଇଁ ତାଙ୍କର ଏଭଳି ପ୍ରୟାସ ଦେଶବାସୀଙ୍କୁ ଆଶ୍ଚର୍ଯ୍ୟ ଓ ଗର୍ବିତ କରିଛି।

ସମ୍ବନ୍ଧିତ ଖବର